ପ୍ରେମିକ ସାଜିଲା ସଇତାନ, ପ୍ରେମିକାକୁ ପଥରରେ ଛେଚିଛେଚି କଲା ହତ୍ୟା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ପ୍ରେମିକ ସାଜିଲା ସଇତାନ। ସାମାନ୍ୟ କଥାକୁ କେନ୍ଦ୍ର କରି ଅତି ବିଭତ୍ସ ଭାବରେ ପ୍ରେମିକାକୁ ପଥରରେ ଛେଚି ପ୍ରେମିକ ହତ୍ୟା କଲା। ଏଭଳି ଘଟଣା ଖୁଣ୍ଟା ଥାନା ରାଇଡିହି ଗ୍ରାମରେ ଘଟିଛି।

ସୂଚନା ଅନୁସାରେ, ବାସିପିଠା ଅଞ୍ଚଳର ଯୁବକ ମୁନୁ ଟୁଡୁ ଏବଂ ସପନଚୁଆ ଗ୍ରାମର ବୁଦ୍ଧୁନି ହେମ୍ୱ୍ରମ୍ ଗତକାଲି ରାଇଡିହି ଗ୍ରାମକୁ ବୁଲିବା ପାଇଁ ଯାଇଥିଲେ। ରାଇଡିହି ଗାଁରେ ବୁଦ୍ଧୁନିଙ୍କ ସମ୍ପର୍କୀୟ ଘର ହୋଇଥିବା ସମୟରେ ସେଠାରୁ ଫେରି ଉଭୟ ଏକ ବାଇକରେ ବୁଲିବା ପାଇଁ ଯାଇଥିଲେ। ଏହାପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଯାହା ଏତେ ଉଗ୍ରରୂପ ନେଇଥିଲାଯେ ପରସ୍ପରକୁ ଆକ୍ରମଣ କରିଥିଲେ।

ମୁନୁ ଏକ ବଡ ପଥରରେ ବୁଦ୍ଧୁନିକୁ ଆକ୍ରମଣ କରିଥଲା। ଏଥିରେ ବୁଦ୍ଧୁନି ତଳେ ପଡିଯିବା ପରେ ତାକୁ ଏକ ପଥରରେ ଛେଚି ମୁନୁ ତାଙ୍କର ହତ୍ୟା କରିଥିଲା। ଅନ୍ୟପଟେ ଉଭୟ ପରସ୍ପର ଉପରକୁ ଆକ୍ରମଣ କରୁଥିବା ସମୟରେ ବୁଦ୍ଧୁନିଙ୍କ ଆକ୍ରମଣରେ ମୁନୁ ମଧ୍ୟ ଗୁରୁତର ହୋଇଯାଇଛନ୍ତି।

ଖବର ଜଣାପଡିବା ପରେ ପରେ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଦ୍ଧୁନିଙ୍କର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହା ସହ ଅଭିଯୁକ୍ତ ମୁନୁକୁ ପୋଲିସ ଡାକ୍ତରଖାନାରେ ଚିକିତ୍ସା କରାଇ ଥାନାରେ ଅଟକ ରଖିଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ସମୟରେ ଉଭୟ ପ୍ରେମିକ ଏବଂ ପ୍ରେମିକା ଥିଲେ। ତେବେ କେଉଁ କାରଣରୁ ବଚସା ହୋଇଥିଲା ଏବଂ ହତ୍ୟାର କାରଣ କେବଳ ବଚସା ଅଟେ ନା ଆଉ କିଛି ସେ ନେଇ ପୋଲିସ ବର୍ତ୍ତମାନ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.