କାର୍ କିଣିବା ପୂର୍ବରୁ ଆପଣାନ୍ତୁ ଏହି କୌଶଳ,ମିଳିବ ଶସ୍ତା ଆଉ ସୁନ୍ଦର ଗାଡି ।

0

Get real time updates directly on you device, subscribe now.

ନିଜର କାର୍ ଥିବାର ସ୍ୱପ୍ନ ସମସ୍ତଙ୍କର ଥାଏ । ଯେତେବେଳେ ବି ଲୋକ କାର୍ କିଣିବାକୁ ସକ୍ଷମ ହୋଇଯାଆନ୍ତି,ତୁରନ୍ତ କିଣିବାକୁ ବାହାରି ପଡନ୍ତି । ତେବେ କେବଳ ଶୋରୁମ୍ ରେ କାର୍ ଦେଖି କିଣିଦେବା ଉଚିତ୍ ନୁହେ । ଏଥିପାଇଁ ଅନେକ ପ୍ରକାରର ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଏହିପରି ପରିସ୍ଥିତିରେ କାର୍ କିଣିବା ସମୟରେ କିଛି କଥା ଉପରେ ଧ୍ୟାନ ଦେବା ଜରୁରୀ ହୋଇଥାଏ ।

ମାଇଲେଜ ଉପରେ ଧ୍ୟାନ ଦିଅନ୍ତୁ :-

ତେଲର ଦର ୧୦୦କୁ ଟପିଗଲାଣି । ଏମିତି ସମୟରେ ଏହା ଜରୁରୀ ଅଟେ କି କାର୍ କିଣିବା ବେଳେ ତାର ମାଇଲେଜ ଉପରେ ଧ୍ୟାନ ଦେବା ଜରୁରୀ । କାର୍ ର ମାଇଲେଜ ଯେତେ ଅଧିକ ହେବ ତେଲ ସେତିକି ହିଁ କମ୍ ଲାଗିବ । ନିଶ୍ଚିତ ଭାବରେ ଏଥିଯୋଗୁ ପକେଟ ଉପରେ କମ୍ ବୋଝ ପଡିବ ।

ଅନ୍ୟ କାର୍ ସହ ତୁଳନା କରନ୍ତୁ :-

କାର୍ କିଣିବା ପୂର୍ବରୁ ଏହା ଜରୁରୀ ଅଟେ କି ଯେଉଁ ବି କାର୍ ଆପଣ କିଣିବାକୁ ଚାହୁଁଛନ୍ତି,ତାର ତୁଳନା ଅନ୍ୟ ସହ କରିବା ଉଚିତ୍ । ବଜେଟ୍ ରୁ ନେଇ ଫିଚର,ମାଇଲେଜ,ଇଣ୍ଟିରିଅର୍ ଇତ୍ୟାଦି ଦେଖିବା ଉଚିତ୍ । ହୋଇପାରେ କି ଏଥିପାଇଁ କାର୍ କିଣିବାର ପସନ୍ଦ ବଦଳିଯିବ ଆଉ ବଢିଆ କାର୍ ମିଳିଯିବ ।

ବଜେଟ ଉପରେ ଧ୍ୟାନ ଦିଅନ୍ତୁ :-

ମହଙ୍ଗା ହେଉଥିବା ଦୁନିଆରେ ଜରୁରୀ ଅଟେ କି କାର୍ କିଣିବା ପୂର୍ବରୁ ବଜେଟ ଉପରେ ମଧ୍ୟ ଧ୍ୟାନ ଦେବା । ତେବେ ଏମିତି ନହେଉ କି କାର୍ କିଣିବା ଚକ୍କରରେ ଘର ର ବଜେଟ ହିଁ ବିଗିଡି ଯିବ । ଏମିତି ରେ ଜରୁରୀ ନୁହେଁ କି ବହୁତ ଦାମୀ କାର୍ କିଣିବା । କମ୍ ବଜେଟରେ ମଧ୍ୟ ବହୁତ ଭଲ କାର୍ ମିଳିପାରିବ ।

ମେଣ୍ଟେନାନ୍ସ ଖର୍ଚ୍ଚ :-

କାର୍ କିଣିବା ପରେ,ସବୁଠୁ ବଡ଼ ଯେଉଁ ଅସୁବିଧା ସାମ୍ନାକୁ ଆସେ,ତାହା ହେଉଛି କାର୍ ର ମେଣ୍ଟେନାନ୍ସ ରେ ହେଉଥିବା ଖର୍ଚ୍ଚ । ଏମିତି ରେ କାର୍ କିଣିବା ପୂର୍ବରୁ ହିଁ ତା ଉପରେ ହେଉଥିବା ମେଣ୍ଟେନାନ୍ସ ର ଖର୍ଚ୍ଚ ବିଷୟରେ ଆଗରୁ ହିଁ ଜାଣିନେବା ଉଚିତ୍ ।କାରଣ ପରେ ଯେମିତି କୌଣସି ଅସୁବିଧାର ସାମ୍ନା ନକରିବାକୁ ପଡେ ।

ସିଟିଙ୍ଗ କାପାସିଟି :-

କାର୍ କିଣିବା ସମୟରେ,ଏହି କଥାର ଧ୍ୟାନ ଦେବା କି ପରିବାର ରେ କେତେ ଜଣ ସଦସ୍ୟ ଅଛନ୍ତି । ଅଧିକ ଲୋକ ଅଛନ୍ତି ତ ଅଧିକ ସିଟିଙ୍ଗ କାପାସିଟି କାର୍ କିଣିପାରିବେ,ଯେଉଁଥିରେ ସମସ୍ତେ ଆରାମ୍ ରେ ଯାତ୍ରା କରିପାରିବେ । ଯଦି ସିଙ୍ଗଲ୍ ପରିବାର କିମ୍ବା ନିଜ ପାଇଁ କାର୍ କିଣୁଛନ୍ତି ତେବେ ୫ସିଟର୍ କାର୍ ଯଥେଷ୍ଟ ।

Leave A Reply

Your email address will not be published.