ଆରମ୍ଭ କରିବାକୁ ଚାହୁଁଛନ୍ତି କି ନିଜର ବ୍ୟବସାୟ ତେବେ Indian Railway କରିବ ଆପଣଙ୍କୁ ସାହାଯ୍ୟ ! ୮୦ ,୦୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ସବୁ ମାସରେ ରୋଜଗାର

0

Get real time updates directly on you device, subscribe now.

ସ୍ଲୀପିଙ୍ଗ କ୍ଲାସ୍ ରେ 20 ଟଙ୍କାର ପ୍ରତି ଟିକେଟ ବୁକିଂରେ କମିଶନ ମିଳିଥାଏ | ସେହିଠାରେ ଏସି କ୍ଲାସ୍ ରେ ବୁକିଂ ପାଇଁ ଆପଣଙ୍କୁ 40 ପ୍ରତିଶତ ଟିକେଟ ବୁକିଂରେ କମିଶନ ମିଳିଥାଏ | ସେଇଠାରେ ଟିକେଟ ବୁକିଂର 1 ପ୍ରତିଶତ ଭାଗ ଏଜେଣ୍ଟଙ୍କୁ ମଧ୍ୟ ମିଳିଥାଏ |

କରୋନା ସମସ୍ତଙ୍କ ଜୀବନକୁ ବହୁତ ଖରାପ ଭାବେ ପ୍ରଭାବିତ କରିଛି | ଅନେକ ଲୋକଙ୍କ ରୋଜଗାରର ମାଧ୍ୟମ ଚାଲିଗଲା ତ ଆଉ ଅନେକଙ୍କ ବ୍ୟବସାୟ ବନ୍ଦ ହୋଇଗଲା| ଯଦି ଆପଣ ମଧ୍ୟ ରୋଜଗାରର ନୂଆ ଉପାୟ ଖୋଜୁଛନ୍ତି ଆଉ କମ୍ ବିନିଯୋଗରେ ଅଧିକ ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ଭାରତୀୟ ରେଳ କ୍ୟାଟରିଂ ଟୁରିଜିମ୍ କର୍ପୋରେସନ୍ ସହ ମିଶିକରି ଅନଲାଇନ ଟିକେଟ୍ ବୁକିଂ ର କାମ ଆରମ୍ଭ କରିପାରିବେ |

ପ୍ରତିଦିନ ରେଳରେ ଅନେକ ଲକ୍ଷ ଲୋକ ଯାତ୍ରା କରନ୍ତି । ଆଜିକାଲି ବଢୁଥିବା ଡିଜିଟାଲାଇଜେସନ୍ ର ଯୁଗରେ ଲୋକମାନେ ରେଳ ଷ୍ଟେସନକୁ ଯାଇ ଟିକେଟ ବୁକିଂ କରିବାରୁ ବଂଚିତ ହେଉଛନ୍ତି । ଏଥିପାଇଁ ତାଙ୍କୁ ବହୁତ ଘର ଠୁ ଦୂରକୁ ରେଳ ଷ୍ଟେସନକୁ ଯାଇ ଟିକଟ କାଟିବାକୁ ପଡୁଛି । ଏମିତି ପରିସ୍ଥିତିରେ ଆଜିକାଲି ଲୋକ ପ୍ରାଇଭେଟ ଟିକଟ ଏଜେଣ୍ଟ ଠାରୁ ଟିକଟ କରିବାକୁ ପସନ୍ଦ କରୁଛନ୍ତି । ପ୍ରାଇଭେଟ ଟିକଟ ଏଜେଣ୍ଟ ଯାତ୍ରୀମାନଙ୍କ ପାଇଁ ଟିକଟ ସେଇ ପ୍ରକାରର କାଟନ୍ତି ଯେମିତି ରେଳୱେ କାଉଣ୍ଟର ରେ କ୍ଲାର୍କ ଟିକଟ କାଟନ୍ତି । ତେବେ ଚାଲନ୍ତୁ ଆପଣ ବି ରେଲୱେ ସାଥିରେ ଯୋଡିହୋଇ ରେଲୱେ ଟିକଟ ଏଜେଣ୍ଟଙ୍କର ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଖାସ ଏହି କଥାର ଧ୍ୟାନ ରଖନ୍ତୁ ।

