ଏହି ଦମ୍ପତିଙ୍କର ଗୋଟିଏ କି ଦୁଇଟି ନୁହଁ ବରଂ ପୁରା ୧୬ଟି ପିଲା,ବର୍ତ୍ତମାନ ୧୭ତମ ପାଇଁ କରୁଛନ୍ତି ପ୍ଲାନିଂ,ଭାବିସାରିଲେଣି ନାଁ ।

0

Get real time updates directly on you device, subscribe now.

ପିଲାଟିଏ କିଏ ବା ନଚାହେଁ । ଜୀବନରେ ସମସ୍ତେ ପିତାମାତା ହେବାକୁ ଚାହାଁନ୍ତି,କିନ୍ତୁ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି,ଯେଉଁମାନଙ୍କର ପିଲା ଜନ୍ମ କରିବାର ଏତେ ଉତ୍ସାହ ରହିଥାଏ,ଯେ ସେମାନେ ଲାଇନ୍ ଲଗେଇଦିଅନ୍ତି ।ଆମେରିକାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଦମ୍ପତିଙ୍କର ପୂର୍ବରୁ ହିଁ 16 ଟି ପିଲା ଅଛନ୍ତି ଏବଂ ସେମାନେ ବର୍ତ୍ତମାନ 17 ତମ ପିଲା ପାଇଁ ଯୋଜନା କରୁଛନ୍ତି ।

ମହିଳାଙ୍କୁ ଗର୍ଭବତୀ ହେବାର ବିଶ୍ୱାସ

‘ଦ ମିରର୍’ରେ ପ୍ରକାଶିତ ଖବର ଅନୁଯାୟୀ, 40 ବର୍ଷିୟ ପୈଟି ହର୍ଣ୍ଣାଡିଜ୍ ଏବଂ ତାଙ୍କ 39 ବର୍ଷିୟ ସ୍ୱାମୀ କାର୍ଲୋସ୍ ଉତ୍ତର କାରୋଲିନାର ଶାର୍ଲୋଟରେ ରୁହନ୍ତି। ଦୁହେଁ ପୂର୍ବରୁ 16ଟି ପିଲାଙ୍କ ପିତାମାତା ଅଟନ୍ତି ଆଉ ଏବେ ସେମାନେ 17 ତମ ପାଇଁ ଚେଷ୍ଟା କରୁଛନ୍ତି । କେବଳ ଏତିକି ନୁହେଁ, ଦମ୍ପତି ମଧ୍ୟ ଜନ୍ମ ହେବାକୁ ଥିବା ପିଲାର ନାମ ଉପରେ ବିଚାର କରୁଛନ୍ତି । ପୈଟି ହର୍ଣ୍ଣାଡିଜ୍ ଙ୍କୁ ବିଶ୍ୱାସ ଅଛି ଯେ ସେ ପୁନର୍ବାର ଗର୍ଭବତୀ ହେବେ

ବଡ଼ ପରିବାର ଚାହାନ୍ତି

ପିଲାମାନଙ୍କର ପିତାଙ୍କ ନାମର ପ୍ରଥମ ଅକ୍ଷର ‘ସି’ ରୁ ଆରମ୍ଭ ହୁଏ,ସେଥିପାଇଁ ସମସ୍ତ 16ଟି ପିଲାଙ୍କ ନାଁ ମଧ୍ୟ ଏହି ଅକ୍ଷର ରେ ରଖିଛନ୍ତି । ବର୍ତ୍ତମାନ ଦମ୍ପତି ଆଗାମୀ ପିଲା ସହିତ ଏହି ପରମ୍ପରା କୁ ଜାରି ରଖିବାକୁ ଯୋଜନା ବନେଇଛନ୍ତି । ପୈଟି
ଦ ମିରର୍ କୁ କହିଛନ୍ତି କି ‘ଆମେ ବେବି ନମ୍ବର 17ପାଇଁ ଚେଷ୍ଠା କରୁଅଛୁ । ଆମେ ଭଗବାନଙ୍କ ଇଛା ପୁରା କରୁଛୁ ଆଉ ତାଙ୍କୁ ପ୍ରାର୍ଥନା କରୁଛୁ କି ଯଦି ସେ ଚାହିଁବେ ତେବେ ଆମ ପରିବାକୁ ଆହୁରି ବିସ୍ତାର କରିବେ । ଆମେ ସବୁବେଳେ ଗୋଟେ ବଡ ପରିବାର ଚାହୁଁଥିଲୁ,କିନ୍ତୁ ଭାବିନଥିଲୁ କି ଭଗବାନ ଆମକୁ ଏତେ ଆର୍ଶୀବାଦ ଦେବେ ।

