ବଡ଼ ଖବର : ଚାଇନାରେ ଦୃତ ଗତିରେ ବଢ଼ିବାରେ ଲାଗୁଛି କରୋନା, ଏହି ଭ୍ୟାରିଏଣ୍ଟ ସୃଷ୍ଟି କରୁଛି ହାହାକାର, ଜାଣନ୍ତୁ ଏହି ଭ୍ୟାରିଏଣ୍ଟର ଲକ୍ଷଣ କଣ କଣ ?

0

Get real time updates directly on you device, subscribe now.

ସାରା ଦୁନିଆରେ ଯେତେବେଳେ କରୋନାର କେସ କମିବାରେ ଲାଗିଛି ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସମ୍ପୂର୍ଣ୍ଣ ରୂପରେ ଏହାକୁ ଶେଷ କରିବାର ବିଚାର ନେଇଛି। ସେପଟେ କରୋନାର ଜନ୍ମସ୍ଥାନ ମାନା ଯାଉଥିବା ଚୀନ ରେ ଆଉଥରେ କରୋନାର ମାମଲା ବୃଦ୍ଧି ପାଇବାରେ ଲାଗିଛି।

ଚୀନ ରେ stealth ସବ ଭ୍ୟାରିଏଣ୍ଟର ବଢ଼ିଲା ପ୍ରକୋପ:-

ହିନ୍ଦୁସ୍ଥାନ ଟାଇମସ ରିପୋର୍ଟ ମୁତାବିକ, ବିଗତ 24 ଘଣ୍ଟାରେ ଚୀନ ରେ 5200 ମାମଲା ସାମ୍ନାକୁ ଆସିଛି। ଏଠାରେ ଅଧିକତର ସଂକ୍ରମିତ ହୋଇଥିବା ଲୋକେ ଓମିକ୍ରନ ଭ୍ୟାରିଏଣ୍ଟର ସବ ଭ୍ୟାରିଏଣ୍ଟ stealth ଦ୍ୱାରା ସଂକ୍ରମିତ ହେଉଛନ୍ତି। ଚୀନ ରେ କରୋନାକୁ ରୋକିବା ପାଇଁ 3ଟି ବଡ଼ ଶହରରେ ଲକ ଡାଉନ ଲଗାଯାଇଛି ସେହିପରି 3 କୋଟି ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

24 ଘଣ୍ଟାରେ 5 ହଜାରରୁ ଅଧିକ ମାମଲା:-

ବିଗତ 2 ବର୍ଷରେ ଜାରି କରୋନା ମହାମାରୀ ଅନ୍ତର୍ଗତ ଚୀନ ଏହାପୂର୍ବରୁ କେବଳ ଦୁଇଥର ହିଁ 5 ହଜାରରୁ ଅଧିକ କେସ ସାମ୍ନାକୁ ଆସିଛି। ଦୁଇଥର ଏମିତି ମାମଲା ଉହାନ ସହରରୁ ସାମ୍ନାକୁ ଆସିଥିଲା। ଯାହାକୁ ଦୁନିଆରେ କରୋନାର ଉତ୍ପତ୍ତି ସ୍ଥଳ ମାନା ଯାଉଥିଲା। ଏହି ସମୟରେ ଚୀନ ର ଚିନ୍ତା ମଧ୍ୟ ବଢ଼ିଯାଇଛି।

କରୋନା ର Stealth Omicron କଣ ?:-

1. କରୋନାର ଏହି ସବ ଭ୍ୟାରିଏଣ୍ଟକୁ BA.2 ଭ୍ୟାରିଏଣ୍ଟ ମଧ୍ୟ କୁହାଯାଇଥାଏ। ଏହି ସବ ଭ୍ୟାରିଏଣ୍ଟ ମୂଳ ଭ୍ୟାରିଏଣ୍ଟ ଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ। ଏହି ଭ୍ୟାରିଏଣ୍ଟ ଏଥିପାଇଁ ଚିନ୍ତାର ବିଷୟ ଅଟେ କାରଣ ଏହାର ପତା ଲଗାଇବା କଷ୍ଟକର ଅଟେ। ଏହି ସବ ଭ୍ୟାରିଏଣ୍ଟରେ ସ୍ପାଇକ ପ୍ରୋଟିନର ମହତ୍ୱପୂର୍ଣ୍ଣ ମ୍ୟୁଟେସନ ଗାୟବ ରହିଛି। ଏହାର ମ୍ୟୁଟେସନ କାରଣରୁ କରୋନା ସଂକ୍ରମଣର ପରିଚୟ ପାଇଁ rapid pcr ଟେଷ୍ଟ କରାଯାଇଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁତାବିକ, ଏହି ସବ ଭ୍ୟାରିଏଣ୍ଟ କରୋନା ଭାଇରସର ମୂଳ ଭ୍ୟାରିଏଣ୍ଟ ପରି ଖତରନାକ ସିଦ୍ଧ ହୋଇଥାଏ।

3. ଏହି ସବ ଭ୍ୟାରିଏଣ୍ଟ ଦ୍ୱାରା ପୀଡ଼ିତ ଲୋକ ମାନଙ୍କ ଠାରେ ମୁଣ୍ଡ ବୁଲାଇବା, ଥକା ଅନୁଭବ ହେବା ପ୍ରମୁଖ ଲକ୍ଷଣ ଅଟେ। ଏହି ଲକ୍ଷଣ ସଂକ୍ରମିତ ହେବାର ଦୁଇ ତିନିଦିନ ପରେ ଦେଖାଯାଇଥାଏ। ଏହାପରେ ଜ୍ୱର, ଥକାପଣ, ଗଳାରେ ଦରଜ, ହାତରେ ଚିହ୍ନ ଦେଖାଯିବା, ହାର୍ଟ ରେଟ ବଢିଯିବା ଇତ୍ୟାଦି ଦେଖା ଦେଇଥାଏ।

4. WHO ମୁତାବିକ, ଏହା ଶ୍ଵସନ କିମ୍ବା ଫୁସୁଫୁସ ଉପରେ ପ୍ରଭାବ ପକାଇ ନଥାଏ। ଏହାସହ ଏହି ସବ ଭ୍ୟାରିଏଣ୍ଟ ସ୍ୱାଦ କିମ୍ବା ଗନ୍ଧର ଅଭାବ ମଧ୍ୟ ଦେଖାଇ ନଥାଏ।

5. ଏହି Stealth Omicron ଧୀରେଧୀରେ ଚୀନ ସମେତ ନେପାଳ, ଭୁଟାନ, କତାର, ଭାରତ ସମେତ ଅନ୍ୟ ଦେଶ ଆଡ଼କୁ ମଧ୍ୟ ମାଡ଼ି ଚାଲିଛି। ଭାରତ ସରକାର ଏବେପର୍ଯ୍ୟନ୍ତ ଏହାର ପୁଷ୍ଟି କରି ନାହାଁନ୍ତି କିନ୍ତୁ ମେଡ଼ିକାଲ ଏକ୍ସପର୍ଟଙ୍କ ମୁତାବିକ, ଲୋକମାନଙ୍କୁ ସାବଧାନତା ଅବଲମ୍ବନ କରିବା ସହିତ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ଉଚିତ।

Leave A Reply

Your email address will not be published.