ଗାଁରେ ରହି ଆରମ୍ଭ କରନ୍ତୁ ଏହି ବ୍ୟବସାୟ,ମାସକୁ ହେବ ଲକ୍ଷେରୁ ଅଧିକ ଆୟ,ଜାଣନ୍ତୁ ସେ ସମସ୍ତ ବ୍ୟବସାୟ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଗାଁରେ ରହୁଥିବା ଲୋକମାନେ ଚାକିରି କିମ୍ବା ବ୍ୟବସାୟ କରି ଅନେକ ସମୟରେ ଟଙ୍କା ରୋଜଗାର କରିବା ଆଶାରେ ସହରକୁ ଆସିଥାନ୍ତି। ଏମିତି ବିଶ୍ୱାସ ଥାଏକି ଗାଁରେ ନିଜର ବ୍ୟବସାୟ କରିବା ଦ୍ୱାରା ହୁଏତ ତାଙ୍କର ଭଲ ଲାଭ ହୋଇନପାରେ। ତେବେ ଯଦି ଆପଣ ମଧ୍ୟ ଗାଁରେ ରହୁଛନ୍ତି ଏବଂ ଏଭଳି ଭାବନା ରଖୁଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି। ବର୍ତ୍ତମାନ ସମୟରେ ଗାଁରେ ନିଜର ବ୍ୟବସାୟ କରି ଆପଣ ଲାଭ ବାନ ହୋଇପାରିବେ।

କାରଣ ଆମେ ଆଜି ଆପଣଙ୍କୁ ଦୁଇଟି ଲାଭଦାୟକ ବ୍ୟବସାୟ ବିଷୟରେ କହିବା ପାଇଁ ଯାଉଛୁ ଯାହା ଗାଁରେ ରହୁଥିବା ଲୋକମାନେ ଆରମ୍ଭ କରିପାରିବେ। ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବ ନାହିଁ। ଅର୍ଥାତ ଆପଣ ଗାଁରେ କମ ଖର୍ଚ୍ଚରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଆୟ କରିାରବେ। ବର୍ତ୍ତମାନ ସମୟରେ କୃଷି କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ବର୍ତ୍ତମାନ ଲୋକମାନେ କୃଷି କାର୍ଯ୍ୟରୁ ବହୁତ ଲାଭବାନ ହୋଇପାରୁଛନ୍ତି। କୃଷି କାର୍ଯ୍ୟରୁ ହେଉଥିବା ଆୟ କୌଣସି ଚାକିରି ଠାରୁ ମଧ୍ୟ କମ ନୁହେଁ।

କୃଷି କାର୍ଯ୍ୟ ସହିତ ୨ଟି ପ୍ରକ୍ରିୟାର ବହୁତ ଗୁରୁତ୍ୱ ଅଟେ। ପ୍ରଥମଟି ହେଉଛି ସିଡ ଷ୍ଟୋରେଜ ବା ବିହନ ଷ୍ଟୋର ଏବଂ ଅନ୍ୟଟି ହେଉଛି କୋଲ୍ଡ ଷ୍ଟୋରେଜ। ଆପଣ ଏହି ବ୍ୟବସାୟକୁ ମଧ୍ୟ ଆରମ୍ଭ କରିପାରିବେ। ଯଦି ଆପଣ ଗାଁରେ ରହି ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଛନ୍ତି, ତେବେ ଏହି ଦୁଇ ବ୍ୟବସାୟକୁ ଆପଣା ପାଇପାରିବେ। ଏହା ଆପଣଙ୍କୁ ଭଲ ଲାଭ ମଧ୍ୟ ପ୍ରଦାନ କରିବ। ତେବେ ଆସନ୍ତୁ ଏହି ବ୍ୟବସାୟ ବିଷୟରେ ଅଧିକ ଜାଣିବା।

ବିହନ ଷ୍ଟୋର:-

ଗାଁରେ ରହୁଥିବା ଅଧିକାଂଶ ଲୋକ କୃଷି କାର୍ଯ୍ୟ କରିଥାନ୍ତି ଏମିତିରେ କୃଷକମାନଙ୍କୁ ଚାଷ ପାଇଁ ସାର ଏବଂ ବିହନର ଆବଶ୍ୟକ ପଡ଼ିଥାଏ। ଯଦି ଆପଣ ଗାଁରେ ରହୁଛନ୍ତି ତେବେ ଆପଣ ସାର ଏବଂ ବିହନ ଷ୍ଟୋର ମଧ୍ୟ ଖୋଲିପାରିବେ। ଖାସ କଥା ହେଉଛିକି ଆପଣ ସରକାରଙ୍କ ନିକଟରୁ ସାର ଏବଂ ବିହନ ଉପରେ ମିଳୁଥିବା ସବସିଡିର ମଧ୍ୟ ଲାଭ ନେଇପାରିବେ। ଏହାଦ୍ୱାରା ଆପଣ ବହୁତ ସହଜରେ ବ୍ୟବସାୟ ଆରମ୍ଭ କରିପାରିବେ।

କୋଲ୍ଡ ଷ୍ଟୋରେଜ:-

ଅନେକ ଗାଁମାନଙ୍କରେ ଉତ୍ପାଦନକୁ ସଂଗ୍ରହ କରି ରଖିବା ପାଇଁ କୋଲ୍ଡ ଷ୍ଟୋରେଜର ବ୍ୟବସ୍ଥା ଆଦୌ ନାହିଁ। ଏମିତିରେ କୃଷକମାନଙ୍କ ଉତ୍ପାଦିତ ଫଳ ଏବଂ ପନିପରିବା ଭଳି ସାମଗ୍ରୀ ନଷ୍ଟ ମଧ୍ୟ ହୋଇଯାଇଥାଏ। ଗାଁରେ ଆପଣ ବ୍ୟବସାୟ କରିବା ପାଇଁ ଚାହୁଁଥିଲେ ଏହା ମଧ୍ୟ ଏକ ଭଲ ବ୍ୟବସାୟ ହୋଇପାରିବ। ଅବଶ୍ୟ ଏଥିରେ ଆପଣଙ୍କୁ ଅଧିକ ମାତ୍ରାରେ ନିବେଶ କରିବାକୁ ପଡ଼ିବ କିନ୍ତୁ ଏଥିରୁ ଆପଣଙ୍କୁ ଲାଭ ମଧ୍ୟ ଖୁବ ଅଧିକ ମିଳିବ।

Leave A Reply

Your email address will not be published.