ପର୍ସ ଛଡ଼େଇ ନେବାକୁ ଚାହୁଁଥିଲେ ଡକାୟତମାନେ,କିନ୍ତୁ ଓଲଟା ଝିଅଟି ଚକମା ଦେଇ ଉଡେଇ ନେଲା ଚୋରମାନଙ୍କ ସ୍କୁଟି,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

Scooty Robbery Video: ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଥାଏ । ଏହି ଭିଡିଓଗୁଡିକ ମଧ୍ୟରୁ କିଛି ଭିଡ଼ିଓ ଏହିପରି ହୋଇଥାଏ ଯେ ଯାହାକୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ଆଉ କିଛି ଭିଡିଓ ଏହିପରି ହୋଇଥାଏ ଯେ ଯାହାକୁ ଦେଖିବା ପରେ ତାଉପରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ଏହିପରି ଏକ ଭିଡ଼ିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣଙ୍କୁ ମଜା ଆସିଯିବ ।

ଝିଅଟିର ପର୍ସ ଛାଡେଇବାକୁ ଚେଷ୍ଠା କରନ୍ତି ଡକାୟତମାନେ

ଆପଣ ନିଶ୍ଚିତ ଭାବରେ ଇଣ୍ଟରନେଟରେ ରାହାଜନି ଆଉ ଛିନୌତିର ଅନେକ ଭିଡିଓ ଦେଖିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖାଇବାକୁ ଯାଉଛୁ । ତାକୁ ଦେଖିବା ପରେ ଆପଣଙ୍କୁ ଆପଣଙ୍କ ଆଖି ଉପରେ ଭରଷା ହେବ ନାହିଁ । ବାସ୍ତବରେ,ଏହି ଭିଡିଓରେ ଡକାୟତମାନେ ଗୋଟିଏ ଝିଅର ପର୍ସ ଛଡ଼ାଇବାକୁ ଚାହୁଁଥିଲେ, କିନ୍ତୁ ଝିଅଟି ବୁଦ୍ଧି ଲଗେଇ ଡକାୟତମାନଙ୍କର ହିଁ ସ୍କୁଟି ଲୁଟି ନେଇଥିଲା । ଏହା ଦେଖି ଡକାୟତମାନେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେବାରେ ଲାଗିଛି

View this post on Instagram

A post shared by Video Nation (@nation.video)

ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଦୁଇଜଣ ଡକାୟତ ସ୍କୁଟିରେ ଚୋରି କରିବାକୁ ବାହାରିଥିଲେ । ସର୍ବପ୍ରଥମେ ଡକାୟତମାନେ ଜଣେ ବ୍ୟକ୍ତିଙ୍କ ମୋବାଇଲ୍ ଛଡ଼ାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ସେଥିରେ ମଧ୍ୟ ସେମାନେ ବିଫଳ ହୁଅନ୍ତି । ଏହା ପରେ ସେମାନଙ୍କୁ ଏକ ଝିଅ ଆସୁଥିବାର ଦେଖାଯାଏ । ଯାହା ପରେ ଜଣେ ଡକାୟତ ଝିଅ ପାଖକୁ ଆସି ତା’ର ପର୍ସ ଛଡ଼ାଇବାକୁ ଚେଷ୍ଟା କରେ । ଯେତେବେଳେ ପ୍ରଥମ ଡକାୟତ ପର୍ସ ଛଡ଼େଇବାରେ ସଫଳ ହେଇପାରେନି ସେତେବେଳେ ଦ୍ୱିତୀୟ ଡକାୟତ ମଧ୍ୟ ଝିଅଠାରୁ ପର୍ସ ଛଡ଼ାଇବାକୁ ଆସିଯାଏ । ଭିଡିଓ ଦେଖନ୍ତୁ-

ଝିଅଟି ଉଡେଇନେଲା ଡକାୟତମାନଙ୍କ ସ୍କୁଟି

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଅନ୍ୟ ଚୋରଟି ସ୍କୁଟି ଛାଡି ଝିଅ ଠାରୁ ପର୍ସ ଛଡ଼େଇ ନେବାକୁ ଆସିଯାଏ । ଏହି ସମୟରେ ଝିଅଟି ଚାଲାକି ଦେଖାଇଥାଏ ଆଉ ତା ପର୍ସ ଛାଡି ଡକାୟତମାନଙ୍କ ସ୍କୁଟି ନେଇ ପଳାଇଯାଏ । ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡିଓରେ ଝିଅଟିର ବୁଦ୍ଧି ଦୃଶ୍ୟମାନ ହୋଇଛି । ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଭ୍ୟୁ, ଲାଇକ୍ ଏବଂ କମେଣ୍ଟ ମିଳିସାରିଛି ।

Leave A Reply

Your email address will not be published.