ଜଙ୍ଗଲରେ ଜଣେ 15 ବର୍ଷୀୟ ଝିଅ ସହିତ ତିନିଜଣ ମୁସଲିମ ଯୁବକ କଲେ ଦୁଷ୍କର୍ମ,ଏହାପରେ ପ୍ରଶାସନ ସେମାନଙ୍କ ଘର ଉପରେ ଚଢାଇଦେଲା ବୁଲ ଡୋଜର

0

Get real time updates directly on you device, subscribe now.

ମଧ୍ୟ ପ୍ରଦେଶର ଶିୟୋପୁରରୁ ଏକ ହୃଦୟ ବିଦାରକ ଘଟଣା ଘଟି ସାମ୍ନାକୁ ଆସୁଛି। ଏଠାରେ ଏକ 15 ବର୍ଷୀୟ ନିରୀହ ଝିଅ ସହିତ ତିନିଜଣ ଦୁଷ୍କର୍ମ କରିଛନ୍ତି। ନାବାଳିକା ନିଜର ସାଙ୍ଗ ସହିତ ଏକଲା ଯାଉଥିବାର ଦେଖି ତିନିଜଣ ରାକ୍ଷସଙ୍କ ନିୟତିରେ ପରିବର୍ତ୍ତନ ଘଟିଥିଲା, ଏହାପରେ ସେମାନେ ଝିଅଟିକୁ ଜଙ୍ଗଲକୁ ନେଇ ଏହି କାଣ୍ଡ ଘଟାଇଥିଲେ।

ସାମୂହିକ ବଳାତ୍କାରର ତିନି ଆରୋପୀଙ୍କ ନାମ ଖୁଲାସା ହୋଇଯାଇଛି ଓ ତାଙ୍କ ଘର ଉପରେ ପ୍ରଶାସନ ବୁଲ ଡୋଜର ଚଢାଇ ଦେଇଛି। କୁହାଯାଉଛି ଏହି 15 ବର୍ଷୀୟ ଆଦିବାସୀ ଝିଅ ସହିତ ଏଭଳି କାମ ତିନିଜଣ ମୁସଲିମ ଯୁବକ ରିଆଜ, ମୋହସିନ ଓ ଶହବାଜ ଘଟାଇଛନ୍ତି। ମାର୍ଚ୍ଚ 17 ତାରିଖରେ ସେମାନେ ନାବାଳିକା ସହିତ ଏହି କାଣ୍ଡ କରିଥିଲେ।

ଏହି କାଣ୍ଡ ପାଇଁ ସେହି ତିନିଜଣ ଆରୋପୀଙ୍କ ବିରୁଦ୍ଧରେ ଲୋକେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନକୁ କହିଛନ୍ତି। ପ୍ରଶାସନ ସେହି ତିନିଜଣଙ୍କ ଅବୈଧ ଘର ଉପରେ ବୁଲ ଡୋଜର ଚଢାଇ ଦେଇଛି। ଏହି କାର୍ଯ୍ୟରେ ପ୍ରଶାସନ ସହିତ ରାଜସ୍ୱ ବିଭାଗ ଓ ନଗର ପାଳିକା ରହିଛନ୍ତି।

2ଘଣ୍ଟା ଭିତରେ ଭାଙ୍ଗି ଚୁରମାର କରିଦିଆଗଲା ଆରୋପୀଙ୍କ ଘର:-

ପ୍ରଶାସନ ରାଜସ୍ୱ ବିଭାଗ ଓ ନଗରପାଳିକା ସହିତ ଯେମିତି ଆରୋପୀଙ୍କ ଘରକୁ ଭାଙ୍ଗିବା ପାଇଁ ଯାଇଥିଲେ ସେହିପରି ଭାବରେ ସେଠାରେ ବହୁତ ଭିଡ଼ ସୃଷ୍ଟି ହୋଇଥିଲା। ଲୋକମାନେ ଏହି ଘର ଭାଙ୍ଗିବା ଭିଡ଼ିଓ ବନାଇବାକୁ ଲାଗିଲେ ଓ ଏହାକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ ମଧ୍ୟ କରିଦେଲେ। ମାତ୍ର 2 ଘଣ୍ଟା ଭିତରେ ମୋହସିନ, ରିଆଜ ଓ ଶହବାଜଙ୍କ ଘରକୁ ମାଟିରେ ମିଶାଇ ଦିଆଯାଇଥିଲା।

