ଫ୍ରିଜରୁ ଖାଇବା ବାହାର କରି ଖାଇବାରୁ ବିଗିଡି ଗଲା ସ୍ୱାସ୍ଥ୍ୟ, ପରିସ୍ଥିତି ଏମିତି ହେଲା ଯେ ହାତ-ଗୋଡ଼ କାଟିବାକୁ ପଡିଲା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଆଜିର ସମୟରେ ଯେଉଁଠି ଆପଣଙ୍କ ଜୀବନ ଧାଁ ଦୌଡ଼ରେ ବ୍ୟସ୍ତ ଅଛି,ସେଇଠି ଆଜି ଆମକୁ କୌଣସି ସୁବିଧାର ବି କମି ନାହିଁ । ଏଭଳି ପରିସ୍ଥିତିରେ ଘରେ ଫ୍ରିଜ୍ ରହିବା ତ ପ୍ରାୟ ସମସ୍ତଙ୍କ ଘର ପାଇଁ ସାଧାରଣ କଥା ହୋଇଗଲାଣି । କେବଳ ଥଣ୍ଡା ପାଣି ପାଇଁ ନୁହେଁ,ବରଂ ବଳକା ଖାଦ୍ୟ ମଧ୍ୟ ଫ୍ରିଜରେ ରଖାଯାଇ ଅନେକ ଦିନ ଖିଆଯାଏ ।

ଫ୍ରିଜ ରେ ରଖିବା ଦ୍ୱାରା ଖାଦ୍ୟ ଖରାପ ତ ହୁଏନାହିଁ କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଖାଦ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଖରାପ ହୋଇଥାଏ । ଫ୍ରିଜରୁ ବାହାରିଥିବା ଥଣ୍ଡା ଜିନିଷକୁ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏତେ ଖରାପ ପ୍ରଭାବ ପଡିଥାଏ ଯେ ଏହା ଆପଣଙ୍କ ଜୀବନ ଉପରେ ମଧ୍ୟ ବିପଦ ଆଣିପାରେ । ଡାକ୍ତରମାନେ ମଧ୍ୟ ଏହା କହିଛନ୍ତି କି ଫ୍ରିଜରୁ ସିଧା ଖାଦ୍ୟ ବାହାର କରି ସେହି ଖାଦ୍ୟକୁ ଖାଇବା କେବେ ଉଚିତ୍ ନୁହେଁ ।

ଖାଦ୍ୟକୁ ଫ୍ରିଜରୁ ବାହାର କରିବା ପରେ ଭଲ ଭାବରେ ଗରମ କରିବା ଉଚିତ୍ । ଯାହାଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।ଯଦି ଆପଣ ମଧ୍ୟ ଫ୍ରିଜରୁ ବାହାର କରି ଖାଦ୍ୟ ଖାଇନିଅନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ଆଉ ଯଦି ଆପଣ ଆମର ଏହି କଥା ପ୍ରତି ଧ୍ୟାନ ଦେବେ ନାହିଁ, ତେବେ ଆପଣଙ୍କ ଅବସ୍ଥା ମଧ୍ୟ ଠିକ ଏହି ଯୁବକ ପରି ହୋଇପାରେ ।

ରେଷ୍ଟୁରାଣ୍ଟରୁ ଆଣିଥିଲା ନୁଡୁଲ୍ସ ଆଉ ଚିକେନ୍

ବାସ୍ତବରେ ଫ୍ରିଜରେ ଥିବା ଖାଦ୍ୟ ଏହି ଯୁବକଙ୍କ ପାଇଁ ଏତେ ଭାରୀ ପଡିଗଲା କି ତାଙ୍କୁ ତାଙ୍କ ଶରୀରର ଅଙ୍ଗଗୁଡ଼ିକୁ କାଟି ଅଲଗା କରିବାକୁ ପଡିଲା । ପ୍ରକୃତରେ ପୁରା ଘଟଣା କ’ଣ ଥିଲା ଆମେ ଆପଣଙ୍କୁ କହିବୁ । ଦିନେ ଜେସି ନାମକ ଜଣେ ଯୁବକ ରାତ୍ରିଭୋଜନ ପାଇଁ ରେଷ୍ଟୁରାଣ୍ଟରୁ ନୁଡୁଲ୍ସ ଆଉ ଚିକେନ୍ ଆଣିଥିଲେ । କିନ୍ତୁ ଜେସି ଏହି ଖାଦ୍ୟକୁ ସମ୍ପୂର୍ଣ୍ଣ ରୂପେ ଖାଇପାରି ନଥିଲେ ଏବଂ ସେ ଅବଶିଷ୍ଟ ଖାଦ୍ୟକୁ ସକାଳ ପାଇଁ ଫ୍ରିଜରେ ରଖିଥିଲେ ।

