ଖୁସିଖବର : ଶସ୍ତାରେ ସୁନା କିଣିବାର ମୌକା ଦେଉଛନ୍ତି ସରକାର ! ଫେବ୍ରୁଆରୀ ୨୮ରୁ କରିପାରିବେ ଆବେଦନ

0

Get real time updates directly on you device, subscribe now.

୨୦୨୧-୨୨ ପାଇଁ ସରକାରୀ ଗୋଲ୍ଡ ବଣ୍ଡ ଯୋଜନା ଅନୁସାରେ ଇସ୍ୟୁ ପ୍ରାଇସ ୫,୧୦୯ ଟଙ୍କା ସ୍ଥିର କରାଯାଇଛି। ଆସନ୍ତା ସୋମବାର ଦିନଠାରୁ ଏଥିରେ ନିବେଶ କରିବା ପାଇଁ ଆବେଦନ କରିପାରିବେ। ଶୁକ୍ରବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛିକି, ଗୋଲ୍ଡ ବଣ୍ଡ ଯୋଜନା ୨୦୨୧-୨୨ ମସିହାର ଦଶମ କିସ୍ତିର ସଦସ୍ୟତା ପାଇଁ ଫେବ୍ରୁଆରୀ ମାସ ୨୮ ତାରିଖରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ।

କେନ୍ଦ୍ରୀୟ ବ୍ୟାଙ୍କ ଶୁକ୍ରବାର ଦିନ ଏକ ବୟାନ ଜାରି କହିଛିକି, ‘ଗୋଲ୍ଡ ବଣ୍ଡର ଆଧାର ମୂଲ୍ୟ ୫,୧୦୯ ଟଙ୍କା ପ୍ରତି ଗ୍ରାମ ରହିବ। ସରକାର ଆରବିଆଇ ସହିତ ପରାମର୍ଶ ପରେ ଅନଲାଇନରେ ଆବେଦନ କରୁଥିବା ନିବେଶକମାନଙ୍କ ପାଇଁ ପ୍ରତି ଗ୍ରାମ ୫୦ ଟଙ୍କାରେ ରିହାତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ନିବେଶକମାନଙ୍କୁ ଡିଜିଟାଲ ମାଧ୍ୟମରେ ଟଙ୍କାକୁ ପୈଠ କରିବା ପାଇଁ ପଡିବ’। ଆରବିଆଇ କହିଛିକି, ‘ଅନଲାଇନରେ ପୈଠ କରିବାକୁ ଥିବା ନିବେଶକମାନଙ୍କ ପାଇଁ ଗୋଲ୍ଡ ବଣ୍ଡର ଇସ୍ୟୁ ପ୍ରାଇସ ୫,୦୫୯ ଟଙ୍କା ପ୍ରତି ଗ୍ରାମ ରହିବ।’

ଗୋଲ୍ଡ ବଣ୍ଡ ଯୋଜନା ୨୦୨୧-୨୨ଅନୁସାରେ ନବନ କିସ୍ତି ସଦସ୍ୟତା ପାଇଁ ଜାନୁଆରୀ ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ଖୋଲିଥିଲା। ଏହି ସମୟରେ ଇସ୍ୟୁ ପ୍ରାଇସରେ ୪,୭୮୬ ଟଙ୍କା ପ୍ରତି ଗ୍ରାମ ସୁନା ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ତରଫରୁ ଗୋଲ୍ଡ ବଣ୍ଡ ଜାରି କରେ। ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ଏହି ବଣ୍ଡ ଷ୍ଟକ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ, ଡାକଘର, ଏନଏସଇ ଏବଂ ବିଏସଇ ପରି ମାନ୍ୟତାପ୍ରାପ୍ତ ୟେସାର ବଜାରରେ ବିକ୍ରି କରାଯିବ।

ଯୋଜନା ଅନୁଯାୟୀ ସାଧାରଣ ନିବେଶକ ଅତି କମରେ ଗୋଟିଏ ଗ୍ରାମ ସୁନା ଓ ସର୍ବାଧିକ ଚାରି କେଜି ସୁନା ପାଇଁ ଏଥିରେ ନିବେଶ କରିପାରିବେ। ହିନ୍ଦୁ ଅବିଭାଜିତ ପରିବାର ଏଥିପାଇଁ ଚାରି କେଜି ସୁନା ପାଇଁ ଆବେଦନ କରିପାରିବେ। ଏହି ପରି ଅନ୍ୟ ଟ୍ରଷ୍ଟମାନେ ପ୍ରତିବର୍ଷ ୨୦ କେଜି ପର୍ଯ୍ୟନ୍ତ ସୁନା ପାଇଁ ଆବେଦନ କରିପାରିବେ।

Leave A Reply

Your email address will not be published.