ନା ତାଲା ଭାଙ୍ଗିଲା ନା ଜେଲର ରଡ ମୋଡ଼ିଲା, ତଥାପି ଲକଅପରୁ ପଳାଇଲା ଚୋର, ଡେମୋ ଦେଖି ପୋଲିସର ଉଡ଼ିଗଲା ହୋସ,ଆପଣମାନେ ବି ଦେଖନ୍ତୁ ଡେମୋ ଭିଡ଼ିଓ

0

Get real time updates directly on you device, subscribe now.

ମହାରାଷ୍ଟ୍ରର ପୁନେରେ ଜଣେ ଚୋର ପୋଲିସର ନିଦ ଉଡାଇ ଦେଇଛି । ସେ ଦେଖାଇଛି ଯେ ତାଲା ନ ଭାଙ୍ଗି, ଲୁହାର ଜେଲ ନ କାଟି ଲକଅପରୁ କେମିତି ଫେରାର ହୋଇପାରିବେ । ମହାରାଷ୍ଟ୍ରର ପୁନେ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ଅଭିଯୁକ୍ତ ଚୋର ପୋଲିସ ଷ୍ଟେସନରୁ ପଳାଇ ଯିବାରେ ସଫଳ ହେଲା । ଚୋରିକୁ ପୁଣିଥରେ ଧରିବା ପରେ ଏହି ମାମଲାର ଖୁଲାସା ହେଲା ।

ବାସ୍ତବରେ ପୁନେ- ନାସିକ ହାଇୱେ ପାଖରେ ଗୋଟିଏ ପୋଲିସ ଷ୍ଟେସନର ଲକଅପରୁ ଜଣେ ଅଭିଯୁକ୍ତ ଗାଏବ ହୋଇଗଲା । ଲକଅପର ତାଲା ବନ୍ଦ ଥିଲା, ଲୁହାର ଜେଲ ଯେମିତିକୁ ସେମିତି ଥିଲା, ତଥାପି ଚୋର ପଳାଇ ଯିବାରୁ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୋଲିସ ଭାବିବାକୁ ଲାଗିଲା ଯେ ଚୋର ପାଖରେ କୌଣସି ଦିବ୍ୟ ଶକ୍ତି ନାହିଁ ତ ! ତେବେ ବିଶେଷ କଥା ଏହା ଯେ ପୋଲିସ ଟିମ୍ ସେହି ଚୋରକୁ ପୁଣିଥରେ ଧରିନେଲା ।

ଏହି ଚୋରକୁ ପୁଣିଥରେ ପୋଲିସ ଷ୍ଟେସନ ଆଣିବା ପରେ ତା ସହିତ କଠୋର କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ପୋଲିସ ସେହି ଚୋର ଠାରୁ ଏହା ଜାଣିବା ପାଇଁ ଉତ୍ସାହିତ ଥିଲା ଯେ ସେ ଲକଅପରୁ ବାହାରକୁ କେମିତି ଆସିଲା ? ତେବେ ଏହାପରେ ଚୋର ପୋଲିସକୁ ପଳାଇ ଯିବାର ଡେମୋ ଦେଖାଇ ଦେଲା । ଡେମୋ ଦେଖିବାପରେ ପୋଲିସର ମୁଣ୍ଡ ବୁଲାଇ ଦେଲା ଏବଂ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ।

ଏଠାରେ ଦେଖନ୍ତୁ କିପରି ଲକଅପରୁ ପଳାଇ ଥିଲା ଚୋର :-

ପଲକ ପକାଇବା ପୂର୍ବରୁ ଚୋର କିପରି ଲକଅପ ବାହାରକୁ ଆସିଗଲା, ଏହା ଦେଖି ପୋଲିସ ଷ୍ଟେସନରେ ଥିବା ସବୁ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଗଲେ । ଏଥିରେ କୌଣସି ଦୁଇଟି ରାୟ ନାହିଁ ଯେ ଚୋର ସବୁ ସିଷ୍ଟମକୁ ଚିନ୍ତା କରିବାକୁ ବାଧ୍ୟ କରିଦେଲା । ପୋଲିସ ଷ୍ଟେସନର ଲକଅପକୁ ଆହୁରି ମଜବୁତ୍ ରଖିବା ଜରୁରୀ ଅଟେ । ମହାରାଷ୍ଟ୍ର ପୋଲିସ ଏହି ଘଟଣା ପରେ ପୁରା ଚିନ୍ତାରେ ଅଛି ।

Leave A Reply

Your email address will not be published.