ରୁଷ୍‌ ସେନାର ବିସ୍ଫୋରଣ ଯୋଗୁଁ ରାସ୍ତା ମଝିରେ ପ୍ରାଣ ହରାଇଲା ଝିଅ,ମା’ ପାଇଁ ଆଉ ଆଣିପାରିଲେନି ଔଷଧ

0

Get real time updates directly on you device, subscribe now.

ଋଷ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧକୁ ୧୮ ଦିନ ହୋଇଗଲାଣି। ତଥାପି ନା ଋଷ ଅଟକୁଛି ନା ୟୁକ୍ରେନ ହାର ମାନୁଛି। କେହି ହାର ମାନୁନାହାନ୍ତି। ଦୁଇ ଦେଶ ନିଜ ନିଜ ଜିଦ୍ଦିରେ ବର୍ତ୍ତମାନ ଅଛନ୍ତି। ଫଳରେ ଯୁଦ୍ଧ ଥମୁନାହିଁ। ଏହି ଯୁଦ୍ଧ ଯୋଗୁ ବର୍ତ୍ତମାନ ସାଧାରଣ ଜନତା କଲବଲ ହେଉଛନ୍ତି। କେଉଁଠି କିଏ ଖାଇବାକୁ ପାଉ ନାହିଁ ତ ଆଉ କେଉଁଠି ଲାଇନ ନଥିବା କାରଣରୁ ଲୋକମାନେ ଅନ୍ଧାରରେ ଶୀତରେ ଥରୁଛନ୍ତି। ଏହି ଯୁଦ୍ଧ ପାଇଁ ସହର ବର୍ତ୍ତମାନ ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଛି।

ଏହି ଯୁଦ୍ଧ ମଧ୍ୟରେ ବର୍ତ୍ତମାନ ଆଉ ଏକ ଛାତିଥରା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ବର୍ତ୍ତମାନ ଦୋହଲାଇ ଦେଇଛି। ଋଷ ବର୍ତ୍ତମାନ ୟୁକ୍ରେନ ମାଟିରେ ଅବିରତ ଗୁଳି ଓ ବୋମା ବର୍ଷା କରୁଅଛି। ଏହି ବୋମାମାଡ଼ରେ ଜଣେ ମହିଳାଙ୍କର ମୃ-ତ୍ୟୁ ଘଟିଥିବାର ଜଣାଯାଇଛି। ୟୁକ୍ରେନର ଏହି ମହିଳା ଜଣକ ନିଜର ରୋଗାଗ୍ରସ୍ତ ମା’ ପାଇଁ ମେଡିସିନ ଆଣିବା ପାଇଁ ଘରୁ ବାହାରିଥିଲେ। ଏହି ସମୟରେ ଋଷର ସୈନିକ ବୋମା ପକାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ମହିଳା ଓ ତାଙ୍କ ମା’ଙ୍କର ଜୀବନ ଚାଲିଯାଇଛି।

ରିପୋର୍ଟ ଅନୁସାରେ, ମୃତ ମହିଳାଙ୍କର ନାଁ ହେଉଛି ବେଲେରିୟା ମକ୍ସେତ୍ସକା। ବେଲେରିୟା ନିଜର ମା’ଙ୍କ ପାଇଁ ଔଷଧ ଆଣିବା ପାଇଁ କିଭ ସ୍ଥିତ ଘରକୁ ବାହାରିଥିଲେ। ବେଲେରିଆ, ତାଙ୍କର ମା ଇରୀନା ଓ ଡ୍ରାଇଭର ୟାରେସ୍ଲାଭ କାରରେ ଯାଉଥିବା ସମୟରେ ତାଙ୍କର ଉପରକୁ ରୁଷ ସେନା ଟ୍ୟାଙ୍କରରେ ବୋମା ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଛି।

ଯୁଦ୍ଧ ଆରମ୍ଭ ସମୟରେ ବେଲେରିୟା କିଭରେ ରହି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କର ମାଙ୍କ ମେଡିସିନ ସରିଯିବା ପରେ ସେ ବାଧ୍ୟ ହୋଇ କିଭରୁ ନିଜ ଘରକୁ ବାହାରିଥିଲେ। ମା, ଝିଅ ଓ ତାଙ୍କର ଡ୍ରାଇଭର କିଭ ପଶ୍ଚିମରେ ଏକ ରାସ୍ତାରେ ରୁଷର ସୈନ୍ୟ ଅତିକ୍ରମ କରିବା ପାଇଁ ଅପେକ୍ଷା କରିଥିଲେ। କିନ୍ତୁ ଏହି ସମୟରେ ହଠାତ ତାଙ୍କର ଗାଡ଼ି ଉପରେ ବୋମା ମାଡ଼ ହୋଇଥିଲା। ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଇତି ମଧ୍ୟରେ ରୁଷ ସେନା କିଭର ସହରକୁ ତିନି ପଟୁ ଘେରି ସାରିଲେଣି। ମାରିୟୁପୋଲ ଓ ବ୍ରୋବରୀ ଉପରେ ରୁଷର ସେନା ଲଗାତାର ଆକ୍ରମଣ କରୁଅଛି। ଏହି ଯୁଦ୍ଧରେ ଉଭୟ ଦେଶ ହଜାର ହଜାର ସୈନ୍ୟ ବାହିନୀଙ୍କର ମୃତ୍ୟୁ ହୋଇସାରିଲାଣି। ତଥାପି ଯୁଦ୍ଧ ବର୍ତ୍ତମାନ ସୁଦ୍ଧା ଥମୁନାହିଁ। ତେବେ କୁହାଯାଉଛିକି ବର୍ତ୍ତମାନ ପର୍ଯ୍ଯନ୍ତ କୌଣସି ମୁହୂର୍ତ୍ତରେ ମଧ୍ୟ ରୁଷ ସେନା କିଭକୁ ସମ୍ପୂର୍ଣ୍ଣ ଦଖଲ କରିପାରେ।

Leave A Reply

Your email address will not be published.