‘ ସି ‘ ରେ ନାଁ ରଖିବେ

ପୈଟି କହିଛନ୍ତି କି’ ମୁଁ ଜାଣିଛି କି ମୁଁ ପୁଣି ଥରେ ଗର୍ଭବତୀ ହେଇପାରିବି,କାରଣ ମୁଁ ଭଗବାନଙ୍କ ଉପରେ ବିଶ୍ୱାସ କରେ ।
ଯଦି ପୁଅ ହେବ ଆମେ ତାର ନାଁ କାର୍ଟର ରଖିବାକୁ ଭାବିଛୁ, ଆଉ ଯଦି ସେ ଝିଅ ହୁଏ ତାର ନା ହେବ କ୍ଲେୟର । ନିଜର ସଫେଇ କମ୍ପାନୀ ଚଳାଉଥିବା ପୈଟି ପୂର୍ବ ବର୍ଷ ମଇ ମାସରେ ନିଜର 16ତମ ପିଲା କ୍ଲେଟନ ଙ୍କୁ ଜନ୍ମ ଦେଇଥିଲେ ।

ଭଗବାନଙ୍କ ଆର୍ଶୀବାଦ ବୋଲି କହିଛନ୍ତି

ସେ କହିଛନ୍ତି କି ଗର୍ଭାବସ୍ଥା ଏବେ ଯାଏଁ ତାଙ୍କର ସବୁଠୁ କଠିନ ଥିଲା,କିନ୍ତୁ ଜନ୍ମକୁ ସେ ଭଗବାନ ଙ୍କ ଆର୍ଶୀବାଦ ବୋଲି କହିଛନ୍ତି ଆଉ କହିଛନ୍ତି କି ସେ ସେହି ସମୟରେ ଅଧିକ ପିଲା ଜନ୍ମ କରିବାକୁ ପ୍ରସ୍ତୁତ ଥିଲେ । ସେ ଏହାର ଖୁଲାସା କରି କହିଛନ୍ତି କି କ୍ଲେଟନଙ୍କ ଜନ୍ମ ପୂର୍ବରୁ ସେ ଆଉ ତାଙ୍କ ସ୍ୱାମୀ “ସି” ରୁ ଆରମ୍ଭ ହେଉଥିବା ଗୋଟେ ନାଁ ବିଷୟରେ ଭାବିବା ପାଇଁ ବହୁତ ସଂଘର୍ଷ କରିଥିଲେ ।

ଲୋକମାନେ ମନ୍ତବ୍ୟ ଦେଉଛନ୍ତି

ସେ ପୂର୍ବରୁ ଦ ମିରର କୁ କହିଥିଲେ କି ” ଆମେ ଗୋଟେ ନାଁ ଖୋଜିପାରିଲୁ ନାହିଁ ଆଉ ତାପରେ କ୍ଲେଟନ ମୋ ମୁଣ୍ଡକୁ ଆସିଗଲା “। ସବୁ ପିଲାମାନଙ୍କ ନା ‘ସି’ ରୁ ଆରମ୍ଭ ହୁଏ ଆଉ ଆମେ ଏହାକୁ ଜାରି ରଖିବାକୁ ଚାହୁଁଛୁ । ମୋ ସ୍ୱାମୀଙ୍କୁ କାର୍ଲସ କୁହାଯାଏ । ଏହା ତାଙ୍କ ପାଇଁ ଗୋଟେ ସମ୍ମାନ । ଭଗବାନ ଆମକୁ ଏହି ସବୁ ପିଲାମାନଙ୍କ ସହ ଆର୍ଶୀବାଦ ଦେଇଛନ୍ତି ।
ମୁ ଜାଣିଛି କି କିଛି ଲୋକ ସହମତ ନୁହଁନ୍ତି ଆଉ ଅନଲାଇନ ରେ ଖରାପ ମନ୍ତବ୍ୟ ଦେଉଛନ୍ତି । ମୁଁ କେବେ ଭାବିନଥିଲି କି ଯେବେ ଯାଏଁ ମୋ ପିଲା ହେବାକୁ ଲାଗିବେ ସେବେ ଯାଏଁ ମୋର ଗୋଟେ ବଡ଼ ପରିବାର ହେବ । ଯଦି ଭଗବାନ ଚାହୁଁଛନ୍ତି କି ଆମେ ଆଉ ଗୋଟେ ପିଲା ଜନ୍ମ କରୁ ତେବେ ଆମ ପାଖରେ ଆଉ ଗୋଟେ ପିଲା ହେବ ।

