ଭାରତକୁ ଏକ ବଡ଼ ଅଫର ପ୍ରଦାନ କଲା ଆମେରିକା, କ’ଣ ପୁଟିନଙ୍କ ଠାରୁ ଦୁରେଇ ଯିବେ କି ମୋଦି ?

0

Get real time updates directly on you device, subscribe now.

ୟୁକ୍ରେନ ସଙ୍କଟକୁ ନେଇ ଭାରତ ବିଲକୁଲ ମଧ୍ୟ ରୁଷର ଆକ୍ରମଣକୁ ନିନ୍ଦା କରିନାହିଁ। ଭାରତର ଏହି ନିଷ୍ପତି ଉପରେ ସବୁଠାରୁ ବଡ଼ କାରଣ ହେଉଛି ସୈନ୍ୟ ହତିଆରକୁ ନେଇ ଭାରତ ରୁଷ ଉପରେ ନିର୍ଭର ରହିଛି। ଆମେରିକା ମଧ୍ୟ ଭାରତର ଏହି ନିର୍ଭରତାକୁ ବୁଝିଛି। ଏବେ ଭାରତକୁ ଆମେରିକା ବଡ଼ ଅଫର ଦେଉଛି।

ଆମେରିକା ରୁଷ ହତିଆର ଗୁଡ଼ିକୁ ଆଲୋଚନା କରି କହିଥିଲା କି, ସେ ଭାରତକୁ ରକ୍ଷା କ୍ଷେତ୍ରରେ ସହାୟକ କରିବାକୁ ବହୁତ ଉତ୍ସୁକ। ଏହାପରେ ଆମେରିକା କହିଛି, ଭାରତକୁ ଏହା ଭାବିବା ଜରୁରୀ ଅଟେ କି କଣ ହତିଆର ପାଇଁ ରୁଷ ଉପରେ ନିର୍ଭର ହେବା ଉଚିତ କି ! କାରଣ ରୁଷର କେବଳ 60 ପ୍ରତିଶତ ମିସାଇଲ କାମ କରିବା ସ୍ଥିତିରେ ରହିଛି। ଆମେରିକା ଭାରତକୁ ଏହା ଦେଖିବାକୁ କହିଛି କି, ସେ ଦେଖୁ ରୁଷର ହତିଆର ମିସାଇଲ ଗୁଡ଼ିକ ଯୁଦ୍ଧ ମୈଦାନରେ କେମିତି ଫେଲ ମାରୁଛି।

ଆମେରିକା ପ୍ରଦାନ କରିବ ଭାରତକୁ ହତିଆର:-

ରାଜନୀତିକ ମାମଲାରେ ଆମେରିକାର ବିଦେଶ ସଚିବ ଭିକ୍ଟୋରିଆ ନ୍ୟୁଲାଣ୍ଡ ବୁଧବାର ଦିନ ଦ ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଇଣ୍ଟରଭ୍ୟୁରେ ଏହିକଥା କହିଥିଲେ। ସେ କହିଛନ୍ତି, ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ସେ ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଓ ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗାଳଙ୍କ ସହିତ କଥା ହୋଇଛନ୍ତି ଓ ଆମେରିକା ଭାରତକୁ ରୁଷ ଉପରେ ନିଜର ନିର୍ଭରତାକୁ ଶେଷ କରିବାକୁ କହିଛି।

ରୁଷ-ଚୀନ ଏକତ୍ରିତ ଯାହାକି ଭାରତ ଓ ଆମେରିକା ପାଇଁ ବିଲକୁଲ ଠିକ ନୁହେଁ:-

ରୁଷ-ୟୁକ୍ରେନ ଯୁଦ୍ଧ ସନ୍ଦର୍ଭରେ ସେ ଭାରତକୁ କହିଛନ୍ତି କି, ଏହି ଯୁଦ୍ଧରେ ରୁଷ ଚାଇନା ଠାରୁ ଆର୍ଥିକ ସହାୟତା ଓ ଅସ୍ତ୍ରଶସ୍ତ୍ର ସହାୟତା ମଧ୍ୟ ନେଇଛି ଯାହାଦ୍ୱାରା ରୁଷ ଓ ଚାଇନାର ସମ୍ପର୍କ ବହୁତ ନିବିଡ଼ ହୋଇଯିବ ଓ ଏହା ଭାରତ ଆଉ ଆମେରିକା ପାଇଁ ବିଲକୁଲ ଠିକ ନୁହେଁ ରୁଷ କେମିକାଲ ଓ ଜୈବିକ ହତିଆରର ବ୍ୟବହାର ପାଇଁ ବେଆଇନ ବୟାନ ଦେଉଛି। ଏହି ସମୟରେ ଯେତେବେଳେ ଅତିବାଦୀ ରାଷ୍ଟ୍ର ଏକତ୍ରିତ ହେଉଛନ୍ତି ସେହି ସମୟରେ ଭାରତ ଓ ଆମେରିକା ଭଳି ଲୋକତାନ୍ତ୍ରିକ ରାଷ୍ଟ୍ର ଗୁଡ଼ିକୁ ଏକାସହ ଛିଡ଼ା ହେବାକୁ ପଡ଼ିବ।

