ଦୁହେଁ ପ୍ରଥମେ ଏକାଠି ମିଶିକି ପିଇଲେ ମଦ,ଆଉ ତା ପରେ ପତ୍ନୀ ଯାହା କଲା ଆପଣ ଜାଣିଲେ ଚକିତ ହୋଇଯିବେ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବାଡମେର: ରାଜସ୍ଥାନର ବାଡମେରରେ ଜଣେ ପତ୍ନୀ ନିଜର ପତିଙ୍କୁ ମାରିଦେଲା|ମିଡିଆ ରିପୋର୍ଟ ଅନୁସାରେ ପତିଙ୍କ ଦରମା କମ ଥିଲା|ପତ୍ନୀ ସାଧାରଣତଃ ଟଙ୍କାକୁ ନେଇ ଝଗଡା କରୁଥିଲେ|ଏହି କଥାକୁ ନେଇ ସଦାବେଳେ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା|କୁହାଯାଉଛି ଯେ ମଙ୍ଗଳବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା|

ଏହି ସମୟରେ ପତ୍ନୀଙ୍କ ହାତରେ ଗୋଟିଏ ବେଲ୍ଟ ଲାଗିଲା|ସେ ତାକୁ ଗଳାରେ‌ ବାନ୍ଧି ହତ୍ୟା କରିଥିଲେ|ପତିପତ୍ନୀଙ୍କ ଜୋରରେ ଆବାଜ ଶୁଣିବାରୁ ପାଖପଡୋଶୀ ଘର ପାଖକୁ ଦୈଡିଲେ|ପରିଜନଙ୍କ କହିବାନୁଯାୟୀ ଯେତେବେଳେ ଉପରକୁ ପହଞ୍ଚିଲେ ସେତେବେଳେ ପୁଅ ମାଟିରେ ପଡ଼ିଥିଲା ଓ ଵୋହୁ ଶବ ପାଖରେ ଠିଆ ହୋଇଥିଲା|ଘଟଣା ବାଡମେରର ଜଟିଆର ନୟାବାସର ଅଟେ|

ପ୍ରକୃତରେ ପତ୍ନୀ ମଦ ନିଶାରେ ଥିଲା|ସେ ତାର ପତିକୁ ବେଲ୍ଟରେ ଗଲାରେ ଗୁଡାଇ ମାରିଥିଲେ|ଯୁଵକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା|ମୃତକଙ୍କ ମା କୋତବଲୀ ଥାନାରେ ବୋହୁ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିଛନ୍ତି|ପୋଲିସ ଆରୋପି ପତ୍ନୀଙ୍କୁ ରିମାଣ୍ଡରେ ନେଇଛି|ପଚରାଉଚରା ପରେ ସେ ଦୋଷ ସ୍ବୀକାର କରିଛି|ଏଵେ ପୋଲିସ ହତ୍ୟା କାରଣ ଖୋଜାଖୋଜି କରୁଛି|

କୋତବଲୀ ଥାନା ଅଧିକାରୀ ଉଗମରାଜ ସୋନୀଙ୍କ କହିବାନୁଯାୟୀ ଶହରରେ ଜଟିଆ ରେ ରହୁଥିବା କୁନ୍ତୀ ପତ୍ନୀ ଜୟରାମ ହତ୍ୟା ମାମଲାରେ କୋତବାଲୀ ଥାନାରେ ରିପୋର୍ଟ ଦାଖଲ କରିଛନ୍ତି|ସେ ନିଜ ରିପୋର୍ଟ କହିଛନ୍ତି ଯେ ତାଙ୍କ ପୁଅ ଅନୀଲ କୁମାରଙ୍କୁ ତାଙ୍କ ପତ୍ନୀ ମଞ୍ଜୁ ମଙ୍ଗଳବାର ରାତିରେ ଗଳାରେ ବାନ୍ଧି ହତ୍ୟା କରିଛନ୍ତି|ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ଚିକିତ୍ସାଳୟ ପଠେଇଛି|

ପୋଲିସ କହିବାନୁଯାୟୀ ଏଵେ ଯାଞ୍ଚ ଫଳରେ ଜଣାପଡିଛି ଯେ ପତି କମ ଆୟ କରୁଥିଲେ|ଏଥିପାଇଁ ଦମ୍ପତି ସାଧାରଣତଃ ଝଗଡା କରୁଥିଲେ|ବାରଦାତ ଦିନ ଦୁହେଁ ପତିପତ୍ନୀ ମଦ୍ୟପାନ କରିଥିଲେ|ଏହି ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହେଲା|ପତ୍ନୀ ରାଗିଯାଇ ପତିଙ୍କୁ ହତ୍ୟା କରିଥିଲେ|ମୃତକଙ୍କ ମାଙ୍କ ପକ୍ଷରୁ ଏଫ୍ଆଇଆର ଦାଖଲ ପରେ ପୋଲିସ ମଞ୍ଜୁକୁ ପଚରାଉଚରା କରିଛି|ସେ ହତ୍ୟା କରିବା ଘଟଣାକୁ ସ୍ୱୀକାର କରିଛନ୍ତି|ଏଥିରେ ଆରୋପୀ ମଞ୍ଜୁକୁ ରିମାଣ୍ଡରେ ନିଆଯାଇଛି|ପୋଲିସ ସମସ୍ତ ତଥ୍ୟ ଆଧାରରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି|

Leave A Reply

Your email address will not be published.