ପରୀକ୍ଷା ଦେଉଥିଲା ୧୧ ବର୍ଷର ଝିଅ,ଠିକ ସେତିକି ବେଳେ ସ୍କୁଲରେ ବାପା ମାରିଲେ ଥାପଡ଼,ଆଉ ହେଲା ଯନ୍ତ୍ରଣାଦାୟକ ମୃତ୍ୟୁ |

0

Get real time updates directly on you device, subscribe now.

ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି | ବାପା ଝିଅକୁ ଥାପଡ଼ ମରିବା ଦ୍ୱାରା ଝିଅଟିର ମୃତ୍ୟୁ ହୋଇଗଲା | ଏହି ଘଟଣା ସେହି ମାତା-ପିତାଙ୍କ ପାଇଁ ବହିଟି ବଡ଼ ସବକ୍ ଅଟେ ଯେଉଁମାନେ ରାଗରେ ନିଜର ହୋସ ହରେଇ ଦିଅନ୍ତି ଆଉ ନିଜ ପିଲାଙ୍କୁ ମାର-ପିଟି କରି ବୁଝେଇବାକୁ ଚେଷ୍ଟା କରନ୍ତି | କଣ ଅଟେ ଏହି ଯନ୍ତ୍ରଣାଦାୟକ ଘଟଣା ଚାଲନ୍ତୁ ଆମେ ଆପଣଙ୍କୁ ଏହି ବିଷୟରେ ଆଗକୁ କହିବୁ |

ରାଜସ୍ଥାନର ଉଦୟପୁରରେ ଜଣେ ବାପାଙ୍କ ଉପରେ ତାଙ୍କ ଝିଅର ହତ୍ୟା କରିଥିବାର ଅଭିଯୋଗ ଲାଗିଛି | ବାପାଙ୍କ କାର୍ଯ୍ୟକଳାପ ପାଇଁ ଝିଅକୁ ଏମିତି ସଦ୍ମା ଲାଗିଲା ଯେ ସେ ନିଜ ପ୍ରାଣ ହରେଇଦେଲା | ପ୍ରକୃତରେ,11 ବର୍ଷର ଛାତ୍ରୀର ପରୀକ୍ଷା ଥିଲା | ପରୀକ୍ଷା ଦେବା ସମୟରେ ତାଙ୍କ ବାପା ପରୀକ୍ଷା ହଲ୍ ରେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଜୋରରେ ଥାପଡ଼ ମାରିଦେଲେ | ଝିଅଟି ଏହି ସଦ୍ମାକୁ ସହିପାରିଲାନି | ଆଉ ଏହାପରେ ଝିଅଟିର ସ୍ୱାସ୍ଥ୍ୟ ଅଚାନକ ହିଁ ଖରାପ ହେବାକୁ ଲାଗିଲା |

ତାଙ୍କୁ ବହୁତ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ପହଞ୍ଜାଗଲା

ଯେଉଁଠାରେ କି ତାଙ୍କର ମୃତ୍ୟୁ ହୋଇଗଲା | ସୂତ୍ରରୁ ସୂଚନା ମିଳିଛି ଯେ ବର୍ତ୍ତମାନ ସୁଦ୍ଧା ଏହି ବିଷୟରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ | ଛାତ୍ରୀର ପୋଷ୍ଟ-ମଟମ୍ ମଧ୍ୟ କରିଲେ ନାହିଁ |

ପ୍ରକୃତରେ, ଅଷ୍ଟମର ପ୍ରି-ବୋର୍ଡ ପରୀକ୍ଷା ଚାଲିଥିଲା ​​| ଏହି ପରୀକ୍ଷାରେ ଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ | କିନ୍ତୁ ହଠାତ୍ ପରୀକ୍ଷା ହଲରେ କେହି ଜଣେ ପିଲା ଛାତ୍ରୀଙ୍କ ଆଡକୁ କପି କାଗଜ ଫିଙ୍ଗିଦେଲା | ଛାତ୍ରୀଟି କାଗଜ ଉଠାଇଲେ ଆଉ ଦେଖିବାକୁ ଲାଗିଗଲା | ଏହି ସମୟରେ ପରୀକ୍ଷା ହଲ୍ ରେ ଉପସ୍ଥିତ ଥିବା ଶିକ୍ଷକ ତାଙ୍କୁ ଦେଖିନେଲେ | ଛାତ୍ରୀଙ୍କ ବାପା ସେହି ସ୍କୁଲର ଲାଇବ୍ରେଆନ ଆଛନ୍ତି | ଶିକ୍ଷକ ଛାତ୍ରୀଙ୍କୁ ନେଇ ତାଙ୍କ ବାପାଙ୍କ ପାଖକୁ ନେଇଗଲେ ଆଉ ତାଙ୍କ ବାପାଙ୍କୁ ସବୁ କଥା କହିଦେଲେ | ବାପାଙ୍କୁ ଲାଗିଲା କି ତାଙ୍କ ଝିଅ ଚିଟିଙ୍ଗ କରୁଥିଲା | ତା’ପରେ ସେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଥାପଡ଼ ମାରିଦେଲେ |

ଥାପଡ଼ ପରେ ବିଗିଡି ଗଲା ଛାତ୍ରୀଙ୍କ ସ୍ୱାସ୍ଥ୍ୟ :-

ସର୍ବସାଧାରଣଙ୍କ ମଝିରେ ତାଙ୍କ ବାପା ତାଙ୍କୁ ଥାପଡ଼ ମାରିବାର ସଦ୍ମା ଛାତ୍ରୀ ସାହିପାରିଲା ନାହିଁ | ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା | ଝିଅଟିର ଅବସ୍ଥା ଗୁରୁତ୍ୱର ହେଲା ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଗଲା | ଚିକିତ୍ସା ସମୟରେ ହିଁ ଝିଅଟିର ମୃତ୍ୟୁ ହୋଇଗଲା | କୁହାଯାଉଛି କି ଘଟଣାର ସୂଚନା ମିଳିବା ମାତ୍ରେ ହିଁ CBEO ମଧ୍ୟ ସ୍କୁଲରେ ଯାଇ ପହଞ୍ଜିଲେ ଆଉ ଘଟଣାର ପୁରା ସୂଚନା ନେଇଥିଲେ |

Leave A Reply

Your email address will not be published.