ଏମିତି କରନ୍ତୁ ରେଲୱେ ଟିକଟ ଏଜେଣ୍ଟ ପାଇଁ ଆବେଦନ

ରେଲୱେ ଟିକଟ ଏଜେଣ୍ଟ ପାଇଁ ଆବେଦନ କରିବା ପାଇଁ ଆପଣଙ୍କୁ IRCTC ର ୱେବସାଇଟ କୁ ଯିବାକୁ ପଡ଼ିବ । ସେଇଠି ଆପଣଙ୍କୁ ଏଜେଣ୍ଟ ବନିବା ପାଇଁ ରେଲୱେ ର କିଛି ଶୁଳ୍କ ବା ଦେୟ ଦେବାକୁ ପଡିବ । ଏହା ପରେ ଆପଣ ସହଜରେ ଘରେ ବସି ବି ଏହି ବିଜନେସ କରିପାରିବେ । ଗୋଟେ ଟିକଟ ବୁକିଙ୍ଗ ରେ ଆପଣଙ୍କୁ ବହୁତ ଭଲ ପଇସା କମିଶନ ରୂପରେ ମିଳିଥାଏ ।

ଏତିକି ହେବ ରୋଜଗାର

ଆମେ ଆପଣଙ୍କୁ କହିରଖୁଛୁ ଯେସ୍ଲୀପିଙ୍ଗ କ୍ଲାସର ଟିକେଟ୍ ପିଛା 20 ଟଙ୍କା ବୁକିଂ ଉପରେ କମିଶନ ମିଳିଥାଏ | ସେହିଠାରେ ଏସି କ୍ଲାସ୍ ରେ ବୁକିଂ କରିବାରେ ଆପଣଙ୍କୁ 40 ପ୍ରତିଶତ ଟିକେଟ୍ ବୁକିଂର କମିଶନ ମିଳିଥାଏ | ସେଇଠାରେ ଟିକେଟ୍ ବୁକିଂର 1 ପ୍ରତିଶତ ଭାଗ ଏଜେଣ୍ଟଙ୍କୁ ମଧ୍ୟ ମିଳିଥାଏ | ଏଜେଣ୍ଟ ବନିବାପରେ ଆପଣ ପ୍ରତିଦିନ ଯେତେ ଚାହିଁବେ ସେତେ ଟିକେଟ ବୁକ କରିପାରିବେ | ଏହା ବ୍ୟତୀତ ଆପଣଙ୍କୁ ତତ୍କାଳୀନରେ ଟିକେଟ ବୁକିଂର ଅପ-ସନ୍ ମଧ୍ୟ ମିଳିଥାଏ | ସେଇଠାରେ ରେଲୱେ ବ୍ୟତୀତ ଫ୍ଲାଇଟ ବୁକିଂରେ ମଧ୍ୟ ଭଲ କମିଶନ ରୋଜଗାର କରିପାରବେ | ଆପଣଙ୍କୁ ପ୍ରତି ଫ୍ଲାଇଟି ବୁକିଂରେ 200 କିମ୍ବା 300 ଟଙ୍କାର ଲାଭ ମିଳିପାରିବ | ସେହିଠାରେ ଅନ୍ତରାଷ୍ଟ୍ରୀୟ ଫ୍ଲାଇଟି ବୁକିଂ ରେ ଆପଣଙ୍କ ରୋଜଗାର ହଜାରରେ ହୋଇପାରିବ |

ଟିକଟ ଏତିକି ଶୁକ୍ଳର ଦେବାକୁ ହେବ ଦେୟ

ଆମେ ଆପଣଙ୍କୁ କହିରଖୁଛୁ ଯେ ପ୍ରତିବର୍ଷ ଆପଣଙ୍କୁ IRCTC କୁ 3,999 ଟଙ୍କା ଏଜେଣ୍ଟ ଦେୟ ଆଉ ଦୁଇ ବର୍ଷ ପାଇଁ 6,999 ଟଙ୍କା ଏଜେଣ୍ଟ ଦେୟ ଦେବାକୁ ପଡିବ | 100 ଟିକେଟ୍ ବୁକ୍ କରିବା ପାଇଁ ଆପଣଙ୍କୁ 10 ଟଙ୍କା ଦେବାକୁ ପଡିବ ଆଉ 101 ରୁ 300 ଟିକେଟ୍ ବୁକିଂ କରିବାକୁ ହେଲେ ଆପଣଙ୍କୁ 8 ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡିବ | ସେହିଠାରେ, 300 ରୁ ଅଧିକ ଟିକେଟ୍ ଉପରେ ଆପଣଙ୍କୁ 5 ଟଙ୍କା ପ୍ରତି ଟିକେଟକୁ ଦେୟ ଦେବାକୁ ହେବ | ଏମିତିରେ ଆପଣ ରେଲୱେ ସହିତ ମିଶିକରି ଏହି ବ୍ୟବସାୟ କରି ପ୍ରତି ମାସରେ 80,000 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ |

Leave A Reply

Your email address will not be published.