ଭିକ୍ଟୋରିଆ ନ୍ୟୁଲାଣ୍ଡଙ୍କ କହିବା ହେଲା ଭାରତ ଓ ରୁଷ ମଧ୍ୟରେ ଐତିହାସିକ ସମ୍ବନ୍ଧ ରହିଛି। କିନ୍ତୁ ଏହିକଥା ମହତ୍ୱପୂର୍ଣ୍ଣ ଅଟେ କି, ରୁଷ-ୟୁକ୍ରେନ ଯୁଦ୍ଧରେ ଆମେ ଏକାସହିତ ଛିଡ଼ାହେବା। ସେ କହିଥିଲେ କି, ରକ୍ଷା ଆପୂର୍ତ୍ତି ପାଇଁ ରୁଷ ଉପରେ ଭାରତର ନିର୍ଭରତାକୁ ଆମେ ବୁଝି ପାରୁଛୁ।

ସେ କହିଲେ, ଆମେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ସହିତ ଏହି ସମ୍ବନ୍ଧରେ କଥା ହୋଇଥିଲୁ କି, ଭାରତ ରୁଷ ଠାରୁ ସେହି ସମୟରୁ ଯୁଦ୍ଧାସ୍ତ୍ର କିଣୁଛି ଯେଉଁ ସମୟରେ ଭାରତ ଓ ଆମେରିକାର ସମ୍ପର୍କ ଠିକ ନଥିଲା। ଏବେ ସମୟ ବଦଳି ଯାଇଛି ଓ ଆମେ ଭାରତ ସହିତ ଅଧିକରୁ ଅଧିକ ରକ୍ଷା ବିନିମୟ କରିବାକୁ ନେଇ ଉତ୍ସୁକ ରହିଛୁ। ଆମର ୟୁରୋପୀୟ ସହଯୋଗୀ ଓ ଭାଗିଦାରୀ ମଧ୍ୟ ଏମିତି କରିବାକୁ ପ୍ରସ୍ତୁତ ରହିଛନ୍ତି।

ରୁଷ ହତିଆର ଉପରେ ଉଠାଇଛନ୍ତି ପ୍ରଶ୍ନ:-

ଆମେରିକୀୟ ବିଦେଶ ସଚିବ ଏହାଉପରେ ମଧ୍ୟ ଆଲୋଚନା କଲେ, କଣ ସତରେ ରୁଷ ଭାରତ ପାଇଁ ବାସ୍ତବରେ ଏକ ବିଶ୍ୱସନୀୟ ରକ୍ଷା ଆପୂର୍ତ୍ତିକର୍ତା ଅଟେ କି ? କଣ ଆପଣ ଏହିପରି ଦେଶ ଠାରୁ ରକ୍ଷା ହତିଆର କିଣିବାକୁ ଚାହୁଁଛନ୍ତି ?ଆପଣ ଯୁଦ୍ଧ କ୍ଷେତ୍ରରେ ଦେଖି ପାରୁଥିବେ ରୁଷ ର ମିସାଇଲ ଗୁଡ଼ିକ କେଉଁଭଳି ଭାବରେ ପ୍ରଦର୍ଶନ କରୁଛନ୍ତି ଓ ଏହି ମିସାଇଲ ଗୁଡ଼ିକ 60 ପ୍ରତିଶତ ଅକାମି ଅଟନ୍ତି। ରୁଷ କୁ ବହୁତ କ୍ଷତି ମଧ୍ୟ ସହ୍ୟ କରିବାକୁ ପଡ଼ୁଛି।

ସେ ଏହାପରେ କହିଲେ, ପ୍ରଶ୍ନ ଉଠୁଛି କି, ରୁଷ ପାଖରେ କାହାକୁ ଦେବାପାଇଁ ହତିଆର କଣ ଆଉ ଥିବ ? ଯଦି ଆମେ ରୁଷ ସହିତ ଲଢ଼ିବାକୁ ୟୁକ୍ରେନକୁ ଯୁଦ୍ଧ ଅସ୍ତ୍ର ଦେଇପାରୁଛୁ ତ ଭାରତକୁ କାହିଁକି ଦେଇ ପାରିବୁନାହିଁ। କଣ ଆପଣ ପୁତିନ ଭଳି ମଣିଷ ଉପରେ ନିର୍ଭର ରହିବାକୁ ଚାହିଁବେ ନାହିଁ ? ଏମିତିରେ ବିକଳ୍ପ ରୂପରେ ଆମେ ଆପଣଙ୍କ ସାଥି ହେବାକୁ ପ୍ରସ୍ତୁତ ରହିଛୁ।