ଜଣେ ଆରୋପୀଙ୍କ ଫସଲ ମଧ୍ୟ ନଷ୍ଟ କରାଗଲା:-

ପ୍ରଶାସନ ଆରୋପୀ ମାନଙ୍କ ଘର ସହିତ ଆରୋପୀଙ୍କ କ୍ଷେତରେ ଲାଗିଥିବା ଫସଲ ମଧ୍ୟ ନଷ୍ଟ କରି ଦେଇଥିଲେ। ଜଣେ ଅରୋପୀଙ୍କ ପଲି ଟେକ୍ନିକ କଲେଜ ପାଖରେ ଗହମ ଚାଷ ହୋଇଥିଲା। ପ୍ରଶାସନ ତାହା ଉପରେ ବୁଲ ଡୋଜର ଚଢାଇ ଏହାକୁ ନଷ୍ଟ କରିଦେଲା।

ଏହା ହେଉଛି ସମ୍ପୂର୍ଣ୍ଣ ମାମଲା:-

ମାମଲା ମାର୍ଚ୍ଚ 17 ତାରିଖର ଅଟେ। ଏଠାରେ ଶିୟୋପୁରର ବାଲାପୁର ବସ୍ତୀରେ ଏକ ନାବାଳିକା ନିଜ ସମ୍ପର୍କୀୟଙ୍କ ସହିତ ଭେଟ ହେବାପାଇଁ ଏକଲା ଯାଉଥିଲା। ବାଟରେ ତାଙ୍କ ସାଙ୍ଗ ଭେଟ ହେବାପରେ ସେ ଦୁହେଁ ଜଙ୍ଗଲ ଦେଇ ଯାଉଥିଲେ ଓ ଥିଲା ଏହିକ୍ଷଣୀ ବାଟରେ ତିନି ଯୁବକ ମୋହସିନ, ରିଆଜ ଓ ଶହବାଜ ଭେଟ ହୋଇଗଲେ।

ତିନିଜଣ ମୌକାର ଫାଇଦା ଉଠାଇ ଝିଅଟି ସହିତ ଦୁଷ୍କର୍ମ ଘଟାଇଥିଲେ ଓ ଏହାପରେ ଝିଅଟିର ସାଙ୍ଗ ଡରିଯାଇ ସେଠାରୁ ଚାଲିଗଲା। ତିନିଜଣ ଝିଅଟି ସହିତ ଦୁଷ୍କର୍ମ କରି ପଳାଇଥିଲେ। ପୋଲିସ ବର୍ତ୍ତମାନ ସେମାନଙ୍କ ଉପରେ ପକ୍ସ ଆକ୍ଟ ରୁଜୁ କରି ସେମାନଙ୍କୁ ଧରି ସାରିଛି।

ଏହି ଘଟଣାକୁ ଦେଖି ଆଖପାଖ ଲୋକମାନେ ବହୁତ ଭୟଭୀତ ହୋଇଯାଇଛନ୍ତି। ଲୋକମାନେ ଆରୋପୀଙ୍କ ବେଆଇନ କୋଠାକୁ ଭାଙ୍ଗିବାକୁ ପ୍ରଶାସନ ଆଗରେ ଦାବି କରିଥିଲେ ଓ ପ୍ରଶାସନ ଏହା ହିଁ କରିସାରିଛି।

Leave A Reply

Your email address will not be published.