ପୁଟିନଙ୍କର ନୂଆ ଯୋଜନା : ୟୁକ୍ରେନରେ ମନୋବଳ ଭାଙ୍ଗିବା ପାଇଁ ଜନସାଧାରଣଙ୍କୁ ସର୍ବ ସମ୍ମୁଖରେ ଦିଆଯିବ ମୃତ୍ୟୁଦଣ୍ଡ !

0

Get real time updates directly on you device, subscribe now.

ଆଜି ୟୁକେନ ଉପରେ ରୁଷ ଆକ୍ରମଣର ହେଉଛି ୧୦ମ ଦିନ। ଆଜି ମଧ୍ୟ ରୁଷ ୟୁକ୍ରେନ ଉପରେ ପ୍ରଚଣ୍ଡ ରୂପରେ ଆକ୍ରମଣ କରିଛି। ଏପରିକି ରୁଷର ସୈନ୍ୟମାନେ ମଧ୍ୟ କ୍ରମାଗତ ଭାବରେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରୁଅଛନ୍ତି। ଏହି ସମୟ ମଧ୍ୟରେ ରୁଷର ଯୋଜନା ବିଷୟରେ ଆଉ ଏକ ବଡ଼ ଖୁଲାସା ସାମ୍ନାକୁ ଆସୁଛି। ୟୁକ୍ରେନର ମନୋବଳକୁ ଭାଙ୍ଗିବା ପାଇଁ ରୁଷ ଜନସାଧାରଣମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଯୋଜନା କରୁଛି। ଏକ ରିପୋର୍ଟ ଅନୁସାରେ, ଲିକ୍ ହୋଇଥିବା ଦଲିଲଗୁଡ଼ିକ ସୂଚିତ କରେଯେ ରୁଷର ଫେଡେରାଲ ସିକ୍ୟୁରିଟି ସର୍ଭିସେସ ଜନସାଧାରଣଙ୍କୁ ନିରାଶ କରିବା ପାଇଁ ୟୁକ୍ରେନ ସହରରେ ସର୍ବସାଧାରଣରେ ଫାସୀ ଦେବାକୁ ଯୋଜନା କରୁଅଛି।

ଏହା ମଧ୍ୟ ଦାବି କରାଯାଇଛିକି ରୁଷର ଫେଡେରାଲ ସିକ୍ୟୁରିଟି ସର୍ଭିସ ଏକ ଗୁରୁତର ତଥା ମାରାତ୍ମକ ଯୋଜନା ପ୍ରସ୍ତୁତ କରୁଅଛି। ଯେଉଁଥିରେ ୟୁକ୍ରେନି ମାନଙ୍କର ମନୋବଳକୁ ଭାଙ୍ଗିବା ପାଇଁ ରୁଷ ୟୁକ୍ରେନ ସହରଗୁଡିକରେ ଖୋଲାଖୋଲି ଭାବରେ ୟୁକ୍ରେନମାନଙ୍କୁ ଫାସୀ ଦଣ୍ଡ ଦେବା ପାଇଁ ପ୍ରସ୍ତୁତ ହେଉଛି। ଏହି ରିପୋର୍ଟରେ ଦର୍ଶାଯାଇଛିଯେ ଜଣେ ଅଜ୍ଞାତ ଇଉରୋପୀୟ ଗୁପ୍ତଚର ଅଧିକାରୀଙ୍କ ଅନୁସାରେ ପ୍ରଦର୍ଶନକାରୀଙ୍କ ଉପରେ କଟକଣା ଲଗାଇବା ପାଇଁ ରୁଷ ଫାସୀ ଦଣ୍ଡ ଦେବା ପାଇଁ ଯୋଜନାକୁ କାର୍ଯ୍ୟକାରୀ କରିପାରେ। ତେବ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛିକି ୟୁକ୍ରେନବାସୀଙ୍କର ମନୋବଳ ଭାଙ୍ଗିବା।

ରିପୋଟର କିଟି ଡୋନାଲ୍ଡସନ୍ ଟୁଇଟ କରି କହିଛନ୍ତିଯେ ୟୁକ୍ରେନବାସୀଙ୍କର ମନୋବଳକୁ ଭାଙ୍ଗିବା ପାଇଁ ହିଂସାତ୍ମକ ମାଓବାଦୀ ନିୟନ୍ତ୍ରଣ ତଥା ପ୍ରଦର୍ଶନକାରୀଙ୍କ ଉପରେ ଦମନକାରୀ ସଂସ୍ଥା ମଧ୍ୟ ଏଜେନ୍ସି ଯୋଜନା କରୁଛି। ଲଗାତାର ୧୦ ଦିନ ଧରି ରୁଷର ସୈନିକମାନେ ୟୁକ୍ରେନ ଉପରେ ନିଜର ଆକ୍ରମଣକୁ ଜାରି ରଖିଛନ୍ତି। ଶୁକ୍ରବାର ଦିନ, ୟୁରୋପର ସବୁଠାରୁ ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ହେବାର ଖବର ସାମ୍ନାକୁ ଆସିଥିଲା। ଯାହା ପରେ ବର୍ତ୍ତମାନ ସାରା ବିଶ୍ୱରେ ଚିନ୍ତା ବଢ଼ିବାରେ ଲାଗିଛି।

ସୂଚନା ଅନୁସାରେ ରୁଷର ସୈନ୍ୟମାନେ ୟୁକ୍ରେନର ଭିନ୍ନ ଭିନ୍ନ ସହରକୁ ଟାର୍ଗେଟ କରୁଛନ୍ତି। ବଡ ବଡ କୋଠା ଏବଂ ସ୍କୁଲ ଉପରେ ମଧ୍ୟ ସେମାନେ ଆକ୍ରମଣ କରୁଛନ୍ତି। ଖେରସାନ ସହରକୁ ରୁଷର ସୈନ୍ୟମାନେ ସମ୍ପୂର୍ଣ ରୂପରେ କବ୍ଜା କରି ରଖିଛନ୍ତି। ଅବଶ୍ୟ, ଅନେକ ସ୍ଥାନରେ ଆକ୍ରମଣକାରୀମାନେ ୟୁକ୍ରେନର ଭୟଙ୍କର ପ୍ରତିରୋଧର ସାମ୍ନା ମଧ୍ୟ ହେଉଛନ୍ତି। ୟୁକ୍ରେନ ଅଧିକାରୀଙ୍କ କହିବା ଅନୁସାରେ, ବନ୍ଦର ସହର ମାରିଆପୋଲକୁ ବର୍ତ୍ତମାନ ଲଗାତାର ବୋମାମାଡ଼ କରାଯାଉଛି।ଶୁକ୍ରବାର ଦିନ ଚେର୍ନିହାଇୱେରେ ହୋଇଥିବା ଏକ ଆପାର୍ଟମେଣ୍ଟ ବ୍ଲକରେ ଏୟାର ଷ୍ଟ୍ରାଇକରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.