ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ହୋଇପାରେ ! ନ୍ୟୁକ୍ଲିଅର୍ ଯୁଦ୍ଧର ଡ୍ରିଲ ପାଇଁ ପୁଟିନ ଦେଲେ ଆଦେଶ !

0

Get real time updates directly on you device, subscribe now.

ଋଷ ଓ ୟୁକ୍ରେନର ଯୁଦ୍ଧକୁ ୨୫ ଦିନ ହୋଇଗଲାଣି ହେଲେ କିଛି ସମାଧାନର ସୂତ୍ର ବାହାରିବା ବଦଳରେ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣର ଭୟ ଘନେଇଲାଣି। କାରଣ ପରମାଣୁ ଯୁଦ୍ଧର ସମରାଭ୍ୟାସ ପାଇଁ ଋଷର ରାଷ୍ଟ୍ରପତି ପୁଟିନ ଆଦେଶ ଦେଇଥିବାର ସୂଚନା ମିଳିଛି।

ଏକାଧିକ ଅନ୍ତାର୍ଜତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରମାଣୁର ଯୁଦ୍ଧର ସଙ୍କେତ ଦେଲେଣି। କାରଣ ନ୍ୟୁକ୍ଲିୟର ୱାର ଡ୍ରିଲ ପାଇଁ ନିଜର ସେନାକୁ ପୁଟିନ୍ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି। କେବଳ ଏତିକି ନୁହେଁ ଏଥିରୁ ସୁରକ୍ଷା ପାଇଁ ନିଜର ପରିବାରକୁ ସାଇବେରିଆ ପଠାଇଦେଇଥିବାର ମଧ୍ୟ ଖବର ଶୁଣିବାକୁ ମିଳୁଛି।

ତେବେ ପୁଟିନଙ୍କର ପରମାଣୁ ଆକ୍ରମଣର ନିଷ୍ପତ୍ତିକୁ କ୍ରେମଲିନର ଅଧିକାରୀଙ୍କୁ ବର୍ତ୍ତମାନ ଘୋର ଚିନ୍ତାରେ ପକାଇ ଦେଇଛି। ଏହାଦ୍ୱାରା କେବଳ ୟୁକ୍ରେନ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହେବ ବୋଲି ଚିନ୍ତା ପ୍ରକଟ କରାଯାଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କର କହିବା ଅନୁଯାୟୀ, ଯୁଦ୍ଧକୁ ୨୫ ଦିନ ହୋଇ ଯାଇଥିଲେ ମଧ୍ୟ ୟୁକ୍ରେନକୁ ଅସ୍ତ୍ର ଛାଡିବାକୁ ରାଜି ହେଉନାହିଁ, ଯାହା ପୁଟିନଙ୍କୁ ବର୍ତ୍ତମାନ କ୍ରୋଧିତ କରିଛି। ୟୁକ୍ରେନର ପ୍ରତିଆକ୍ରମଣକୁ ଏକ ଆହ୍ୱାନ ଭାବରେ ପୁଟିନ ଗ୍ରହଣ କରିଛନ୍ତି। ୟୁକ୍ରେନ ଏକ ଛୋଟ ଦେଶ ହୋଇ ମଧ୍ୟ ଏପରି ଟାଣପଣ ଦେଖାଇବା ତାଙ୍କ ଉପରେ ଭାରି ପଡିବ। ତେଣୁ ପରମାଣୁ ଯୁଦ୍ଧ ପାଇଁ ସମରାଭ୍ୟାସ କରିବା ପାଇଁ ନିଜେ ପୁଟିନ୍ ସୂଚନା ଦେଇଥିବା କଥା କ୍ରେମଲିନର ଅଧିକାରୀଗଣ କହିଛନ୍ତି।

ୟୁକ୍ରେନକୁ ଅଧିକାର କରିବାକୁ ପୁଟିନଙ୍କ ନିକଟରେ ଏକ ଭୟଙ୍କର ଉପାୟ ରହିଛି। ପରମାଣୁ ଆକ୍ରମଣ ପାଇଁ ଋଷ ପାଖରେ ଡୁମ୍ସଡେ ବିମାନ ରହିଛି। ଏହା ଦ୍ୱାରା ପରମାଣୁ ଆକ୍ରମଣ କରିହେବ। ଅନ୍ୟପଟେ ଏହି ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ପୁଟିନ ନିଜର ପରିବାରକୁ ସାଇବେରିଆର ଏକ ଗୁପ୍ତ ବଙ୍କରକୁ ପଠାଇଦେଇଛନ୍ତି। ଏହି ବଙ୍କର ଏକ ପାହାଡିଆ ଅଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ହୋଇଥିବା କଥା କୁହାଯାଉଛି।

Leave A Reply

Your email address will not be published.