ଗରମ ରଡ଼ ଦ୍ଵାରା ହାତ-ଗୋଡ଼ରେ ଦେଉଥିଲେ ଚେଙ୍କ,ଗୀତ ବଜାଇ ବଜାଇ ପିଟୁଥିଲେ ଏବଂ ପରେ ନିରୀହ ସହିତ କରୁଥିଲେ କୁକର୍ମ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ପିଲାଟି ସହ ଅ-ତ୍ୟା-ଚା-ର ହୋଇଥିବା ଏହି ମାମଲାରେ ରୁହି ପରବିନ ଏବଂ ତାଙ୍କ ସ୍ୱାମୀ ମହମ୍ମଦ ରିଆଜଙ୍କ ବିରୋଧରେ ପୋ-ଲି-ସ କେସ୍ ଦର୍ଜ କରି ଗିରଫ କରିନେଇଛି ଯେତେବେଳେ କି ତାଙ୍କ ସ୍ୱାମୀ ଏପର୍ଯ୍ୟନ୍ତ ଫେରାର ଅଛନ୍ତି | ଫେରାର ଆରୋପି ମଦ ନିଶାରେ ପିଲାଟି ସାଥିରେ ବାରମ୍ବାର କୁକର୍ମ କରୁଥିଲେ |

ରାଜସ୍ଥାନର ଜୟପୁରରେ ଦେହ ଥରେଇଲା ଦେଲା ଭଳି ଘଟଣା ସାମ୍ନାକୁ ଆସିଛି | 12 ବର୍ଷର ନିରୀହ ପିଲା ସାଥିରେ ଜଣେ ପତି-ପତ୍ନୀ ପଶୁଙ୍କ ଭଳି ଖରାପ ବ୍ୟବହାର କରୁଥିଲେ ଏବଂ ସିଏ ପିଲା ଟି ସହ ମଣିଷପଣିଆର ସବୁ ସୀମା ପାର କରିଦେଇଛନ୍ତି | ମାମଲାଟି ଜୟପୁରର ଶାସ୍ତ୍ରୀ ନଗର ଥାନା ଅଞ୍ଜଳର ଅଟେ |

ପତି-ପତ୍ନୀ 12 ବର୍ଷର ନିରୀହ ପିଲା ଠାରୁ ପୁରା ଦିନ ଚୁଡି ତିଆରି କରେଇବା ବ୍ୟତୀତ ଘରର ସବୁ କାମ କରାଉଥିଲେ ଏବଂ ସେ କାନ୍ଦିବାରୁ ଉଚ୍ଚ ଶବ୍ଦରେ ଗୀତ ବଜେଇ ପିଲାଟିର ଓଠକୁ ଗରମ ଲୁହ ଛଡ଼ରେ ଦାଗ ଦେଉଥିଲେ | ପତି-ପତ୍ନୀ ସବୁବେଳେ ପିଲାଟି ସହ କୁକର୍ମ କରୁଥିଲେ ଯେଉଁଥିରେ ତାକୁ ଚାଲିବା ପାଇଁ ମାଧ୍ୟ କଷ୍ଟ ହେଉଥିଲା |

ନାବାଳିକା ପୀଡିତ ପିଲା ବିହାରର ଦରଭଙ୍ଗର ବାସିନ୍ଦା ଅଟେ | ପିଲାଟି କହିଛି ଯେ ପରିବାରର ଆର୍ଥିକ ସ୍ଥିତି ଖରାପ ଥିଲା ଆଉ ସେଇଥି ପାଇଁ ତାକୁ କାମ କରିବାକୁ ଜୟପୁର ପଠେଇ ଦିଆଯାଇଥିଲା | ନିରୀହ ପିଲା ଟି ପୋଲିସକୁ ଏହା ମଧ୍ୟ କହିଛି ଯେ ତା ଦ୍ୱାରା ଚୁଡି ବନେଇବା କାମ କରାଯାଉଥିଲା | ପୋଲିସ ରୁମରୁ ଚୁଡ଼ି ବନେଇବାରେ ସାମଗ୍ରୀ, ଚୁଡ଼ି ଗୁଡ଼ିକ ସହିତ ଅନେକ ଉପକରଣ ମାଧ୍ୟ ଜବତ କରିଛି |

