ଏକ ଦମ୍ପତି ବୁକ କଲେ ୧୮୦ କୋଠରୀ ବିଶିଷ୍ଟ ହୋଟେଲ,ଆଉ ତା ପରେ ଯାହା କଲେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

0

Get real time updates directly on you device, subscribe now.

ୟୁକ୍ରେନର ରୂଷ ଆକ୍ରମଣରୁ ପଳେଇ ଆସିଥିବା ଶରଣାର୍ଥୀ ପାଇଁ ଗୋଟିଏ ‌ହବ ବନାଇବାକୁ ବ୍ରିଟେନରେ ଗୋଟିଏ ଦମ୍ପତି ପୋଲାଣ୍ଡରେ ଗୋଟିଏ ପୂରା ହୋଟେଲ ଭଡ଼ାରେ ନେଇଛନ୍ତି|ଜେକବ ଗୋଲଟା ଓ ଗୋସିଆ ଗୋଲଟା ଯିଏ ୨୦୦୪ରେ ୟୁକ୍ରେନ ଆସି ରହିଥିଲେ,ସେ ସୁ ରାଇଡର ଚାରିଟିର ପୋଲିସ ବ୍ରାଞ୍ଚ ସହ ମିଶି ବ୍ୟାଡ୍ଗୋସ୍କଜକଜ୍ ପାଖ ପାର୍କ ହୋଟେଲ ଟ୍ରିଜିସ୍ନକୁ ବୁକ କରିଛନ୍ତି|ଏହି ହୋଟେଲରେ ୟୁକ୍ରେନରୁ ପଳେଇ ଆସିଥିବା ବ୍ୟକ୍ତି ରହିବା ପାଇଁ ଆସି ପାରିବେ, ଯଦିଓ ତାଙ୍କୁ ଏପର୍ଯ୍ୟନ୍ତ ସ୍ଥାନୀୟ ସମ୍ପର୍କୀୟ ପରିବାରରେ ରଖାଯାଉଛି|

ଏପର୍ଯ୍ୟନ୍ତ ୧୪୯ ଲୋକଙ୍କୁ ୟୁକ୍ରେନ ସୀମାରୁ ଅଣାଯାଇଛି ଓ ପୋଲାଣ୍ଡର ସେମି ପର୍ମାନେଣ୍ଟ ଘରେ ସ୍ଥାନ ଦିଆଯାଇଛି|୪୨ ବର୍ଷୀୟ ଜ୍ୟାକବ ଗୋଲଟା କହିଛନ୍ତି ଯେ ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଇଛୁକ ଅଟନ୍ତି କାରଣ ଶୀଘ୍ର ସାହାଯ୍ୟ ମିଳୁନଥିଲା|ଗୋଲାଟା ୪୮ ସିଟ ବିଶିଷ୍ଟ ଗୋଟିଏ ବସ ବୁକ କରିଥିଲେ ଫଳରେ ସେ ପୋଲାଣ୍ଡରେ ୟୁକ୍ରେନ ଶରଣାର୍ଥୀଙ୍କୁ ସୁରକ୍ଷିତ ଆଣି ପାରିବେ|ପାର୍କ ହୋଟେଲ ବାହାରେ ଥିବା ସ୍ୱଛାସେବୀ ଓ ରିଫ୍ୟୁଜି ମହଜୁଦ ରହିଛନ୍ତି ଫଳରେ ଗୋଲାଟା ଦମ୍ପତି ସୁ ରାଇଡର ଚାରିଟି ର ପୋଲିଶ ବ୍ରାଞ୍ଚର ସାହାଯ୍ୟ ପାଇଁ ରଖିଛନ୍ତି|

ଆରମ୍ଭରେ ଗୋଲାଟା କପଲ ସୀମାରେ ୮ ଘଣ୍ଟା ପାଇଁ ଗୋଟିଏ ମିନିବସ ଚଳାଇଥିଲେ , ଶରଣାର୍ଥୀଙ୍କୁ ରିସିଭ କରିବା ପରେ ଏଭଳି ମିତ୍ର ଓ ପରିବାର ସହ ମିଳାଇଲେ ଯିଏ ତାଙ୍କୁ ଦେଖି ଖୁସି ହୋଇଗଲେ|ଯଦିଓ ବହୁବାର ଏପରି କରିବା ପରେ ତାଙ୍କୁ ଲାଗିଲା ଯେ ତାଙ୍କୁ ଆହୁରି କରିବା ଆବଶ୍ୟକ ରହିଛି|ସେ କହିଛନ୍ତି ମୁଁ ଏହି ବିଚାର ସହ ଆସିଥିଲି ଯଦି ମୁଁ ଗୋଟିଏ ପୁରା ହୋଟେଲ ଭଡ଼ାରେ ନେଇ ପାରିବି ଏହି କମଜୋର ମହିଳା ଓ ଛୁଆକୁ ହୋଟେଲରେ ରଖିପାରେ ଓ ତାଙ୍କୁ ରହିବାକୁ,ଉଠାବସା କରିବାକୁ ସୁରକ୍ଷିତ ରଖିପାରିବି ଓ ଦେଖାଶୁଣା କରିପାରିବେ ଓ ଆସିବାକୁ ଅନୁମତି ଦିଏ ତେବେ ସବୁଠାରୁ ଭଲ କଥା ହେବ|

ତାଙ୍କୁ ୧୮୦ ବାଲା ବେଡ ହୋଟେଲ ମିଳିଲା ,ଯାହା କୋଭିଡ ମହାମାରୀ ପାଇଁ ବନ୍ଦ ରହିଥିଲା|ଏଵେ ଏହି ହୋଟେଲ ଏହି ଯୋଜନାରେ ସାମିଲ ହେବା ପାଇଁ ଖୁସ ଥିଲା ଓ ନିଜର ଟଙ୍କା ବ୍ୟୟରେ ଓ ବ୍ୟବହାର କରି ଚଳାଇବାକୁ ଓ ଶରଣାର୍ଥୀ ଆଗମନ ତଥା ସାହାଯ୍ୟ ପାଇଁ ଲାଗିଲା|ଗୋଲାଟା କପଲ ସୀମାରେ ୪୮ ସିଟ ବିଶିଷ୍ଟ ବସ ଚଳାଇଲେ ଯେଉଁଠାରେ ସେ ହିଂସାରୁ ଦୈଡି ପଳାଇଥିବା ବହୁ ପରିବାରକୁ ରିସିଭ କରିଥିଲେ ଓ ହୋଟେଲକୁ ଆଣିଥିଲେ|ୟୁକ୍ରେନର ପୂର୍ବ ଅଂଶରୁ ସେହି ଲୋକଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ଯେଉଁଠି ସବୁଠାରୁ ଅଧିକ ହିଂସା ହୋଇଛି|

Leave A Reply

Your email address will not be published.