ମଦୁଆ ବାପା ପସନ୍ଦ କରିଥିବା ପୁଅ ସହିତ ବିବାହ କରିବାକୁ ମନା କଲା ଝିଅ, ବାପା ଓ କକା ମିଶି ଝିଅକୁ କଲେ ହ-ତ୍ୟା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଗୋପଲଗଞ୍ଜରୁ ହରର କିଲିଙ୍ଗର ମାମଲା ସାମ୍ନାକୁ ଆସିଛି । ମଦ ନିଶାରେ ବାପା ଏବଂ କକା ସହିତ ତିନିଜଣ ଲୋକ ମିଶି ଯୁବତୀଙ୍କୁ ବେକ କାଟି ହତ୍ୟା କରିଦେଲେ । ଘଟଣା ପରେ ଘର ପାଖରେ ଥିବା ଜମିରେ ଶବକୁ ଫିଙ୍ଗି ଦିଆଗଲା । ପୋଲିସ ହତ୍ୟା ପଛରେ ହରର କିଲିଙ୍ଗ ସମେତ ଅନ୍ୟ ମାମଲାରେ ମଧ୍ୟ ଯାଞ୍ଚ କରୁଛି ।

ଘଟଣାଟି ନଗର ଥାନାର କୋଟବା ଗାଁର ଅଟେ । ମୃତକ ଯୁବତୀ କୋଟବା ଗାଁର ଇନ୍ଦ୍ରଦେବ ରାମଙ୍କ ଝିଅ 19 ବର୍ଷୀୟ କିରଣ କୁମାରୀ ବୋଲି ଜଣାପଡିଛି । ମୃତ ଯୁବତୀଙ୍କ ମା କଳାଦେବୀ ଅଭିଯୋଗ କରିଛନ୍ତି ଯେ କିରଣ କୁମାରୀଙ୍କ ବିବାହ ତାଙ୍କ ବାପା ଇନ୍ଦ୍ରଦେବ ରାମ ମସାନ ଥାନା ବିରଛା ଗାଁର ନାତି ଶର୍ମାଙ୍କ ସହିତ କରିବାକୁ ଚାହୁଁଥିଲେ । କିରଣ ଏବଂ ତାଙ୍କ ମାଙ୍କୁ ସେହି ପିଲା ପସନ୍ଦ ନଥିଲା । ତେଣୁ ବିବାହ କରିବାପାଇଁ ମନା କରି ଦେଇଥିଲେ । ମୃତ କିରଣ ଆଉ କାହାକୁ ଭଲ ପାଉଥିଲେ ଏବଂ ତାକୁ ବିବାହ କରିବାକୁ ଚାହୁଁଥିଲେ ।

ମୃତକଙ୍କ ମା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ଵାମୀ ଇନ୍ଦ୍ରଦେବ ରାମ ସବୁବେଳେ ମଦ ପିଇ ଘରକୁ ଆସୁଥିଲେ । ଝିଅ ଏହାକୁ ବିରୋଧ କରୁଥିଲା । ରବିବାର ଦିନ ରାତିରେ ମୃତକଙ୍କ ବାପା, ତାଙ୍କ କକା ଏବଂ ବଡ ବାପା ମଦ ନିଶାରେ ଘରେ ପହଞ୍ଚିଲେ ଏବଂ ତାଙ୍କୁ ବେକ କାଟି ହତ୍ୟା କରିଦେଲେ ।

ବିରୋଧ କରିବାରୁ କିରଣଙ୍କ ମା କଳା ଦେବୀଙ୍କୁ ମଧ୍ୟ ଆହତ କରି ଦିଆଗଲା । ସୂଚନା ପାଇ ଯେତେବେଳେ ସକାଳେ ପୋଲିସ ପହଞ୍ଚିଲା, ସେତେବେଳେ ଶବ ଜମିରେ ମିଳିଲା । ତିନି ଅଭିଯୁକ୍ତ ସେତେବେଳକୁ ଫେରାର ହୋଇ ଯାଇଥିଲେ । ପୋଲିସ କହିଛି ଯେ ଯାଞ୍ଚ ପରେ ଅପରାଧୀମାନଙ୍କୁ ଖୋଜି ଗିରଫ କରାଯିବ ।

Leave A Reply

Your email address will not be published.