ସକାଳେ ଉଠିବା ପରେ ଯେତେବେଳେ ଜେସି ଜଳଖିଆ ପାଇଁ ଫ୍ରିଜରୁ ଖାଦ୍ୟ ବାହାର କଲେ ତେବେ ସେ ଏହାକୁ ଗରମ ନକରି ଖାଇଦେଲେ । ରାତିରେ ବଳିପଡିଥିବା ବଳକା ଖାଦ୍ୟ ଖାଇବା ପରେ ହିଁ ଜେସିଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ତାଙ୍କୁ ଅଚାନକ ହିଁ ବହୁତ ଜୋରେ ଜ୍ୱର ହୋଇଗଲା ଆଉ ହୃଦୟ ସ୍ପଦନର ଗତି ମଧ୍ୟ ବଢିବାକୁ ଲାଗଲା । ଏଭଳି ପରିସ୍ଥିତିରେ ଜେସିଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେତେବେଳକୁ ତାଙ୍କ ଶରୀରର ରଙ୍ଗ ବାଇଗଣୀ ରଙ୍ଗର ହୋଇଯାଇଥିଲା ।

ଜେସିଙ୍କ ଗୋଡ଼ ଏବଂ ହାତର ଆଙ୍ଗୁଠି ମଧ୍ୟ କାଟି ଦିଆଯାଇଥିଲା

ଡାକ୍ତରମାନେ ତୁରନ୍ତ ଜେସିର ଚିକିତ୍ସା ଆରମ୍ଭ କଲେ ଏବଂ ରିପୋର୍ଟ ପାଇଲେ କି ଜେସିଙ୍କୁ ସେପ୍ସିସ୍ ନାମକ ଏକ ରୋଗ ହୋଇଯାଇଛି । ଏହା ତାଙ୍କୁ ବ୍ୟାକ୍ଟେରିଆଲ୍ ସଂକ୍ରମଣ ହେତୁ ହୋଇଛି । ଏହି ଗୁରୁତର ବେମାରୀ ହେତୁ ଜେସିର କିଡନୀ କାମ କରିବା ବନ୍ଦ କରିଦେଇ ଥିଲା । ଏହା ବ୍ୟତୀତ ଜେସିଙ୍କ ଶରୀରରେ ରକ୍ତ ଜମା ହେବାକୁ ଲାଗିଥିଲା । ଏହି ବ୍ୟାକ୍ଟେରିଆଲ ସଂକ୍ରମଣ ଜେସିଙ୍କ ଶରୀରରେ ଅତି ଶୀଘ୍ର ବ୍ୟାପିବାରେ ଲାଗିଥିଲା । ଯେଉଁଥିପାଇଁ ଡାକ୍ତରମାନଙ୍କୁ ଜେସିଙ୍କର ଜୀବନ ବଞ୍ଚାଇବା ପାଇଁ ତୁରନ୍ତ ହି ତାଙ୍କର ଦୁଇ ଗୋଡକୁ କାଟିଦେବାକୁ ପଡିଲା ।

ଏହା ବ୍ୟତୀତ ଜେସିଙ୍କ ହାତର ଆଙ୍ଗୁଠିଗୁଡିକୁ ମଧ୍ୟ ଡାକ୍ତରଙ୍କୁ କାଟିବାକୁ ପଡିଥିଲା । ଜେସିଙ୍କ ଏହି ଅସ୍ତ୍ରୋପଚାର ପରେ ମଧ୍ୟ ଜେସିଙ୍କୁ ପ୍ରାୟ ଏକ ମାସରୁ ଅଧିକ ସମୟ ହସ୍ପିଟାଲରେ ରଖାଯାଇଥିଲା । କାରଣ ୨୬ ଦିନ ପର୍ଯ୍ୟନ୍ତ ଜେସିଙ୍କ ଚେତା ଫେରିନଥିଲା ।

ଜେସିଙ୍କ ଅବସ୍ଥା ବିଷୟରେ ଡାକ୍ତରମାନେ କହିଛନ୍ତି

ଜେସିଙ୍କ ଅବସ୍ଥା ବିଷୟରେ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ଯେକୌଣସି ଖାଦ୍ୟକୁ କିଛି ସମୟ ପାଇଁ ଫ୍ରିଜରେ ରଖାଯାଇପାରିବ । କିନ୍ତୁ ଖାଦ୍ୟକୁ ଦୀର୍ଘ ସମୟ ଫ୍ରିଜରେ ରଖିବା ଭଲ ନୁହେଁ । ଏପରି ପରିସ୍ଥିତିରେ ଯେତେବେଳେ ବି ଖାଦ୍ୟକୁ ଫ୍ରିଜରୁ ବାହାର କରି ଖାଇବାକୁ ହୁଏ ସେତେବେଳେ ଏହାକୁ ଭଲ ଭାବରେ ଗରମ କରାଯିବା ଉଚିତ । ତା’ପରେ ଖାଇବା ଉଚିତ୍ । ଖାଦ୍ୟକୁ ଗରମ କରିବା ଦ୍ୱାରା ଖାଦ୍ୟରେ ଜମା ହେଉଥିବା ବ୍ୟାକ୍ଟେରିଆ ମରିଯାନ୍ତି ।

Leave A Reply

Your email address will not be published.