କ୍ଲାସରେ ପଶିବା ମାତ୍ରେ ହିଁ ୟୁକ୍ରେନି ପିଲାଙ୍କ ସହିତ ହେଲା ଏମିତି ବ୍ୟବହାର,ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ |

0

Get real time updates directly on you device, subscribe now.

ୟୁକ୍ରେନ ଉପରେ ରୁଷର ସୈନ୍ୟ ଆକ୍ରମଣ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଧ୍ଵଂସ କରିଦେଇଛି । ୟୁକ୍ରେନ ବାସିନ୍ଦା ବଞ୍ଚି ରହିବାପାଇଁ ଯୁଦ୍ଧ ପ୍ରଭାବିତ ଦେଶରୁ ପଳାଇ ଯାଉଛନ୍ତି । ତେବେ ଏହି ଯୁଦ୍ଧକୁ ନେଇ ୟୁକ୍ରେନ ନାଗରିକ ସୋସିଆଲ ମିଡ଼ିଆ ମଧ୍ୟରେ ପରିସ୍ଥିତିର ଲାଇଭ ଅପଡେଟ ଦେଉଛନ୍ତି ଏବଂ ସାହାଯ୍ୟ ପାଇବା ପାଇଁ ଏହି ମାଧ୍ୟମକୁ ବ୍ୟବହାର ମଧ୍ୟ କରୁଛନ୍ତି ।

ଫେବୃଆରୀ 24 ତାରିଖଠାରୁ ରୁଷ ଦ୍ଵାରା ଆରମ୍ଭ କରାଯାଇଥିବା ଆକ୍ରମଣ ପରଠାରୁ ଶରଣାର୍ଥୀଙ୍କ ଜୀବନକୁ ଦେଖାଉଥିବା ଭିଡିଓ ଦ୍ଵାରା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଭରିଯାଇଛି । ଏପରି ଗୋଟିଏ ଭିଡିଓ ଅଷ୍ଟ୍ରିଆରେ ୟୁକ୍ରେନର ପୂର୍ବତନ ରାଜଦୂତ ଓଲେକ୍ସେଣ୍ଡର ସେରବା ଦ୍ଵାରା ମାର୍ଚ୍ଚ 20 ତାରିଖରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟୁଇଟରରେ ସେୟାର କରାଯାଇଥିଲା ।

କ୍ଲାସରେ ଆଲିଙ୍ଗନ କରୁଥିବାର ଦେଖାଗଲେ ପିଲାମାନେ :-

ଭିଡ଼ିଓରେ ଜଣେ ୟୁକ୍ରେନୀ ଶରଣାର୍ଥୀ ପିଲାକୁ ସ୍ପେନର ଗୋଟିଏ କିଣ୍ଡରଗାର୍ଟନରେ ନିଜର ସହପାଠୀଙ୍କ ସହିତ ଆଲିଙ୍ଗନ କରୁଥିବାର ଦେଖାଯାଇଛି । କ୍ଲାସରେ ଉପସ୍ଥିତ ସବୁ ପିଲା ବହୁତ୍ ଆଦର ସହକାରେ ସ୍ବାଗତ କଲେ । ଏହି ଭିଡିଓ ନିଶ୍ଚିତ ଭାବେ ଆପଣଙ୍କ ହୃଦୟକୁ ଛୁଇଁଯିବ । ଟିକଟକରେ ସେୟାର କରାଯାଇଥିବା ଏହି ଭିଡିଓକୁ ପ୍ରାୟ 20 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

ଦେଖନ୍ତୁ ଭିଡିଓ :-

ୟୁକ୍ରେନରେ ବର୍ତ୍ତମାନ ସୁଦ୍ଧା 900ରୁ ଅଧିକ ନାଗରିକଙ୍କ ମୃତ୍ୟୁ :-

OHCHR କହିଛି ଯେ ମାର୍ଚ୍ଚ 19 ତାରିଖରେ ମଧ୍ୟରାତ୍ରୀ ସୁଦ୍ଧା ଅତି କମରେ 902 ଜଣ ନାଗରିକ ମୃତ୍ୟୁବରଣ କରିଛନ୍ତି ଏବଂ 1459 ଜଣ ଲୋକ ଆହତ ହୋଇଛନ୍ତି । ଏମିତି ଲାଗୁଛି ଯେପରି ରୁଷର ସେନା ପଛକୁ ହଟିବାର କୌଣସି ସଂକେତ ନାହିଁ ।

Leave A Reply

Your email address will not be published.