ପିଲାମାନଙ୍କ ଭୋଜନରେ 650 ପାଉଣ୍ଡ ଖର୍ଚ୍ଚ

ଯେତେବେଳେ ପୈଟି କ୍ଲେଟନ ଙ୍କୁ ଜନ୍ମ ଦେଲେ,ସେତେବେଳେ ସେ 40 ସପ୍ତାହର ଗର୍ଭବତୀ ଥିଲେ । ଏହା ତାଙ୍କର ଏବେ ଯାଏଁ ର ସବୁଠୁ ଲମ୍ବା ଗର୍ଭାବସ୍ଥା ଥିଲା । ସେ କହିଛନ୍ତି କି ‘ ମୋର ଅନ୍ୟ ସବୁ ପିଲାମାନଙ୍କର ଜନ୍ମ 38ସପ୍ତାହ ପୂର୍ବରୁ ହୋଇଥିଯାଇଥିଲା । ଯେବେ ସେ ଡେଲିଭରି ପାଇଁ ଗଲେ,ସେତେବେଳେ ହସ୍ପିଟାଲର ଅଧିକାଂଶ ନର୍ସ ତାଙ୍କୁ ଚିହ୍ନିନେଇଥିଲେ । ପୈଟି ଆଉ ତାଙ୍କ ସ୍ୱାମୀ ବର୍ତ୍ତମାନ 15ଦିନରେ ତାଙ୍କ ପିଲାମାନଙ୍କ ପାଇଁ ଭୋଜନରେ 650 ପାଉଣ୍ଡ ଖର୍ଚ୍ଚ କରୁଛନ୍ତି । ଯଦିଓ ସେମାନେ ଜୋର ଦେଇକି କହିଛନ୍ତି କି ତାଙ୍କୁ କୌଣସି ସରକାରି ସହାୟତା ମିଳି ନଥାଏ ।

ସଫାଇ ର ଅଛି ବିଜନେସ

ଦମ୍ପତି ତାଙ୍କ ସଫାଇ ର ବିଜନେସରୁ ବିଲ୍ ଗୁଡିକର ପେମେଣ୍ଟ କରିବା ପାଇଁ ଯଥେଷ୍ଠ ରୋଜଗାର କରିଥାନ୍ତି । ତାଙ୍କୁ ବିଶ୍ୱାସ ଅଛି କି ତାଙ୍କର ସବୁଠୁ ବଡ଼ ପୁଅ କାର୍ଲସ୍ ଜୁନିଅର ଶୀଘ୍ର ହିଁ ପରିବାରର ଫର୍ମ ରେ ସାହାଯ୍ୟ କରିବାକୁ ଲାଗିଯିବ । ଦମ୍ପତି କେବେ ବି ଗର୍ଭନିରୋଧକ ର ପ୍ରୟୋଗ କରିନାହାନ୍ତି । ତାଙ୍କର ଜୁଡ଼ୱା ପିଲାମାନଙ୍କର ତିନୋଟି ସେଟ ମଧ୍ୟ ଅଛି । କାର୍ଲ ଆଉ କୈଟିଲୀନ,କେଲ୍ବିନ ଆଉ କୈଥରିନ ଆଉ କାଲେବ ଆଉ କୈରୋଲିନ। ବାକି 8ଟି ପିଲା ହେଉଛନ୍ତି କ୍ରିଷ୍ଟୋଫର୍,କ୍ରିଷ୍ଟିୟନ,ସେଲେଷ୍ଟେ,କ୍ରିଷ୍ଟିନା,କୈରଲ୍,କୈମିଲା,ଚାର୍ଲଟ୍ ଆଉ କ୍ରିଷ୍ଟଲ ।

Leave A Reply

Your email address will not be published.