ଫ୍ଲିପକାର୍ଟରେ ଚମତ୍କାର ଅଫର : VIVO ର ରଙ୍ଗ ବଦଳାଇଥିବା ଏହି 5G Smartphone କୁ କିଣନ୍ତୁ ଅଧା ଦାମରେ,ଜାଣନ୍ତୁ ଅଫର ବିଷୟରେ ସଂପୂର୍ଣ୍ଣ ସୂଚନା

0

Get real time updates directly on you device, subscribe now.

Flipkart Big Saving Days: ଫ୍ଲିପକାର୍ଟରେ ବିଗ୍ ସେଭିଂ ଡେଜ ସେଲ ଚାଲିଛି । ଏହି ସେଲ ମାର୍ଚ୍ଚ 12 ତାରିଖରୁ ଆରମ୍ଭ ହୋଇଛି ଏବଂ ମାର୍ଚ୍ଚ 16 ତାରିଖ ପର୍ଯ୍ୟନ୍ତ ଚାଲିବ । ସେଲ ସମୟରେ ସ୍ମାର୍ଟ ଫୋନ୍ ଏବଂ ଅନ୍ୟାନ୍ୟ ପ୍ରଡକ୍ଟ ଉପରେ ଧମାକାଦାର ଡିସକାଉଣ୍ଟ ମିଳୁଛି । ଯଦି ଆପଣ ନୂତନ ସ୍ମାର୍ଟ୍ ଫୋନ୍ କିଣିବାପାଇଁ ପ୍ଲାନିଂ କରୁଛନ୍ତି, ତେବେ ଆଜି ଆପଣଙ୍କ ପାଇଁ ଚମତ୍କାର ସୁଯୋଗ ରହିଛି । ସମସ୍ତ କମ୍ପାନୀ ନିଜ ନିଜର 5G ସ୍ମାର୍ଟ ଫୋନ କୁ ଲଞ୍ଚ କରିଛନ୍ତି । ସେଲରେ 5G ଫୋନକୁ ବହୁତ୍ ଶସ୍ତାରେ କିଣାଯାଇ ପାରିବ । Vivo V23 କୁ ବହୁତ୍ କମ୍ ମୂଲ୍ୟରେ କିଣାଯାଇ ପାରିବ । ଅଫରକୁ ପାଇ ଫୋନକୁ ଅଧା ମୂଲ୍ୟରେ ମଧ୍ୟ ପାଇପାରିବେ ।

Flipkart Big Saving Days: Vivo V23 5G Offers And Discounts :-

Vivo V23 5G ର 8GB RAM+128GB ଷ୍ଟୋରେଜ ଭାରିଆଣ୍ଟର ଲଞ୍ଚିଂ ପ୍ରାଇସ 34,990 ଟଙ୍କା ଅଟେ, କିନ୍ତୁ ଫ୍ଲିପକାର୍ଟ ସେଲରେ ଏହି ଫୋନ କୁ ଆପଣ 29,990 ଟଙ୍କାରେ କିଣିପାରିବେ । ଅର୍ଥାତ୍ ଏହି ଫୋନରେ 5ହଜାର ଟଙ୍କା ଡିସକାଉଣ୍ଟ ମିଳୁଛି । ଏହାବ୍ୟତୀତ ଅନେକ ବ୍ୟାଙ୍କ୍ ଏବଂ ଏକ୍ସଚେଞ୍ଜ ଅଫର ରହିଛି, ଯେଉଁଥିରେ ଫୋନ ର ମୂଲ୍ୟ ବହୁତ୍ କମ ହୋଇଯାଏ ।

Flipkart Big Saving Days: Vivo V23 5G Bank Offers :-

ଯଦି ଆପଣ ଫୋନ କୁ କିଣିବା ପାଇଁ SBI ର କ୍ରେଡିଟ କିମ୍ବା ଡେବିଟ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ 3 ହଜାର ଟଙ୍କାର ଡିସକାଉଣ୍ଟ ମିଳିବ । ଅର୍ଥାତ୍ ଫୋନର ମୂଲ୍ୟ 26,990 ଟଙ୍କା ହୋଇଯିବ ।

Flipkart Big Saving Days: Vivo V23 5G Exchange Offer :-

Vivo V23 5G ଉପରେ 13 ହଜାର ଟଙ୍କାର ଏକ୍ସଚେଞ୍ଜ ଅଫର ମିଳୁଛି । ଯଦି ଆପଣ ପୁରୁଣା ସ୍ମାର୍ଟ ଫୋନ୍ ଏକ୍ସଚେଞ୍ଜ କରନ୍ତି, ତେବେ ଆପଣଙ୍କୁ ଏତେ ଅଫର୍ ମିଳିପାରିବ । 13 ହଜାର ଟଙ୍କାର ପୁରା ଅଫର୍ ସେତେବେଳେ ମିଳିବ, ଯେତେବେଳେ ଫୋନର କଣ୍ଡିସନ୍ ଭଲ ଥିବ ଏବଂ ମଡେଲ ଲାଟେଷ୍ଟ ହୋଇଥିବ । ପୁରା ଅଫର୍ ପାଇବାରେ ଯଦି ଆପଣ ସଫଳ ହୁଅନ୍ତି, ତେବେ ଫୋନର ମୂଲ୍ୟ 13,990 ଟଙ୍କା ହୋଇଯିବ । ଅର୍ଥାତ୍ 34,990 ଟଙ୍କାର ଫୋନକୁ ଆପଣ ମାତ୍ର 13,990 ଟଙ୍କାରେ କିଣି ପାରିବେ ।

Leave A Reply

Your email address will not be published.