ୟୁକ୍ରେନ ଦେଲା ବଡ ବୟାନ … ୧୫ ଦିନ ଯୁଦ୍ଧରେ ଦେଶରେ କେତେ ହୋଇଛି କ୍ଷତି,କେମିତି ହେବ ଏସବୁ ଭରଣା !

0

Get real time updates directly on you device, subscribe now.

ରୁଷ ଓ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ ୟୁକ୍ରେନକୁ କେତେ କ୍ଷତି ହୋଇଛି, ଏହା ଉପରେ ରାଷ୍ଟ୍ରପତି ଜେଲେନସ୍କିଙ୍କର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଏକ ବୟାନକୁ ଜାରି କରିଛନ୍ତି। ସେ କହିଛନ୍ତିକି, ରୁଷ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଦେଶକୁ ୧୦୦ ବିଲିୟନ ଡଲାରର କ୍ଷତି ହୋଇସାରିଛି। ଏହି ଯୁଦ୍ଧ କାରଣରୁ ୟୁକ୍ରେନରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ବ୍ୟବସାୟ ବର୍ତ୍ତମାନ ଠପ ହୋଇ ଯାଇଛି। ଯାହାକି ୫୦ ପ୍ରତିଶତ ଚାଲିଛି, ତାହାବି ନିଜ କ୍ଷମତାଠାରୁ ଅଧିକ ନିମ୍ନ ସ୍ତରରେ ରହିଛି।

ଏମିତି ହେବ କ୍ଷତିର ଭରଣା:-

ମୁଖ୍ୟ ଆର୍ଥିକ ପରାମର୍ଶଦାତା ଓସ୍ତେନକୋଙ୍କ କହିବା ଅନୁସାରେ, ଏହା ଆନୁମାନିକ କ୍ଷତି ଅଟେ। ଏଥିରେ ରାସ୍ତା, ପୋଲ, ହସ୍ପିଟାଲ, ଇକ୍ୱିପମେଣ୍ଟ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ସାମିଲ ରହିଛି। ତେବେ ଏକ ଅନଲାଇନ ଇଭେଣ୍ଟ ସମୟରେ ଓସ୍ତେନକୋଙ୍କୁ ପଚରା ଯାଇଥିଲାକି, ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା କ୍ଷତିକୁ କେଉଁପରି ଭାବରେ ଭରଣା କରାଯିବ। ଏହା ଉପରେ ସେ ଉତ୍ତର ରଖି କହିଥିଲେଯେ ‘ସାରା ବିଶ୍ୱରେ ରୁଷର ସମ୍ପତ୍ତି ଫ୍ରିଜ ହୋଇଯାଇଛି। ଏଥିରେ ରଷିଆନ୍‌ ସେଣ୍ଟ୍ରାଲ ବ୍ୟାଙ୍କ ସୁଦ୍ଧା ସାମିଲ ଅଛି। ଏଥିରୁ ହିଁ ୟୁକ୍ରେନରେ ହୋଇଥିବା ଏକ ବଡ଼ କ୍ଷତିର ଭରଣା କରାଯାଇ ପାରିବ।’ ସେ ଆହୁରି କହିଥିଲେକି, ରୁଷର ଧନୀ ବର୍ଗ ଲୋକମାନଙ୍କର ଜବତ ସମ୍ପତ୍ତିକୁ ବ୍ୟବହାର କରି ମଧ୍ୟ ରାଜକୋଷକୁ ପୁଣିଥରେ ପ୍ରସ୍ତୁତ କରାଯାଇପାରିବ।

ଓସ୍ତେନକୋ କହିଥିଲେକି, ବର୍ତ୍ତମାନ ୟୁକ୍ରେନର ରାଜକୋଷ ଭଣ୍ଡାରରେ ପାଖାପାଖି ୨୭.୫ ବିଲିୟନ ଡଲାର ଅଛି, ଯାହା ଆକ୍ରମଣ ପୂର୍ବ ତୁଳନାରେ ୩୦ ବିଲିୟନ ଡଲାର କମ ଅଟେ। ୟୁକ୍ରେନର ଯେଉଁ ଭାଗରେ ରୁଷ ଆକ୍ରମଣ କରିନାହିଁ, ସେଠାରେ ଏଟିଏମ ଜରିଆରେ କ୍ୟାଶ ଉଠାଯାଇପାରିବ। କ୍ରେଡିଟ କାର୍ଡରୁ ନେଇ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ପେମେଣ୍ଟ ସିଷ୍ଟମର ମଧ୍ୟ ସୁବିଧା କାମ କରୁଛି। ଅନ୍ୟପଟେ ରାଷ୍ଟ୍ରପତି ଜେଲେନସ୍କି ରୁଷ ବିରୋଧରେ ଏକ କଡ଼ା ପଦକ୍ଷେପ ଉଠାଇବାକୁ ଯାଇ ଏକ ନୂଆ ଆଇନକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ ୟୁକ୍ରେନ ରୁଷୀୟ ସମ୍ପତ୍ତିକୁ ଜବତ କରିପାରିବ। ଏହି ଆଇନ ରୁଷ କିମ୍ବା ଏହାର ନାଗରିକମାନଙ୍କର ସମ୍ପତ୍ତିକୁ ବିନା କୌଣସି କ୍ଷତିପୂରଣରେ ଜବତ କରିବାର ଅଧିକାର ଦେଇଥାଏ। ଏହି ଆଇନକୁ ମାର୍ଚ୍ଚ ୩ ତାରିଖରେ ୟୁକ୍ରେନ ସଂସଦରେ ପାରିତ କରାଯାଇଛି।

Leave A Reply

Your email address will not be published.