47 ବର୍ଷ ବୟସରେ ପିଲାମାନଙ୍କ ପରି କାନ୍ଦିଲେ ରିକି ପୋଣ୍ଟିଙ୍ଗ, କାରଣ ଜାଣିଲେ ଆପଣଙ୍କ ହୃଦୟରେ ମଧ୍ୟ ଆଘାତ ଲାଗିବ,ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଅଷ୍ଟ୍ରେଲିଆକୁ 3ଥର ୱାର୍ଲ୍ଡ କପ୍ ଜିତାଇଥିବା କ୍ୟାପଟେନ ରିକି ପୋଣ୍ଟିଙ୍ଗ 47 ବର୍ଷ ବୟସରେ ପିଲାଙ୍କ ପରି କାନ୍ଦିବାକୁ ଲାଗିଲେ, ଯାହା ସାରା ଦୁନିଆର ଲୋକଙ୍କୁ ମଧ୍ୟ କନ୍ଦାଇ ଦେଇଛି । ରିକି ପୋଣ୍ଟିଙ୍ଗଙ୍କ କାନ୍ଦିବାର କାରଣ ଜାଣିଲେ ଯେକୌଣସି ବ୍ୟକ୍ତିର ହୃଦୟ ଭାଙ୍ଗିଯିବ । ରିକି ପୋଣ୍ଟିଙ୍ଗ ମାନସିକ ଭାବରେ ବହୁତ୍ ମଜବୁତ୍ ମଣିଷ ଅଟନ୍ତି ଏବଂ ପୁରା କ୍ୟାରିୟର ସମୟରେ ସେ କେବେ ବି ଏତେ ଇମୋସନାଲ ଦେଖା ଯାଇନାହାନ୍ତି ।

ରିକି ପୋଣ୍ଟିଙ୍ଗଙ୍କ ଭଳି ମଜବୁତ୍ ମଣିଷ, ଯିଏ ଅଷ୍ଟ୍ରେଲିଆକୁ 1999, 2003 ଏବଂ 2007ର ୱାର୍ଲ୍ଡ କପ୍ ଜିତାଇ ସାରିଛନ୍ତି, ସିଏ ଏପରି ଭାବେ ପିଲାଙ୍କ ପରି କାନ୍ଦିବା କାରଣରୁ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ପିଲାଙ୍କ ପରି କାନ୍ଦିଲେ ରିକି ପୋଣ୍ଟିଙ୍ଗ :-

ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ରିକି ପୋଣ୍ଟିଙ୍ଗ ନିକଟରେ ପ୍ରସିଦ୍ଧ ଲେଗ ସ୍ପିନର ଶେନ୍ ୱାର୍ଣଙ୍କ ଅଚାନକ ହୋଇଥିବା ମୃତ୍ୟୁ ପାଇଁ ବହୁତ୍ ଦୁଃଖିତ ହୋଇ ପଡିଛନ୍ତି । ଗତ ସପ୍ତାହରେ ସେନ ୱାର୍ଣଙ୍କ ହାର୍ଟ ଆଟାକ କାରଣରୁ ମୃତ୍ୟୁ ହୋଇ ଯାଇଛି । ରିକି ପୋଣ୍ଟିଙ୍ଗ ଶେନ୍ ୱାର୍ଣଙ୍କୁ ଏତେ ଭଲ ପାଉଥିଲେ ଯେ ତାଙ୍କ ଶବ୍ଦ ଶୁଣିବାପରେ ସେ ଟିଭି ବନ୍ଦ କରି ଦେଉଥିଲେ । କାରଣ ସେ ବର୍ତ୍ତମାନ ମଧ୍ୟ ବିଶ୍ୱାସ କରି ପାରୁନାହାନ୍ତି ଯେ ତାଙ୍କ ସାଥୀ ଖେଳାଳି ଆଉ ନାହାନ୍ତି । ଶେନ୍ ୱାର୍ଣଙ୍କୁ ଇମୋସନାଲି ବିଦାୟ ଦେଇ ରିକି ପୋଣ୍ଟିଙ୍ଗ କହିଛନ୍ତି ଯେ ସେ ବର୍ତ୍ତମାନ ସୁଦ୍ଧା ନିଜ କ୍ଲୋଜ୍ ଫ୍ରେଣ୍ଡର ଅଚାନକ ମୃତ୍ୟୁ ଦୁଃଖରୁ ବାହାରି ପାରୁନାହାନ୍ତି ।

