ଗ୍ୟାସ ସବସିଡିକୁ ନେଇ ସରକାରଙ୍କ ନୂଆ ଯୋଜନା ! ଏବେ କାହା ଆକାଉଣ୍ଟକୁ ଆସିବ ଟଙ୍କା !

0

Get real time updates directly on you device, subscribe now.

ରୋଷେଇ ଗ୍ୟାସ ସିଲିଣ୍ଡରର ସବସିଡିକୁ ନେଇ ଗ୍ରାହକମାନଙ୍କୁ ଏକ ବଡ଼ ଖବର ମିଳିବାକୁ ଯାଉଛି। ଘରୋଇ ଗ୍ୟାସର ଦାମ୍ ବୃଦ୍ଧି ହେବାର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ବଢ଼ିଯାଇଛି। ଏହାରି ମଧ୍ୟରେ ଲଗାତାର ଚର୍ଚ୍ଚା ହେଉଛିକି, ରୋଷେଇ ଗ୍ୟାସର ସିଲିଣ୍ଡରର ଦାମ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ।

ଏଲପିଜିର ସିଲିଣ୍ଡରର ମୂଲ୍ୟ ବୃଦ୍ଧି ନେଇ ସରକାରଙ୍କ ମତାମତ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। କିନ୍ତୁ ସରକାରଙ୍କର ଆନ୍ତରିକ ମୂଲ୍ୟାଙ୍କନରେ ଏହା ସୂଚାଇ ଦେଉଛିଯେ, ସିଲିଣ୍ଡର ପାଇଁ ଗ୍ରାହକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ବର୍ତ୍ତମାନ ପ୍ରସ୍ତୁତ ଅଛନ୍ତି। ସୂଚନା ଅନୁସାରେ, ଏଲପିଜି ସିଲିଣ୍ଡର ଉପରେ ସରକାର ଦୁଇଟି ଆଭିମୁଖ୍ୟ ଗ୍ରହଣ କରିପାରିବେ। ପ୍ରଥମରେ, ହୁଏତ ସରକାର ବିନା ସବସିଡିରେ ସିଲିଣ୍ଡର ଯୋଗାଇପାରନ୍ତି। ଦ୍ୱିତୀୟରେ କିଛି ଚୟନୀୟ ଗ୍ରାହକମାନଙ୍କୁ ମଧ୍ୟ ସବସିଡିର ସୁବିଧା ମିଳିପାରେ।

ସବସିଡି ଉପରେ ସରକାରଙ୍କର ଯୋଜନା କ’ଣ ରହିଛି?:-

ସବସିଡି ଦେବାକୁ ନେଇ ସରକାରଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ ମିଳିଥିବା ସୂଚନା ଅନୁସାରେ, ୧୦ ଲକ୍ଷ ଇନକମର ନିୟମ ବଳବତ୍ତର ରହିବ। ଓ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ସବସିଡିର ଲାଭ ମଧ୍ୟ ମିଳିବ। ସବସିଡି ବାକି ଲୋକମାନଙ୍କ ପାଇଁ ବନ୍ଦ ହୋଇପାରେ।

Leave A Reply

Your email address will not be published.