କ୍ରୁର ଅତ୍ୟାଚାରର କାହାଣୀ ‘ଦ କଶ୍ମୀର ଫାଇଲ୍ସ’,୫ ହଜାର ଘଣ୍ଟାର ରିସର୍ଚ୍ଚ ଓ ୭୦୦ ପୀଡ଼ିତଙ୍କ ସହ କଥା ହେବା ପରେ ହିଁ ନିର୍ମାଣ ହୋଇଛି

0

Get real time updates directly on you device, subscribe now.

ଜୟ ଜଗନ୍ନାଥ ବନ୍ଧୁଗଣ,ଆପଣ ମାନକୁ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ଯେଉଁ ଫିଲ୍ମ ବିଷୟରେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ସେହି ଫିଲ୍ମ କରିବାକୁ ୫ହଜାର ଘଣ୍ଟାର ରିସର୍ଚ ଓ ୭୦୦ ପୀଡ଼ିତଙ୍କ ସହ କଥା ହେବା ପରେ ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ନିର୍ମାଣ ହୋଇଛି। ଫିଲ୍ମ ରିଲିଜ୍ ପରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ଗମ୍ଭୀର ମନ୍ତ୍ୟବ ଦେଇଛନ୍ତି ଚଳଚ୍ଚିତ୍ରର ନିର୍ମାତା ବିବେକ ଅଗ୍ନିହୋତ୍ରୀ। ଏହି ଫିଲ୍ମ ରେ ଆମ ଦେଶର ନଗରୀଙ୍କ ସହ ଯାହା ଘଟିଥିଲା ସେ ବିଷୟରେ ଦର୍ଶା ଯାଇଛି। ଫିଲ୍ମଟି ରିଲିଜ୍ ପରେ ଭଲ ବ୍ୟବସାୟ କରୁଥିବା ବେଳେ ଏଥିରେ କଶ୍ମୀର ପଣ୍ଡିତମାନଙ୍କୁ କେଉଁ ସବୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା, ତାହା ଏହି ଫିଲ୍ମରେ ଦର୍ଶା ଯାଇଛି। ତେବେ ଫିଲ୍ମଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ କରାଯାଇଥିବା କଷ୍ଟ ବିଷୟରେ ଜଣାଇଛନ୍ତି ବିବେକ ଅଗ୍ନିହୋତ୍ରୀ।

ବିବେକ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ୫୦୦୦ଘଣ୍ଟାର ରିସର୍ଚ୍ଚ କରାଯାଇଥିଲା ଓ ୧୫ହଜାର ପୃଷ୍ଠାର ଡକ୍ୟୁମେଣ୍ଟକୁ ସଂଗ୍ରହ କରାଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟାର ସାମ୍ବାଦିକ ସମ୍ମିଳନୀରେ ବିବେକ ଅଗ୍ନିହୋତ୍ରୀ ୨୦ମିନିଟର ଏକ ଭିଡିଓ ଦେଖାଇଥିଲେ। ଏହି ଭିଡିଓରେ ସେହି କଶ୍ମୀର ପଣ୍ଡିତମାନଙ୍କ ସହ ଏକ ସାକ୍ଷାତକାର ଥିଲା ଯେଉଁମାନେ ପ୍ରକୃତରେ ତାଙ୍କ ଉପରେ ହୋଇଥିବା କ୍ରୁର ଅତ୍ୟାଚାରର ସାମ୍ନା କରିଥିଲେ। ବିବେକ କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ପଲ୍ଲବୀ ଯୋଶୀ ବିଶ୍ୱର ଅନେକ ଦେଶ ତଥା ଭାରତର ଅନେକ ସହରକୁ ଯାଇ ପ୍ରକୃତ ପୀଡିତ କଶ୍ମୀରୀ ପଣ୍ଡିତଙ୍କୁ ଭେଟିଥିଲେ ଏବଂ ୭୦୦ରୁ ଅଧିକ ପୀଡିତ କଶ୍ମୀରୀ ପଣ୍ଡିତଙ୍କ ସାକ୍ଷାତକାର ରେକର୍ଡ କରିଥିଲେ। ଏହି ଚଳଚ୍ଚିତ୍ରକୁ ନିର୍ମାଣ କରିବା ପାଇଁ ତାଙ୍କୁ ୪ବର୍ଷର ସମୟ ଲାଗିଥିଲା ବୋଲି ସେ ପ୍ରକାଶ କରିଛନ୍ତି।

ବିବେକ ଆହୁରି ମଧ୍ୟ କହିଛନ୍ତି ଯେ, ପୀଡ଼ିତମ‌ାନେ ଘଟିଥିବା ଘଟଣାକୁ ନେଇ ଫିଲ୍ମ ତିଆରି କରିବାକୁ ଅନେକ ଅନୁରୋଧ କରିଥିଲେ ବି ବଲିଉଡ଼ ଜଗତର କୌଣସି ଫିଲ୍ମ ନିର୍ମାତା ଏନେଇ କୌଣସି ଫିଲ୍ମ କରିବାକୁ ରାଜି ହୋଇନଥିଲେ। ସେ ସମୟରେ ସରକାର ମଧ୍ୟ କଶ୍ମୀର ପଣ୍ଡିତମାନଙ୍କ ଦୁଃଖକୁ ଦେଶବାସୀଙ୍କଠାରୁ ଲୁଚାଇବା ପାଇଁ ସେ ବିଷୟରେ ବିଶେଷ ଆଲୋଚନା ମଧ୍ୟ କରିନଥିଲେ। ତେବେ ବିବେକ ଏହା ଉପରେ ଫିଲ୍ମ ନିର୍ମାଣ କରିଥିବା ବେଳେ ପରେ ଏହାକୁ ନେଇ ୱେବ ସିରିଜ୍ ତିଆରି କରିବେ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.