EPFO : ପିଏଫ କର୍ମଚାରୀଙ୍କ ପାଇଁ ଖୁସିଖବର, ସରକାର ଦେଉଛନ୍ତି ମୋଟା ଅଙ୍କର ଟଙ୍କା। ଜାଣନ୍ତୁ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

କେନ୍ଦ୍ର ସରକାର ପିଏଫ କର୍ମଚାରୀଙ୍କ ପାଇଁ ଟଙ୍କାର ଖଜାନା ଖୋଲି ଦେଇଛନ୍ତି। ବିତ୍ତୀୟ ବର୍ଷ 2021-22 ରେ ସରକାର ସୁଧ ଦେବା ଘୋଷଣା କରିଥିଲେ। ପିଏଫ କର୍ମଚାରୀଙ୍କୁ 8.1 ପ୍ରତିଶତ ସୁଧ ମିଳିବ ବୋଲି ଘୋଷଣା କରିଥିଲେ। ବିଗତ ବର୍ଷ 8.5 ପ୍ରତିଶତ ସୁଧ ମିଳିଥିଲା। ଏକ ରିପୋର୍ଟସ ଅନୁସାରେ, ଇପିଏଫଓ ର ସେଣ୍ଟ୍ରାଲ ବୋର୍ଡ଼ ଅଫ ଟ୍ରଷ୍ଟି ବୈଠକରେ ଏହି ବଡ଼ ଫଇସଲା ନିଆଯାଇଛି, ଏହାପରେ 6 କୋଟି କର୍ମଚାରୀଙ୍କ ଆଶାକୁ ଝଟକା ଲାଗିଛି।

କର୍ମଚାରୀଙ୍କ ରିଟାୟାରମେଣ୍ଟ ପରବର୍ତ୍ତୀ ସମୟର ଜୀବନକୁ ଉଜ୍ଜ୍ୱଳ କରିବା ପାଇଁ ସରକାର କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ଗଠନ କରିଥିଲେ। ଏହାଦ୍ୱାରା ସମସ୍ତ ଅନରୋଲ କର୍ମଚାରୀଙ୍କର ପିଏଫ ଆକାଉଣ୍ଟ ରହିବା ଅନିବାର୍ୟ୍ଯ ଅଟେ। ଏହି ଖାତାରେ ସାଲାରୀର ଏକ ନିଶ୍ଚିତ ଭାଗ ଜମା କରାଯାଇଥାଏ।

ସେତିକି ଟଙ୍କା କମ୍ପାନୀ ମଧ୍ୟ ସେହି ଖାତାରେ ଜମା କରିଥାଏ। ଯାହାଉପରେ ପ୍ରତ୍ୟେକ ବର୍ଷ ସରକାରଙ୍କ ତରଫରୁ ଏକ ତୟ ରାଶି ମିଳିଥାଏ। କର୍ମଚାରୀ ରିଟାୟାର ହୁଏ କିମ୍ବା ଚାକିରୀ ଛାଡ଼ିଥାଏ ତ ସେ ପିଏଫ ଆକାଉଣ୍ଟରୁ ସାରା ଟଙ୍କା ଉଠାଇଥାନ୍ତି।

ଜଣାଇଦେଉଛୁ, ସେଣ୍ଟ୍ରାଲ ବୋର୍ଡ଼ ଅଫ ଟ୍ରଷ୍ଟି ଏକ ତ୍ରିପାକ୍ଷିକ ସଂସ୍ଥା ଅଟେ। ଏଥିରେ ସରକାର, କର୍ମଚାରୀ, ନିୟୋକ୍ତା ଓ ସଙ୍ଗଠନର ପ୍ରତିନିଧି ସାମିଲ ହୋଇଥାନ୍ତି, ଶ୍ରମମନ୍ତ୍ରୀ ଏହାର ଅଧ୍ୟକ୍ଷତା କରିଥାନ୍ତି। ଯେବେବି ସିବିଟି କୌଣସି ଫଇସଲା ନେଇଥାଏ ତ ଇପିଏଫଓ କୁ ମାନିବା ଅନିବାର୍ୟ୍ଯ ହୋଇଥାଏ।

ଏମିତି ଚେକ କରନ୍ତୁ ମୂଲ୍ୟ:-

– ନିଜ ସ୍ମାର୍ଟଫୋନରେ ପ୍ଲେ ଷ୍ଟୋର ଜରିଆରେ umang ଆପ ଡାଉନଲୋଡ଼ କରନ୍ତୁ।

– ନିଜ ଫୋନ ନମ୍ବରକୁ ରେଜିଷ୍ଟର କରି ଆପ ରେ ଲଗ ଇନ କରନ୍ତୁ।

– ଟପ ଲେଫ୍ଟ କର୍ଣରରେ ଦିଆଯାଇଥିବା ମେନ୍ୟୁ କୁ ଯାଇ Service directory ରେ ଯାଆନ୍ତୁ।

– ଏଠାରେ EPFO ବିକଳ୍ପ କୁ ସର୍ଚ୍ଚ କରି କ୍ଲିକ କରନ୍ତୁ।

– ଏଠାରେ ଭିୟୁ ପାସବୁକକୁ ଯିବାପରେ ନିଜର UAN ନମ୍ବର ଓ OTP ଜରିଆରେ ବାଲାନ୍ସ ଦେଖିନିଅନ୍ତୁ।

EPFO ୱେବସାଇଟ ଜରିଆରୁ ଜାଣନ୍ତୁ ଏହାର ମୂଲ୍ୟ:-

-EPFO ୱେବସାଇଟ ରେ ଲଗ ଇନ କରନ୍ତୁ। ଏହାପରେ ଇ ପାସବୁକ ରେ କ୍ଲିକ କରନ୍ତୁ।

– ଇ ପାସବୁକ ଉପରେ କ୍ଲିକ କରିବାପରେ ଏକ ନୂଆ ପେଜ in କୁ ଆସନ୍ତୁ।

– ଆପଣଙ୍କୁ ନିଜର ୟୁଜର ନେମ, ପାସୱାର୍ଡ ଓ କ୍ୟାପଚା ଭରିବାକୁ ହେବ।

– ସମସ୍ତ ଡ଼ିଟେଲସ ଭରିବା ପରେ ଏକ ନୂଆ ପେଜ କୁ ଆସିବେ ଓ ଏଠାରେ ମେମ୍ବର ଆଇଡ଼ି ଚୟନ କରନ୍ତୁ।

– ଏଠାରେ ଇ ପାସବୁକରେ ଆପଣଙ୍କ ଇପିଏଫଓ ବାଲାନ୍ସ ମିଳିଯିବ।

Leave A Reply

Your email address will not be published.