କେନ୍ଦ୍ର ସରକାରଙ୍କର ଏହି ସ୍କିମରେ ମହିଳାମାନଙ୍କୁ ମାସିକ ମିଳିବ ୪୪,୭୯୩ ଟଙ୍କା ପେନସନ , ଜାଣନ୍ତୁ କିପରି ଆବେଦନ କରିବେ

0

Get real time updates directly on you device, subscribe now.

ଯଦି ଆପଣଙ୍କୁ ବିଶ୍ୱ ମହିଳା ଦିବସରେ ନିଜର ପତ୍ନୀଙ୍କୁ ଭଲ ଉପହାର ଦେବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବରେ ଏହି ଯୋଜନାର ଭଲ ଭାବରେ ଲାଭ ଉଠାନ୍ତୁ। ଏଥିପାଇଁ ଆପଣଙ୍କର ପତ୍ନୀଙ୍କୁ କାହାରି ଉପରେ ନିର୍ଭର ହେବା ପାଇଁ ଆଦୌ ପଡ଼ିବ ନାହିଁ। ଏହି ସ୍କିମ ମାଧ୍ୟମରେ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ଆୟ ମିଳିବ। ଏହି ସ୍କିମର ନାମ ନ୍ୟାସନାଲ ପେନସନ ସ୍କିମ।

ଏହି ସ୍କିମ ଅଧିନରେ ଆପଣ ନିଜର ପତ୍ନୀଙ୍କ ପାଇଁ ନ୍ୟୁ ପେନସନ ସିଷ୍ଟମରେ ଏକ ଆକାଉଣ୍ଟ ଖୋଲିପାରିବେ। ଏନପିଏସ ଆକାଉଣ୍ଟରେ ମହିଳାଙ୍କୁ ୬୦ ବର୍ଷ ପରେ ଏହି ରାଶିର ଆକ୍ୟୁମସେନ ମିଳିଥାଏ। ଏହା ସହ ପ୍ରତ୍ୟେକ ମାସରେ ସେମାନଙ୍କୁ ପେନସନ ମଧ୍ୟ ମିଳିବ। ଏହି ସ୍କିମରେ ସବୁଠାରୁ ଭଲ କଥା ହେଉଛି ଏଥିରେ ଆପଣ ପେନସନ ପାଇବାର ଲିମିଟକୁ ନିଜେ ମଧ୍ୟ ସେଟ କରିପାରିବେ। ଯେଉଁଥିରେ ୬୦ ବର୍ଷ ପରେ ମଧ୍ୟ ଆପଣଙ୍କୁ ଆକ୍ୟୁମେସନ ରାଶି ମିଳିବ।

ଏଥିରେ ନିବେଶ କରିବା ପ୍ରକ୍ରିୟା ମଧ୍ୟ ଖୁବ ସହଜ। ଆପଣ କେବଳ ୧୦୦୦ ଟଙ୍କା ମଧ୍ୟରେ ମଧ୍ୟ ଏନପିଏସରେ ଆକାଉଣ୍ଟ ଖୋଲିପାରିବେ। ୬୦ ବର୍ଷ ପରେ ଏହି ଆକାଉଣ୍ଟ ମାଚ୍ୟୁର ହୋଇଯାଇଥାଏ। ତେବେ ଏଥିରେ ଆପଣ ୪୫ ହଜାର ଟଙ୍କାର କିପରି ଲାଭ ଉଠାଇବେ ସେ ବିଷୟରେ ଜାଣନ୍ତୁ।

ଯଦି ଆପଣଙ୍କର ସ୍ତ୍ରୀଙ୍କର ବୟସ ୩୦ ବର୍ଷ। ଆଉ ଯଦି ଆପଣ ଏହି ସମୟରେ ଏନପିଏସ ଆକାଉଣ୍ଟରେ ୫୦୦୦ ଟଙ୍କା ପ୍ରତିମାସରେ ନିବେଶ କରୁଛନ୍ତି। ତେବେ ବାର୍ଷିକ ୧୦ ପ୍ରତିଶତ ରିଟର୍ଣ୍ଣ ଆପଣଙ୍କୁ ମିଳିବ। ୬୦ ବର୍ଷ ପରେ ତାଙ୍କ ଆକାଉଣ୍ଟରେ ମୋଟ ୧.୧୨ କୋଟି ଟଙ୍କା ହେବ। ଏଥିରେ ତାଙ୍କୁ ପାଖାପାଖି ୪୫ ଲକ୍ଷ ଟଙ୍କା ମିଳିବ। ଏହା ବ୍ୟତିତ ତାଙ୍କୁ ପ୍ରତ୍ୟେକ ମାସରେ ପାଖାପାଖି ୪୫ ହଜାର ଟଙ୍କା ପେନସନ ମିଳିବ। ଏହି ପେନସନ ତାଙ୍କୁ ଆଜୀବନ ମିଳିଥାଏ।

ବୟସ ଏଥିପାଇଁ ୩୦ ବର୍ଷ ହେଲେ ନିବେଶ କରିବାର ସମ୍ପୂର୍ଣ ସମୟ ୩୦ ବର୍ଷ। ମାସିକ କଣ୍ଟି୍ରବ୍ୟୁସନ ୫ ହଜାର ଟଙ୍କା। ନିବେଶ ପରେ ଆନୁମାନିକ ରିଟର୍ଣ୍ଣ ୧୦%। ମୋଟ ପେନସନ ଫଣ୍ଡ : ୧୧ ଲକ୍ଷ ୧୯୮ ହଜାର ୪୭୧ ଟଙ୍କା, ଯାହାକି ମାଚ୍ୟୁରିଟି ପରେ ଆପଣଙ୍କୁ ମିଳିବ। ଅନ୍ୟୁଟି ପ୍ଳାନ ପାଇଁ ୪୪ ଲକ୍ଷ ୭୯ ହଜାର ୩୮୮ ଟଙ୍କା। ଏହାର ୮% ଅର୍ଥାତ ୬୭ ଲକ୍ଷ ୧୯ ହଜାର ୦୮୩ ଟଙ୍କା। ଏଭଳି ଭାବରେ ଶେଷରେ ମାସିକ ପେନସନ ହେବ ୪୪ ହଜାର ୭୯୩ ଟଙ୍କା।

ଏହା କେନ୍ଦ୍ର ସରକାରଙ୍କର ସୋସିଆଲ ସିକ୍ୟୁରିଟି ସ୍କିମ ଅଟେ। ଏହି ସ୍କିମ ଅନୁସାରେ ଲୋକମାନେ ଯେଉଁ ଟଙ୍କା ନିବେଶ କରନ୍ତି ତାହା ପ୍ରଫେସନାଲ ଫଣ୍ଡ ମ୍ୟାନେଜରଙ୍କ ମାଧ୍ୟମରେ ହୋଇଥାଏ। କେନ୍ଦ୍ର ସରକାର ଏହି ଦାୟିତ୍ୱ ତାଙ୍କୁ ଦେଇଥାନ୍ତି। ତେଣୁ ଏହା ସମ୍ପୁର୍ଣ୍ଣ ରୂପରେ ସୁରକ୍ଷିତ ବୋଲି କୁହାଯାଏ।

Leave A Reply

Your email address will not be published.