ମହାନଦୀ ପାଣିରେ ପୁଣି ପଶିଛନ୍ତି ୨ ହାତୀ , ମନେପଡିଯାଉଛି ମୁଣ୍ଡୁଳୀର ସେଇ ଘଟଣା

0

Get real time updates directly on you device, subscribe now.

ସାରା ଓଡିଶାବାସୀ ଏକ ପ୍ରକାରର ନିସ୍ତବ୍ଧ ହୋଇଯାଇଥିଲେ ଯେତେବେଳେ ସେମାନେ ଓଟିଭି ସାହସୀ ରିପୋଟର୍ ଅରିନ୍ଦମ ଦାସଙ୍କ ମୃତ୍ୟୁ କଥା ଶୁଣିଥିଲେ। ମହାନଦୀରେ ଏକ ହାତୀ ଫସି ରହିଥିଲା, ଆଉ ତାକୁ ସେଠାରୁ କାଢିବା ପାଇଁ ଏନ୍ଡିଆରଏଫ୍ ଟିମ୍ ମହାନଦୀକୁ ଯାଇଥିଲେ, ସେମାନଙ୍କ ସହ ଓଟିଭି ରିପୋଟର୍ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ୍ ମଧ୍ୟ ଯାଇଥିଲେ। ହେଲୃ ଭଗବାନଙ୍କର ବୋଧ ହୁଏ କିଛି ଅଲଗା ନିର୍ଦ୍ଦେଶ ଥିଲା, ହାତୀର ଜୁବନ ବଞ୍ଚାଇବାକୁ ଯାଇ ନିଜର ଜୀବନ ହାରିଦେଲେ ଏନ୍ଡିଆରଏଫ୍ ର ଜଣେ ଯବାନ୍ ଓ ରିପୋଟର୍ ଅରିନ୍ଦମ। ହାତୀଟି କୁ ଗୋଡାଉ ଥିବା ବେଳେ ହଠାତ୍ ପାଣିରେ ଭାସି ଯାଇଥିଲା ବୋଟ୍ ଟି ଓ ପାଣିରେ ଓଲଟି ମଧ୍ୟ ପଡିଥିଲା, ଏହାପରେ ବୋଟରେ ଥିବା ଲୋକ ମାନଙ୍କୁ ଉଦ୍ଧାର ମଧ୍ୟ କରାଗଲା, ହେଲେ ଅରିନ୍ଦମଙ୍କୁ ଉଦ୍ଧାର ପରେ ହସ୍ପିଟାଲ ନେଉଥିବା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତାଙ୍କ ମୃତ୍ୟୁକୁ ନେଇ ସାରା ଓଟିଭି ପରିବାର ସମେତ ଅନେକ ବଡ ବଡ ବ୍ୟକ୍ତି ମଧ୍ୟ ଦୁଃଖିତ ହୋଇ ଯାଇଥିଲେ। ତେବେ ତାଙ୍କ ମୃତ୍ୟୁକୁ ନେଇ ତାଙ୍କର ଶିକ୍ଷକ ବଦ୍ରିନାରାୟଣ ପାତ୍ର ବହୁତ ଦୁଃଖ ପ୍ରକାଶ କରିଥିଲେ, ସେ କହିଛନ୍ତି ଯେ ନିଶ୍ଚିତ ଭାବରେ ଏହା ଏକ ଅତ୍ୟନ୍ତ ଦୁଃଖଦ ଖବର ଅଟେ ଏପରି ପରିସ୍ଥିତିରେ।ସେହି ପିଲା ଆମର ପିଲା ଥିଲା କେନ୍ଦୁଝରର ପିଲା ଥିଲା,ଏବଂ ଖୁବ ଭଲ ପିଲା ମଧ୍ୟ ଥିଲା।ସେ ଭାରି ଦୁଃସାହାସି ନିର୍ଭୀକ ପିଲା ଏବଂ ଭାରି କର୍ତ୍ତବ୍ୟ ନିଷ୍ଟ ମଧ୍ୟ।ସେ ଖୁବ ଦାଇତ୍ୱର ସହିତ ତାର ସମସ୍ତ କର୍ତ୍ତବ୍ୟ କରିଛି। ତାଙ୍କ ଗ୍ରାମବାସୀ କହିଛନ୍ତି କି ଆମ କେନ୍ଦୁଝର ପାଇଁ ବହୁତ ସମ୍ମାନ ସେ ଆଣିଛି।ଦୀର୍ଘ ଦିନ ଧରି ସାମ୍ବାଦିକ କ୍ଷେତ୍ରରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଆମ ମାନଙ୍କର ବେଶୀ ଦୁଃଖ ହେଉଛି କି ତାଙ୍କ ବାପାଙ୍କର ମଧ୍ୟ ଏକ ରୋଡ୍ ଆକ୍ସିଡେଣ୍ଟ ରେ ଏହି କିଛିଦିନ ତଳେ ଅକାଳ ବିୟୋଗ ହୋଇଥିଲା ।ତାଙ୍କ ବାପା ଗରିବ ପରିବାରର ଥିଲେ ଏବଂ ସେ ଅତ୍ୟନ୍ତ ପରିଶ୍ରମ କରି ନିଜେ ପାଠ ପଢି ବ୍ୟାଙ୍କ ଚାକିରି କରିଥିଲେ।

ପୁଣିଥରେ ଆଉ ଏକ ଘଟଣା ଅରିନ୍ଦମଙ୍କ ମୃତ୍ୟୁ କଥାକୁ ମନେ ପକାଇ ଦେଇଛି। ପୁଣି ମହାନଦୀରେ ଫସିଲେ ଗଜରାଜ । ନଦୀ ପାର ବେଳେ ସ୍ରୋତରେ ଭାସିଗଲେ ଗଜରାଜ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନରାଜ ବ୍ୟାରେଜ ନିକଟରେ । ରବିବାର ସକାଳୁ ଚନ୍ଦକା ଅଞ୍ଚଳରୁ ହାତୀ ପଲ ମହାନଦୀ ପାର କରୁଥିବାବେଳେ ମହାନଦୀର ନରାଜ ବ୍ୟାରେଜ ଠାରେ ଅତିକ୍ରମ ଏହି ଦୁଇ ହାତୀ ମହାନଦୀର ସ୍ରୋତରେ ଭାସିଯାଇଥିଲେ । ଆଉ ମହାନଦୀର ଗଭୀର ଜଳାରାଶି ମଧ୍ୟରେ ଫସିଯାଇଥିଲେ ଏହି ଦୁଇ ହାତୀ । ସେପଟେ ବନ ବିଭାଗ ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିଥିବାବେଳେ ଅତ୍ୟଧିକ ଲୋକଙ୍କ ସମାଗମ ଯୋଗୁଁ ହାତୀଦ୍ୱୟ କୂଳକୁ ଆସିନଥିଲେ ।

Leave A Reply

Your email address will not be published.