ପ୍ରଥମେ ବାଇକ୍ ସହ ଧକ୍କା ହେଲା ପୁଣି କ୍ଷୀପ୍ର ବେଗରେ ବସ୍ ସାମ୍ନାକୁ ଆସିଗଲା,ତଥାପି ବି ବଞ୍ଚିଗଲା ଜୀବନ;ଦେଖନ୍ତୁ କେମିତି ହେଲା ଚମତ୍କାର ।

0

Get real time updates directly on you device, subscribe now.

ଚମତ୍କାରିକ ଢଙ୍ଗରେ ଭୟାନକ ଦୁର୍ଘଟଣା ରୁ ବଞ୍ଚି ଯାଇଥିବା ଜଣେ ଯୁବକଙ୍କ ଭିଡ଼ିଓ ସୋସିଆଲ୍ ମିଡ଼ିଆ ରେ ଭାଇରାଲ୍ ହୋଇଯାଇଛି । ଭିଡ଼ିଓ ଦେଖିବା ପରେ ଆପଣଙ୍କୁ ଏମିତି ଲାଗିବ,ଯେମିତି କୌଣସି ଫିଲ୍ମର ଦୃଶ୍ୟ । କେରଳ ର ଏହି ସିସିଟିଭି ଫୁଟେଜ୍ ରେ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ଯୁବକ ଜଣଙ୍କ ବହୁତ ଭାଗ୍ୟଶାଳୀ ଥିଲା । ଘଟଣାଟି ଗତ ରବିବାର ସନ୍ଧ୍ୟା କନ୍ନୁର ର ତାଲିପରମ୍ବା ପାଖ ଚୋରୁକଲା ରେ ହେଇଥିଲା । ଆସନ୍ତୁ ଜାଣିବା କି ପ୍ରକୃତରେ କଣ ହୋଇଥିଲା ।

ସିସିଟିଭି ଫୁଟେଜ୍ ରେ ଦେଖାଯାଇଥିବା ଦୁର୍ଘଟଣା ଭିଡ଼ିଓ :-

ସିସିଟିଭି ଫୁଟେଜ୍ ରେ କେରଳ ର ସାମାନ୍ୟ ଟ୍ରାଫିକ୍ ଥିବା ଏକ ସିଙ୍ଗଲ ଲେନ ସଡକ ଦେଖାଯାଉଛି । ହଠାତ୍ ସାଇକେଲ୍ ଚଲେଇ ଜଣେ ପିଲା କ୍ଷୀପ୍ର ଗତିରେ ସଡକ ଉପରକୁ ଆସିଯାଏ ଏବଂ ଗୋଟେ ବାଇକ୍ ସହ ଧକ୍କା ହୋଇଯାଏ । ଆଶ୍ଚର୍ଯ୍ୟର କଥା ଏହା କି ବାଇକ୍ ରହି ନଥିଲା ଏବଂ ସାଇକେଲ୍ ଠିକ ସମୟରେ ପଡିଯାଇଥିଲା । ସୌଭାଗ୍ୟ ବଶତଃ ଧକ୍କା ହେବା ପରେ ପିଲାଟି ସଡକ ଅନ୍ୟ ପାର୍ଶ୍ୱ ରେ ଯାଇ ପଡିଲା ଏବଂ ପଛରୁ ଆସୁଥିବା ବସ କବଳ ରୁ ରକ୍ଷା ପାଇଗଲା ।

ବସ୍ ସାଇକେଲ୍ ଉପରେ ଚଢ଼ିଗଲା,କିନ୍ତୁ ପିଲାଟି ବଞ୍ଚିଗଲା :-

ଭିଡ଼ିଓ ଠିକ ଭାବରେ ଦେଖିବେ ତ ଜାଣିପାରିବେ କି ଗୋଟିଏ ରାଜ୍ୟ ପରିବହନ ବସ୍,ଯାହା କି ମୋଟର ସାଇକେଲ୍ ର ବିଲକୁଲ ପଛରେ ଚାଲୁଥିଲା । ବସ୍ କୁ ବ୍ରେକ୍ ମାରିବାକୁ ସମୟ ମିଳିଲା ନାହିଁ ଏବଂ ସାଇକେଲ୍ ଉପରେ ଚଢ଼ିଗଲା । ଯଦିଓ ଭିଡ଼ିଓ ରେ ସଡକର ଅନ୍ୟ ପାର୍ଶ୍ୱରେ ଛିଡା ହୋଇଥିବା ପିଲା ଠିକ୍ ଲାଗୁଥିଲା ଏବଂ ସାଇକେଲ୍ ର କଚୁମ୍ବର ବନିଯିବା ପରେ ସେ ସେଇଠି ଛିଡା ହୋଇଗଲା ।

ଅଣଓସାରିଆ ରାସ୍ତାରୁ ମୁଖ୍ୟ ରାସ୍ତା ଉପରକୁ ଆସିଥିଲା ପିଲା :-

ଫୁଟେଜ୍ ଦେଖିବା ପରେ ଏମିତି ଲାଗିବ କି ପିଲା ଟି ସାଇକେଲ୍ ରୁ ନିୟନ୍ତ୍ରଣ ହରାଇଥିଲା ଏବଂ ବ୍ରେକ୍ ଲଗେଇ ପାରିଲା ନାହିଁ ।ସେ ଗୋଟେ ଅଣଓସାରିଆ ରାସ୍ତାରୁ ମୁଖ୍ୟ ରାସ୍ତା କୁ ଆସିଥିଲା,ଯେଉଁଠି ବୁଲାଣି ଥିଲା । ଖୁସିର କଥା ଏହା କି ଏହି ଦୁର୍ଘଟଣା ରେ କୌଣସି କ୍ଷତି ହୋଇନାହିଁ ।

Leave A Reply

Your email address will not be published.