ପିଲାଟି ପୋଲିସକୁ ସେ ରୁମ ମଧ୍ୟ ଦେଖେଇଲା ଯେଉଁଠାରେ ଆରୋପି ତାର ଯୌନ ଶୋଷଣ କରୁଥିଲା | ପୋଲିସ ମାମଲାର ଗମ୍ଭୀରତାକୁ ଦେଖିକରି ଘରେ ଥୁବା ମହିଳା ରୁହି ପରବିନଙ୍କୁ ଗିରଫ କରିନେଲା କିନ୍ତୁ ତାଙ୍କ ସ୍ୱାମୀ ମହମ୍ମଦ ରିଆଜ ଏବେ ମାଧ୍ୟ ଫେରାର ଅଛନ୍ତି |

ପୋ-ଲି-ସ କୁ ପଚରା-ଉଚରାରୁ ଜଣା ପଡିଲା ଯେ ରୁହି ପରବିନ ଏବଂ ତାଙ୍କ ସ୍ୱାମୀ ମହମ୍ମଦ ରିଆଜ ପିଲାଟିକୁ ବିହାରରୁ ଜୟପୁର ନେଇକରି ଆସିଥିଲେ | କାଲି ସାନ୍ଧ୍ୟରେ ଯେତେବେଳ ରୁହି ପିଲାଟିକୁ ଛାତ ସଫା କରିବାକୁ ପଠେଇଲେ ତ ସେ ସେତେବେଳେ ଅନ୍ୟ ଜଣଙ୍କ ଛାତ ଦେଇ ତଳକୁ ଓଲ୍ଲାଇ ରାସ୍ତାରେ ପହଁଞ୍ଜିଗଲା ଆଉ ସେଇଠାରେ ପଡ଼ିଯାଇ ଲୋକମାନଙ୍କୁ ନିଜ ଅସୁବିଧା ବିଷୟରେ କହିଲା | ଲୋକମାନେ ତାଙ୍କୁ ଉଠେଇ ରାସ୍ତା କଡ଼କୁ ଆଣିଲେ ଏବଂ ଚାଇଲଡ଼ ହେଲ୍ପ ଲାଇନି ଏବଂ ପୋଲିସକୁ ଏହାର ସୂଚନା ଦେଲେ |

ନିରୀହ ପିଲାଟି ଶାସ୍ତ୍ରୀ ନାଗରର ମକ୍କା ମସଜିଦ ନିକଟରେ 559 ଘରେ ରହୁଥିଲା | ନିର୍ଦ୍ଦୟତାର ସୀମା ଏତେ ଥିଲା ଯେ ଯେତେବେଳେ ପିଲାଟି ଫୋନରେ ନିଜ ବାପାଙ୍କ ସହ କଥା ହେଉଥିଲା ସେତେବେଳେ ସେହି ସ୍ୱାମୀ-ସ୍ତ୍ରୀ ଗରମ ଲୁହା ଛଡ଼ ଧରି ତା ସାମ୍ନାରେ ଠିଆ ହଉଥିଲେ ଯାହା ଦ୍ୱାରା କି ଡରରେ ପିଲାଟି ଯେମିତି ସତ କହିପାରିବନି | ନାବାଳିକା ପିଲାଟି ସହ ଏତେଥର ମାଡ ପିଟି ହୋଇଥିଲା ଯେ ସେ ନିଜ ପାଦରେ ମଧ୍ୟ ଠିଆ ହୋଇପାରିନଥିଲେ।

Leave A Reply

Your email address will not be published.