ଯେବେ ତାଙ୍କୁ ପଚରାଗଲା ଏହି ପ୍ରକ୍ରିୟାରେ ବହୁତ ସମୟ ଲାଗିପାରେ ତ ସେ ଜବାବ ଦେଇ କହିଲେ, ଆମେ ଏକ ପ୍ରକ୍ରିୟାକୁ ଛାଡ଼ି ଆଗକୁ ବଢୁନାହୁଁ। ଆମେ କେତେକ ଚରଣରେ ଏହାର ଆଲୋଚନା କରିବୁ ଓ ଦେଖିବୁ ଏହାର ନିଷ୍କର୍ଷ କଣ ବାହାରୁଛି। କିନ୍ତୁ ଏହିକଥା ଆମ ମନରେ ଅଛି ଯେ, ଯଦି ଆମେ ଭାରତ ସହିତ ମିଶି ଆଗକୁ ବଢ଼ିବାକୁ ଚାହୁଁଛୁ ତାହେଲେ ଗୋଟିଏ ପ୍ରକ୍ରିୟା ଦେଇ ଯିବାକୁ ହେବ।

ୟୁକ୍ରେନକୁ ଭାରତର ସହାୟତା ପାଇଁ କହିଲେ ଆମେରିକାର ବିଦେଶ ସଚିବ:-

ଭାରତ ଏମିତିରେ ତ ରୁଷର ଆକ୍ରମଣକୁ ନେଇ ବିରୋଧ କରିନାହିଁ ଓ ସେପଟେ ରୁଷ ସମ୍ବନ୍ଧିତ ସଂଯୁକ୍ତ ରାଷ୍ଟ୍ରର କୌଣସି ଭୋଟିଂରେ ମଧ୍ୟ ଭାଗ ନେଇନାହିଁ। କିନ୍ତୁ ଭାରତ କହୁଛି ଯେ, ଯୁଦ୍ଧ ବହୁତ ଜଲଦି ଶେଷ କରାଯାଉ ଓ ବିବାଦ ଶେଷ କରିବା ପାଇଁ କୂଟନୀତିକ ପଦକ୍ଷେପ ଆପଣାଇବାକୁ ପଡ଼ିବ। ଭାରତ ୟୁକ୍ରେନକୁ ମାନବୀୟ ସହାୟତା ମଧ୍ୟ ପଠାଇଛି।

ଏହାକୁ ନେଇ ଆମେରିକୀୟ ବିଦେଶ ସଚିବ କହିଛନ୍ତି କି, ଆମେ ଭାରତ ତରଫରୁ ୟୁକ୍ରେନ ପାଇଁ ବହୁତ ଉଦାର ମାନବୀୟ ସମର୍ଥନ ଦେଖିଲୁ। ଏହି ଯୁଦ୍ଧକୁ ରୋକିବା ପାଇଁ ଭାରତ ନିଜର ସ୍ୱର ଉଠାଇଛି। ତାହା କୂଟନୀତି ସ୍ତରରେ ହେଉ କିମ୍ବା ମାନବୀୟ ସ୍ତରରେ ହେଉ। ଆମେ ଚାହୁଁଛୁ ଆମର ସବୁ ସାଙ୍ଗ ରୁଷ ଆକ୍ରମଣର ଆଲୋଚନା କରନ୍ତୁ।

ସେହିପରି ଏବେଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ କି, କ୍ବାଡ଼ ଦେଶ ମାନଙ୍କ ମଧ୍ୟରୁ ଏକଲା ଭାରତ ଯିଏକି ରୁଷ ଆକ୍ରମଣ ବିରୁଦ୍ଧରେ ଛିଡା ହେବାକୁ ଟିକେ ଅସ୍ଥିର ରହିଛି। ବାଇଡେନଙ୍କ ଏହିକଥା ଉପରେ ପ୍ରଶ୍ନ କରିବାରୁ ଭିକ୍ଟୋରିଆ ନ୍ୟୁଲାଣ୍ଡ କହିଥିଲେ କି, ସେ ଜାଣନ୍ତି ଭାରତ ଓ ରୁଷ ର ସମ୍ପର୍କ ଐତିହାସିକ ଅଟେ, କିନ୍ତୁ ୟୁକ୍ରେନରେ ପୁତିନ ଯାହା କରୁଛନ୍ତି ତାହା ଭୟାନକ ଓ ଯନ୍ତ୍ରଣାଦାୟକ ଅଟେ। ଏଥିପାଇଁ ଆମେରିକା ଓ ଭାରତ ଏହି ସମୟରେ ସାଥ ହେବା ବହୁତ ଜରୁରୀ ଅଟେ।

Leave A Reply

Your email address will not be published.