ଭାବୁକ ହେଲେ ୟୁକ୍ରେନ ରାଷ୍ଟ୍ରପତି, କହିଲେ ଋଷ ଟାର୍ଗେଟରେ ଏବେ ମୁଁ ଓ ମୋ ପରିବାର କିନ୍ତୁ ଆମେ ବିଶ୍ୱାସଘାତକ ନୁହେଁ ଯେ ଦେଶ ଛାଡି ଚାଲିଯିବୁ

0

Get real time updates directly on you device, subscribe now.

ସବୁ ଆଡେ ଗୋଟିଏ ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଧ୍ୟ । ଯୁଦ୍ଧ ରେ ଦୁଇ ଦିନ ବିତିଗଲାଣି । ୟୁକ୍ରେନ ଉପରେ ଋଷ ଭାରି ପଡିଛି । ୟୁକ୍ରେନ ର ବାସିନ୍ଦା ମାନଙ୍କୁ ଋଷ ର ଆକ୍ରମଣ ମହଙ୍ଗା ପଡିଛି । ୟୁକ୍ରେନ ର ଅନେକ ସହର ରେ ନିଆଁ ଲାଗି ସାରିଛି । ଦୁଇ ଦେଶ ର ସେନା ସୀମା ରେ ବୃତାୟନ ହୋଇ ରହିଛି । ଋଷ ର ମୂଳ ଲକ୍ଷ୍ୟ ହେଉଛି ୟୁକ୍ରେନ ର ରାଜଧାନୀ କିବ ରେ ଦଖଲ ଅନ୍ଦାଜ କରିବା ।

ଋଷ କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ରେ ଆକ୍ରମଣ କରିଛି । ଏହାକୁ ନେଇ ୟୁକ୍ରେନ ର ରାଷ୍ଟ୍ରପତି ମାନସିକ ଚିନ୍ତା ରେ ଅଛନ୍ତି । ସେ ମିଡ଼ିଆ ସମୁଖ ରେ ଜଣାଇଛନ୍ତି ଯେ ବର୍ତ୍ତମାନ ସେ ଅସୁରକ୍ଷିତ ଅଛନ୍ତି । ଋଷ ର ପ୍ରଥମ ଟାର୍ଗେଟ ରେ ସେ ଦ୍ଵିତୀୟ ଟାର୍ଗେଟ ରେ ତାଙ୍କର ପରିବାର । ସେ ବିଶ୍ୱାସ ଘାତକ ହେବେ ନାହି କିମ୍ବା ୟୁକ୍ରେନ କୁ ଛାଡ଼ି ଯିବେ ନାହିଁ ।

ଜେନେଲିଷ୍କ କେବଳ ସେତିକି ନୁହଁ ଆହୁରି କହିଛନ୍ତି ଯେ । ଋଷ ପାଖରେ ମୁଣ୍ଡ ନୁଆଇ ନ ଥିବାରୁ ପ୍ରଥମ ଟାର୍ଗେଟ ରେ ମୁଁ ରହିଛି । ସେ କିମ୍ବା ତାଙ୍କ ପରିବାର ବର୍ତ୍ତମାନ ୟୁକ୍ରେନ ରେ ରହିଛନ୍ତି । ସେମାନେ ଦେଶ ର ନାଗରିକ । ଋଷ ଜେନେଲିଷ୍କ ଙ୍କୁ ମାରିବାକୁ ଚାହୁଛନ୍ତି ମାତ୍ର ସେ ଋଷ ଆଗରେ ମୁଣ୍ଡ ନୁଆଇଁ ପାରିବେ ନାହିଁ । ୟୁରୋପୀୟ ଦେଶ ଗୁଡ଼ିକ ସହିତ କଥା ହେଲେ ପୁଣି ନଟୋ ରେ ୟୁକ୍ରେନ କୁ ମିଶାଇବାକୁ କହିଥିଲେ ମାତ୍ର ଋଷ ର ଭୟ ରେ କେହି କିଛି କହିଲେ ନାହି । ମାତ୍ର ଋଷ ର ଏହି ଧମକ କୁ ନ ଡରି କଡ଼ା ଜବାବ୍ ଦେବେ ବୋଲି ରାଷ୍ଟ୍ରପତି କହିଥିଲେ ।

ଯେଉଁମାନେ ଏହି ଯୁଦ୍ଧ ରେ ପ୍ରାଣ ହରାଇ ସାରିଲେଣି ସେମାନେ କୌଣସି ଯୋଦ୍ଧା ଠାରୁ କମ୍ ନ ଥାନ୍ତି । ଜନଗହଳି ଅଞ୍ଚଳ ରେ ଋଷ ଆକ୍ରମଣ କରୁଥିବାରୁ ଅଧିକ ସଂଖ୍ୟା ର ଲୋକ ଙ୍କ ମୃତ୍ୟୁ ଘଟୁଛି । ଓଡେସା ଦ୍ୱୀପକୁ ମଧ୍ୟ ଋଷ କବଜା କରିଛି । ଏହି ଅସୁବିଧା ସମୟ ରେ ୟୁକ୍ରେନ ସାହାଯ୍ୟ ଲଡ଼ୁ ଥିବା ବେଳେ ଆମେରିକା ନିଜର କୌଣସି ସେନା ପଠାଇବ ନାହି ବୋଲି ମନା କରି ହାତ ଟେକି ବସିଚି । ଋଷ ଉପରେ କିଛି କଟକଣା ଲଗାଇବା ପାଇଁ ଅଭିଯୋଗ କରିଥିବାରୁ ଏହା ଉପରେ କିଛି ନିଷ୍ପତି ନେବେ ।

Leave A Reply

Your email address will not be published.