ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ ! ୨୨ ତାରିଖରେ ନେଇପାରେ ବାତ୍ୟାର ରୂପ ! ଜାଣନ୍ତୁ କଣ ସୂଚନା ଦେଉଛି ପାଣିପାଗ ବିଭାଗ !

0

Get real time updates directly on you device, subscribe now.

ଏହି ସୁନ୍ଦର ପୃଥିବୀ ପ୍ରକୃତି କୁ ନେଇ ଗଠିତ । ପ୍ରକୃତି ଆଗରେ ସର୍ବଦା ନତମସ୍ତକ ହୋଇ ରହେ ମଣିଷ । ଏହି ପ୍ରକୃତି କେତେବେଳେ ମା ହୋଇ ଆଦରି ନେଇ ଥାଏ ତ କେତେବଳେ ଦେଖାଇ ଥାଏ ତାର କରାଳ ରୂପ । ପାଲଟି ଯାଇଥାଏ ହିଂସ୍ର । ହିଂସ୍ର ରୂପ ଦେଖାଇ ବହୁ ଧନ ଜୀବନ କ୍ଷତି କରି ଦେଇ ଥାଏ । ତେବେ ପ୍ରକୃତି ର ଅନେକ ଭୟଙ୍କର ରୂପ ଦେଖିବାକୁ ମିଳି ଥାଏ । ଭୂମିକମ୍ପ , ବାତ୍ୟା, ଆଦି ହୋଇ ବହୁ ଧନ ଜୀବନ କ୍ଷତି ହୋଇ ଥାଏ ।

ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟ ର କାରଣ ହେଉଛି ପରିବେଶ ଓ ପରିବେଶ ରେ ରହୁଥିବା ମନୁଷ୍ୟ । ମନୁଷ୍ୟ ମାନେ ପରିବେଶ କୁ ନିଜ ଆବଶ୍ୟକତା ପାଇଁ ନଷ୍ଟ କରି ଥାନ୍ତି । ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରି ପ୍ରକୃତି କୁ ନଷ୍ଟ କରିଥାନ୍ତି ସେଥି ପାଇଁ ବିଭିନ୍ନ ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ ।

ଓଡ଼ିଶା ରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଏହି ଲଘୁଚାପ ଆସନ୍ତା ୨୨ ତାରିଖ ରେ ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି ବୋଲି ଏହାକୁ ନେଇ ସୋଆ ପାଣିପାଗ ମୁଖ୍ୟ ଶରତ ସାହୁ ସୂଚନା ଦେଇଛନ୍ତି । ଏହି ବାତ୍ୟା ଓଡ଼ିଶା ଠାରୁ ୨୦୦ କିମି ଦୂରରୁ ବାଙ୍ଗଲାଦେଶ ଆଡ଼କୁ ମୁହାଁଇବ । ୨୩ ତାରିଖ ଅପରାହ୍ନ ରେ ବଙ୍ଗଳାଦେଶ ରେ ଏହି ଲ୍ୟାଣ୍ଡ ଫଲ୍ କରିବାର ସମ୍ଭାବନା ରହିଛି । ଏହି ସୂଚନା ନେଇ କୌଣସିି ସଠିକ୍ ତଥ୍ୟ ଦିଆ ଯାଇ ନାହି । ଏହି ବିଷୟ ରେ ୨୦ ତାରିଖ ରେ ସ୍ପଷ୍ଟ ଭାବରେ ସୂଚନା ମିଳି ପାରିବ ।

ତେଣୁ ଏହି ବାତ୍ୟା କୁ ନେଇ ଓଡ଼ିଶାବାସୀ କୌଣସି ପ୍ରକାର ଆତଙ୍କିତ ହୁଅନ୍ତୁ ନାହି ବୋଲି ନିର୍ଦ୍ଦେଶ ଦେଇଛନ୍ତି ଶରତ ସାହୁ । ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ମିଳିଛି ପାଣିପାଗ ବିଭାଗ ରୁ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଜେ ବନ୍ୟା କୁ ନେଇ କୌଣସି ଆକଳନ କରା ଯାଇ ନାହି । ଘରେ ସୁରକ୍ଷିତ ଭାବରେ ରୁହନ୍ତୁ ଆତଙ୍କିତ ହୁଅନ୍ତୁ ନାହି ବୋଲି ପାଣିପାଗ ବିଭାଗ ରୁ ସୂଚନା ମିଳିଛି ।

Leave A Reply

Your email address will not be published.