ମଶା ଦୂର କରିବ ଏସବୁ ବିପଦ, ଲକ୍ଷ ଲକ୍ଷ ମଶା ଛାଡିବ ଆମେରିକା,ଜାଣନ୍ତୁ ପୁରା ଖବର

0

Get real time updates directly on you device, subscribe now.

ମଶା ହିଁ ମଶା କାମୁଡିବାର ପ୍ରଭାବକୁ ସମ୍ପୂର୍ଣ ରୂପରେ ହ୍ରାସ କରିପାରିବ। ଅର୍ଥାତ ମଶା, ଡେଙ୍ଗୁ, ହଳଦିଆ ଜ୍ୱର ଏବଂ ଜିକା ଭଳି ରୋଗ ବିସ୍ତାର କରୁଛନ୍ତି। ବର୍ତ୍ତମାନ ଏହି ମଶାମାନେ ଏହାକୁ ଦୂର କରିବା ପାଇଁ କାର୍ଯ୍ୟ କରିବେ। ଆସନ୍ତା ୨ବର୍ଷ ମଧ୍ୟରେ ଆମେରିକାର କାଲିଫର୍ଣ୍ଣିଆ ଏବଂ ପ୍ଲୋରିଡା ନିକଟରେ ଏହିପରି ଲକ୍ଷ ଲକ୍ଷ ସ୍ୱତନ୍ତ୍ର ମଶା ମୁକ୍ତ ହେବ। ଯାହା ଏହି ରୋଗର ବିସ୍ତାର କରୁଥିବା ମଶାମାନଙ୍କୁ ଦୂର କରିବ। ଏହା ପ୍ରଥମେ ଅକ୍ସଫୋର୍ଡ ପେଷ୍ଟ କଣ୍ଟ୍ରୋଲ ଡେଭଲପମେଣ୍ଟ ଫାର୍ମ କରିଛି। ଫାର୍ମ କହିଛିକି ମଣିଷ ମଧ୍ୟରେ ରୋଗ ବିସ୍ତାର କରିବାର କାମ କେବଳ ମହିଳା ମଶା କରିଥାନ୍ତି। ଲ୍ୟାବରେ ପ୍ରସ୍ତୁତ ହେଉଥିବା ଏହି ଜେନେଟିକାଲି ମୋଡିଫାଏଡ ପୁରୁଷ ମଶାଙ୍କୁ ସହର ମଧ୍ୟକୁ ଛଡାଯିବ। ମହିଳା ମଶାମାନଙ୍କୁ ଦୂର କରିବା ପାଇଁ ଏମାନେ ଭଲ ଭାବରେ କାର୍ଯ୍ୟ କରିବେ। କିନ୍ତୁ ଏହା କିପରି ଘଟିବ ତାହା କମ୍ପାନୀ ଭଲ ଭାବରେ ବୁଝାଇ କହିଛି।

ଡେଲି ମେଲ ରିପୋର୍ଟ ଅନୁସାରେ ଲ୍ୟାବରେ ପ୍ରସ୍ତୁତ ହେଉଥିବା ସ୍ୱତନ୍ତ୍ର ପ୍ରକାରର ପୁରୁଷ ମଶା ପ୍ରସ୍ତୁତ କରାଯାଇଛି। ପୁରୁଷ ମଶା ମଣିଷଙ୍କ ନିକଟରେ ରୋଗ ବିସ୍ତାର କରନ୍ତି ନାହିଁ। ତେଣୁ ଲ୍ୟାବରେ ଏହିପରି ପୁରୁଷ ମଶାର ଜିନକୁ ପରିବର୍ତ୍ତନ କରାଯାଇଛି। ଏହି ମଶାମାନଙ୍କୁ ଯେତେବେଳେ ବାୟୁରେ ଛାଡିଦିଆଯାଏ। ସେତେବେଳେ ସେମାନେ ମହିଳାଙ୍କ ସହିତ ମିଶିବେ। ଏହା ଦ୍ୱାରା ପୁରୁଷ ମଶାର ଜିନ ମହିଳାଙ୍କ ନିକଟରେ ପହଞ୍ଚିଯିବ। ସେମାନଙ୍କ ନିକଟରୁ ଜାତ ମହିଳା ମଶା ବୟସ୍କ ହେବା ପୂର୍ବରୁ ମରିଯିବେ।ଗତବର୍ଷ ଏହାର ପରୀକ୍ଷା କରାଯାଇଛି।

ପରୀକ୍ଷା ସମୟରେ ପ୍ଲୋରିଡା ନିକଟରେ ଲକ୍ଷଲକ୍ଷ ମଶାମୁକ୍ତ ହୋଇଥିଲେ। ଏହାର ଫଳାଫଳ ବହୁତ ପ୍ରଭାବଶାଳୀ ବୋଲି ଜଣାପଡିଛି। ପରୀକ୍ଷା ପରେ ଏହି ଯୋଜନା ଏନଭାଇରନମେଣ୍ଟାଲ ପ୍ରୋଟେକ୍ସନ ଏଜେନ୍ସି ବା ଇପିଏର ଅନୁମୋଦନ ଲାଭ କରିଛି। ବର୍ତ୍ତମାନ ୨୦୨୨ ରୁ ୨୦୨୪ ମଧ୍ୟରେ ୨୪୦କୋଟି ଏଭଳି ମଶା ସବୁ ମୁକ୍ତ ହେବେ। ଏହା ଫଳରେ ପ୍ଲୋରିଡା ନିକଟରେ ୨୦୦ ନିୟୁତ ମଶା ଏବଂ କାଲିଫର୍ଣ୍ଣିଆରେ ୪୦୦ ନିୟୁତ ମଶା ମୁକ୍ତ ହେବେ।

ଲ୍ୟାବରେ ପ୍ରସ୍ତୁତ ହେଉଥିବା ଏହି ନୂଆ ମଶା ମଣିଷ ପାଇଁ କେତେ ବିପଜ୍ଜନକ। ଏହି ବିଷୟରେ କମ୍ପାନୀ କହିଛିକି ଏହି ମଶାମାନେ ନିରାପଦ। ଏହା ସମଗ୍ର ଇକୋ ସିଷ୍ଟମ ପାଇଁ କୌଣସି ପ୍ରକାର ବିପଦ ସୃଷ୍ଟି କରେନାହିଁ। ଗତବର୍ଷ ଏହି ପରୀକ୍ଷଣର ଫଳାଫଳ ବାହାରକୁ ଆସିବା ପରେ ଇପିଏ ଅନୁମୋଦନ ପାଇବା ପରେ ପରବର୍ତ୍ତୀ ଯୋଜନାକୁ ପ୍ରସ୍ତୁତ କରାଯାଇଛି।

ଇପିଏ ବର୍ତ୍ତମାନ ପର୍ଯ୍ୟନ୍ତ ଅକ୍ସିଟେକର ପରୀକ୍ଷଣରୁ ତଥ୍ୟ ସାର୍ବଜନୀନ କରିନାହିଁ। କିମ୍ବା ଏହାର ବିପଦ ବିଷୟରେ କୌଣସି ଅଫିସିଆଲ ମନ୍ତବ୍ୟ ମଧ୍ୟ ଦେଇନାହିଁ । ତଥାପି ବୈଜ୍ଞାନିକମାନେ କହିଛନ୍ତିକି ଇପିଏ ନିଜେ ଏହାର ସମୀକ୍ଷା କରିବା ଉଚିତ ଏହା ସହିତ ସୂଚନା ମଧ୍ୟ ପ୍ରକାଶ କରିବା ଉଚିତ।

Leave A Reply

Your email address will not be published.