କେଫ୍ ରେ ଲାପଟପ୍ ଚୋରି କରିବାକୁ ପଶିଲା ଚୋର, ଆଉ ଯେତେବେଳେ ଲାପଟପ୍ ଚୋରି କଲା,ଠିକ୍ ସେତିକିବେଳେ ଯୁବତୀ ଶିଖେଇଲା ଏପରି ବୁଦ୍ଧି,ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଆମେ ବଜାରରେ ଯେତେବେଳେ ଥାଉ ଚୋର କେତେବେଳେ ଓ କେଉଁଠାରେ ଆସି ଆମକୁ ଆକ୍ରମଣ କରିବ କିଛି କୁହାଯାଇପାରିବ ନାହିଁ|ଯଦିଓ ଚୋର ତାର ଅନ୍ଦାଜରେ ଆସି କେତେବେଳେ ଚୋରି କରିନେଵ ଆପଣଙ୍କୁ ଜଣା ପଡିବ ନାହିଁ|କିଛି ଲୋକ ଏପରି ଅଟନ୍ତି ଯିଏ ଏଭଳି ଘଟଣାରୁ ସତର୍କ ରହିଥାନ୍ତି ଓ ଚୋରକୁ ଧରି ନିଅନ୍ତି|କିଛି ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖାଯାଏ|ମାର୍କେଟରେ ମହଜୁଦ ଥିବା ଗୋଟିଏ କେଫରେ ବସିଥିବା ଜଣେ ମହିଳାଙ୍କ ସହ ଏଭଳି ଘଟଣା ହେବାକୁ ଥିଲା, ତାଙ୍କୁ ଏଭଳି ଜିନିଷର ଡର ନଥିଲା|ସେ ନିଜର ଲାପଟପରେ ବହୁ ସମୟ ପର୍ଯ୍ୟନ୍ତ ବ୍ୟସ୍ତ ଥିଲେ|ଅଚାନକ ଗୋଟିଏ ଚୋର ତାଙ୍କ ହୋଶ ଉଡାଇ ଦେଲା|

ହଁ ଆଜ୍ଞା, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଏ ଯେ କେଫରେ ବସିଥିବା ମହିଳା ଲାପକପରେ ବ୍ୟସ୍ତ ଥିଲେ|ଆଖପାଖରେ ବସିଥିବା ଲୋକ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଉଥିଲେ|ସେତେବେଳେ ବାହାରୁ ଜଣେ ବ୍ୟକ୍ତି ହେଲମେଟ ଓ କ୍ୟାରି ବ୍ୟାଗ ନେଇ ଭିତରକୁ ପସିଲା|ଲାପକପରେ ବ୍ୟସ୍ତ ଥିବା ମହିଳା ତାଙ୍କୁ ନଜର ଉଠାଇ ମଧ୍ୟ ଦେଖି ନଥିଲେ, କିନ୍ତୁ କିଛି ସେକେଣ୍ଡରେ ଏଭଳି ଘଟଣା ଘଟିଥିଲା ଫଳରେ ମହିଳାଙ୍କ ବୁଦ୍ଧି ହଜିଗଲା|ଚୋର ଅଚାନକ ମହିଳାଙ୍କ ସାମ୍ନାରେ ବସିଲା ଓ ଲାପଟପ ଛଡାଇ ଵାହାରକୁ ଦୈଡିଥାଏ|ଯୁବତୀ ସତର୍କତା ଦେଖାଇ ଲାପଟପରେ ଲାଗିଥିବା ଚାର୍ଜର ତାରକୁ ଟାଣିଥାଏ|

ଚୋର ଲାପଟପକୁ ଠିକ ଭାବେ ଧରି ନଥିଲା ଫଳରେ ଲାପଟପ ଗଳି ପଡ଼ିଲା|ଯୁବତୀ ନିଜ ଲାପଟପ ଫେରି ପାଇଲା|ଲାପଟପ ଚୋରି କରିବାକୁ ଯୁବକ ପୁଣିଥରେ କେଫରେ ପଶିଥାଏ|ଏତେବେଳେ ସବୁଲୋକ ସତର୍କ ହୋଇଥାନ୍ତି ଓ ଚୋର ଉପରେ ଆକ୍ରମଣ ପାଇଁ ଚେୟାର ଉଠାନ୍ତି|ସେ ସେଠାରୁ ପ୍ରାଣ ବିକଳରେ ଦୈଡିଥାଏ|ସିସିଟିଭି ଫୁଟେଜରେ ରେକର୍ଡ ଭିଡିଓ ଜମେଇକି ଭାଇରାଲ ହେଉଛି|ଟୁଇଟରରେ ଏହାକୁ @ViciousVideos ସେୟାର କରିଛନ୍ତି|୩୮ ହଜାରରୁ ଉର୍ଦ୍ଧ୍ଵ ଥର ଏହାକୁ ଦେଖାଯାଇଛି|

Leave A Reply

Your email address will not be published.