ଗୋଟିଏ ୱାର୍ଡରୁ ବାପ-ପୁଅ ଲଢ଼ୁଛନ୍ତି, ବିଜେଡିରୁ ପୁଅ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଟକ୍କର ଦେଉଛନ୍ତି ବାପା ।

0

Get real time updates directly on you device, subscribe now.

ରାଜନୀତି ହେଉଛି ଏକ ପ୍ରକାର ମିଛ ଆଶ୍ଵାସନା ବୋଲି କହିଲେ ଚଳେ । ନେତା ମାନେ ରାଜନୀତି ନାମ ରେ ଅନେକ ଲୋକ ଙ୍କୁ ମିଛ ଆଶ୍ୱାସନା ଦେଇଥାନ୍ତି । ମୁଁ ଜିତିଲେ ଏହି ଅଞ୍ଚଳ ରେ ଏଇ ଉନ୍ନତି କରିବି , ସେଇ ଉନ୍ନତି କରିବି କହି ଭୋଟ ନେଇଯାଆନ୍ତି । କିନ୍ତୁ ଜିତିସରିଲା ପରେ ସେହି ନେତା ଙ୍କ ର ଆଉ ଦେଖା ମିଳେନାହିଁ । ତେବେ ବର୍ତମାନ ସୁଦ୍ଧା କିଛି କିଛି ହାତ ଗଣତି ନେତା ଅଛନ୍ତି ଯେଉଁମାନେ ପ୍ରତିଶ୍ରୁତିବଦ୍ଧ । ଅର୍ଥାତ୍ ଭୋଟ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥାନ୍ତି , ସେହି ପ୍ରତିଶ୍ରୁତି ଜିତିଲା ପରେ ପୂରଣ କରିଥାନ୍ତି । ତେବେ ଯେଉଁ ସ୍ଥାନ ରେ ଭୋଟ ଆସିଥାଏ , ଅନେକ ଭୋଟ କୁ ନେତା ମାନେ ଟଙ୍କା ପଇସା ଦେଇ କିଣି ନେଇଥାନ୍ତି । ତେବେ ଏପରି ସ୍ଥାନରେ ଭୋଟର ମାନେ ଟଙ୍କା ନ ନେଇ ନିଜ ବୁଦ୍ଧି ଅନୁସାରେ ଭୋଟ ଦେବା ଉଚିତ୍ । ତେବେ ଆଗକୁ ରହୁଚି ପୌର ନିର୍ବାଚନ ।

ତେବେ ଅନେକ ୱାର୍ଡ ରେ ଏକ ପରିବାର ରୁ ଅନ୍ୟ ଅନ୍ୟ ଦଳ ରୁ ଲଢ଼ିବା ଆମେ ଅନେକ ଦେଖିବାକୁ ପାଇଛୁ । ସେହିପରି ଗୋଟିଏ ପୁଣି ଥରେ ଦେଖିବାକୁ ମିଳିଛି । ବାପା ବିଜେପି ପ୍ରାର୍ଥୀ ହୋଇଥିବା ସମୟ ରେ ପୁଅ ବିଜେଡି ପ୍ରାର୍ଥୀ । ପୋଲସରା ଏନଏସିରୁ ଆସିଛି ଏମିତି ଏକ ରୋଚକ ଖବର । ଏନଏସିର ଦୁଇ ନମ୍ବର ୱାର୍ଡରୁ ପ୍ରାର୍ଥୀ ହୋଇଛନ୍ତି ବାପା ଓ ପୁଅ । ବାପା ଦୁର୍ଯ୍ୟୋଧନ ସାହୁ ବିଜେପିରୁ ପ୍ରାର୍ଥୀ ହୋଇଥିବାବେଳେ, ବିଜେଡିରୁ ସାନ ପୁଅ ଅନିଲ ସାହୁ ପ୍ରାର୍ଥୀ ହୋଇଛନ୍ତି । ଦୁର୍ଯ୍ୟୋଧନ ପୂର୍ବ ରୁ ବହୁବାର କାଉଁନସିଲର ଭାବେ ବିଜୟୀ ହୋଇଛନ୍ତି ।

ହେଲେ, ଏଥର ପରସ୍ଥିତି ପରିସ୍ଥିତି କିଛିଟା ଅଲଗା ରହୁଚି । ଏଥର ଦୁର୍ଯ୍ୟୋଧନ ଙ୍କୁ ନିଜ ପୁଅ ସହ ଇଲେକ୍ସନ ରେ ଲଢ଼େଇ କରିବାକୁ ପଡିବ । ତେଣୁ ଆଗାମି ଦିନରେ ଏଠାରେ ଏକ ଭିନ୍ନ ପ୍ରକାରର ଲଢ଼େଇ ଦେଖିବାକୁ ମିଳିଛି । ତେବେ ବାପା ପୁଅ ଉଭୟ ନାମାଙ୍କନ ଦାଖଲ କରିବା ପରେ ଅଞ୍ଚଳରେ ବାପା ପୁଅଙ୍କ ରାଜନୀତି ଟକ୍କର ବିଷୟ ରେ ଚର୍ଚା ଚାଲିଛି ।

ଗଞ୍ଜାମ ଜିଲ୍ଲା ପୋଲସରା ଏନଏସିରୁ ଆସିଛି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାର ଏହି ଖବର । ପୌର ନିର୍ବାଚନ ମୈଦାନରେ ବାପା-ପୁଅର ଲଢେଇ । ଦୁଇ ନମ୍ବର ୱାର୍ଡରେ ବାପା ବିରୋଧରେ ଠିଆ ହୋଇଛି ପୁଅ । ବାପା ବିଜେପି ପ୍ରାର୍ଥୀ ଓ ପୁଅ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି ।

ପୋଲସରା ଏନଏଏସିର ପ୍ରଥମ ମହିଳା ଅଧ୍ୟକ୍ଷାଙ୍କ ପରିବାରର ଏହି ପ୍ରତିଦ୍ୱନ୍ଦ୍ୱିତା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସବୁଠୁ ମୂଳ କଥା ହେଉଛି ଏହି ୱାର୍ଡରୁ ବାପା କି ପୁଅ ଯିଏ ବି ଜିତିବ ସେ, ଗୋଟିଏ ପରିବାର ରୁ ହିଁ କାଉନସିଲର ହେବ । ଦଳ ଅଲଗା ହେଲେ ବି ସାହୁ ପରିବାରର ସଦସ୍ୟ ୱାର୍ଡରେ କାଉଁନସିଲର ହେବେ । ଏହିପରି ଅନେକ ଖବର ମଧ୍ୟ ଆସିଚି ।

Leave A Reply

Your email address will not be published.