କାରଣ ଜାଣିଲେ ହୃଦୟ ଭାଙ୍ଗି ଯିବ :-

ରିକି ପୋଣ୍ଟିଙ୍ଗ ଗୋଟିଏ ଇଣ୍ଟରଭିୟୁ ସମୟରେ ଅଚାନକ ପିଲାଙ୍କ ପରି କାନ୍ଦିବାକୁ ଲାଗିଲେ । ରିକି ପୋଣ୍ଟିଙ୍ଗ କହିଛନ୍ତି ଯେ, ” ଯେତେବେଳେ ବି ତାଙ୍କ ବିଷୟରେ କହିବାକୁ ପଡେ କିମ୍ବା ନିଜ ସହିତ ଯାତ୍ରାର ଅନୁଭବ କହିବାକୁ ପଡେ, ସେତେବେଳେ ମୋ ପାଖରେ ଶବ୍ଦ ରହେ ନାହିଁ । ଆଜି ବି ମୁଁ ଯେତେବେଳେ ଟିଭିରେ ଶ୍ରଦ୍ଧାଞ୍ଜଳି ଦେଖୁଛି ଏବଂ ତାଙ୍କ ଶଦ୍ଦ ଶୁଣିଛି, ସେତେବେଳେ ଟିଭି ବନ୍ଦ କରି ଦେଉଚି । ଗତ କିଛି ଦିନ କଠିନ ଲାଗିଲା, କିନ୍ତୁ ଏହି କଥାରୁ ସଚେତନତା ମିଳିଲା ଯେ କେଉଁ କଥା ଉପରେ ଆହୁରି ଧ୍ୟାନ ଦେବା ଆବଶ୍ୟକ । ଆମ ସମସ୍ତଙ୍କ ପାଇଁ ଏହା ଏକ ଶିକ୍ଷା ଅଟେ ।”

ରିକି ପୋଣ୍ଟିଙ୍ଗ ଏବଂ ସେନ ୱାର୍ଣ ମେଲବର୍ଣ୍ଣ ରେ ଗୋଟିଏ ଅଞ୍ଚଳରେ ରହୁଥିଲେ ଏବଂ ସାଙ୍ଗ ହୋଇ ଖେଳୁଥିଲେ । ରିକି ପୋଣ୍ଟିଙ୍ଗ କହିଛନ୍ତି ଯେ ସେ ଗୋଟିଏ କଥା ସେନ ୱାର୍ଣଙ୍କୁ କହିପାରିଲେ ନାହିଁ । ସେ ଲୁହ ପୋଛି କହିଛନ୍ତି, ” ମୁଁ ତାଙ୍କୁ ଏହା କହିପାରିଲି ନାହିଁ ଯେ ମୁଁ ତାଙ୍କୁ କେତେ ଭଲପାଏ । ହେଲେ କହିପାରି ଥାଆନ୍ତି ।” ସେନ ୱାର୍ଣ ଙ୍କୁ ଭାବୁକ ହୋଇ ଶ୍ରଦ୍ଧାଞ୍ଜଳି ଦେଇ ରିକି ପୋଣ୍ଟିଙ୍ଗ କହିଛନ୍ତି ଯେ ସେ ବର୍ତ୍ତମାନ ସୁଦ୍ଧା ନିଜର ଅତି ପ୍ରିୟ ବନ୍ଧୁଙ୍କ ଅଚାନକ ମୃତ୍ୟୁର ଦୁଖରୁ ବାହାରି ପାରିନାହାନ୍ତି ।

Leave A Reply

Your email address will not be published.