୬୦ ସେକେଣ୍ଡ ମଧ୍ୟରେ ତିନି ଭାଇ ନିଜର ପତ୍ନୀଙ୍କୁ ଛାଡପତ୍ର ଦେଇଦେଲେ,ଜାଣନ୍ତୁ କାହିଁକି ?

0

Get real time updates directly on you device, subscribe now.

ନେଲେନି ମାଆଙ୍କର ଯତ୍ନ। ଏହାର ପରିଣାମ ବର୍ତ୍ତମାନ ପତ୍ନୀମାନଙ୍କୁ ଭୋଗିବା ପାଇଁ ପଡିଛି। ତିନି ଭାଇ ଗୋଟିଏ ମିନିଟ ମଧ୍ୟରେ ନିଜ ନିଜର ପତ୍ନୀମାନଙ୍କୁ ଛାଡପତ୍ର ଦେଇଛନ୍ତି। ନିଜ ବୁଢୀ ମାଆର ଯତ୍ନ ନେବାରେ ଅବହେଳା କରିବାରୁ ତିନି ଭାଇ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସ୍ଥାନୀୟ ଗଣମାଧ୍ୟମ ତରଫରୁ ପ୍ରକାଶ ହୋଇଛି। ଏହି ଘଟଣା ଆଲଜେରିଆରେ ଘଟିଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଏକ ଉଦାହରଣ ପାଲଟିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତିନି ଭାଇ ନିଜର କାମରୁ ଅଚାନକ ଘରେ ପହଞ୍ଚିଥିଲେ। ତାଙ୍କର ରୋଗୀଣା ମାଆଙ୍କୁ ପଡୋଶୀଙ୍କ ଦ୍ଵାରା ଗାଧୋଇ ଦିଆଯାଉଥିବାର ଦେଖିବାକୁ ପାଇଥିଲେ। ତିନି ଭାଇ ନିଜ ପତ୍ନୀମାନେ ମାଆର ଠିକ ଭାବରେ ଯତ୍ନ ନେଉନଥିବା ଜାଣି କ୍ରୋଧିତ ହୋଇ ପଡିଥିଲେ। ନିଜ ମାଆର ଅବସ୍ଥା ଦେଖିବା ପରେ ଭାଇମାନଙ୍କୁ ନିଜ ନିଜର ପତ୍ନୀଙ୍କୁ ଛାଡ ପତ୍ର ଦେବାକୁ ବାଧ୍ୟ କରିଥିଲା।

ବୃଦ୍ଧା ମହିଳାଙ୍କର ଝିଅ ମାଆର ଦେଖାଶୁଣା ପାଇଁ ସପ୍ତାହକୁ ଦୁଇ ଥର ଘରକୁ ଆସୁଥିଲେ। ହେଲେ କ୍ୟାନ୍ସରରେ ପୀଡିତ ନିଜର ସ୍ଵାମୀଙ୍କ ଚିକିତ୍ସା କାରଣରୁ ସେ ଗତ କିଛି ଦିନ ହେଲା ଘରକୁ ଆସି ପାରିନଥିଲେ। ଏହି କାରଣରୁ ତିନି ଭାଇ ନିଜର ପତ୍ନୀଙ୍କୁ ମାଆଙ୍କର ଦେଖାଶୁଣା କରିବା ପାଇଁ କହିଥିଲେ। ମାତ୍ର ପତ୍ନୀମାନେ ଏହି କଥା ମାନିନଥିଲେ। ବୁଢୀ ମାଆଙ୍କୁ ପଡୋଶୀଙ୍କ ଭରସାରେ ଛାଡି ଦିଆଯାଇଥିଲା। ତିନି ଭାଇ ଘରକୁ ଆସି ଜାଣିବା ପରେ ନିଜ ନିଜର ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି।

Leave A Reply

Your email address will not be published.