ଯଦି ପର୍ସନାଲ ଲୋନ ଦରକାର,ତେବେ ଜାଣି ନିଅନ୍ତୁ କେଉଁ ବ୍ୟାଙ୍କ ଦେଉଛି କମ ସୁଧରେ ଲୋନ |

0

Get real time updates directly on you device, subscribe now.

ଟଙ୍କାର ଅଚାନକ ପଡୁଥିବା ଆବଶ୍ୟକକୁ ଦୂର କରିବା ପାଇଁ ଲୋକମାନେ ଲୋନ ନେଇଥାନ୍ତି। ଏଥିପାଇଁ କେତେକ ବ୍ୟାଙ୍କ ସୁଧ ଦର ଉପରେ ଲୋନ ପ୍ରଦାନ କରିଥାନ୍ତି। ଏହାପରେ ଏହି ଲୋନ ଘର କିଣିବାରେ ଲଗାନ୍ତୁ କିମ୍ବା ଅନ୍ୟ ଖର୍ଚ୍ଚ କରିବାରେ ଲଗାନ୍ତୁ। ଯଦି ଆପଣଙ୍କୁ ପର୍ସନାଲ ଲୋନ ଆବଶ୍ୟକ ତାହେଲେ ଏହି ଖବର ଆପଣଙ୍କ ପାଇଁ ଅଟେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମିତି କେଉଁ ସବୁ ବ୍ୟାଙ୍କ ରହିଛି, ଯିଏକି ଆପଣଙ୍କୁ କମ ଦରରେ ଲୋନ ପ୍ରଦାନ କରୁଛି।

ପର୍ସନାଲ ଲୋନ କଣ? :-

ଏହାପୂର୍ବରୁ ଜଣାଇଦେଉଛୁ କି, ପର୍ସନାଲ ଲୋନ ଏକପ୍ରକାରର ଅନ ସିକିୟର୍ଡ଼ ଲୋନ ହୋଇଥାଏ। ଏହାର ଅର୍ଥ ଏଥିପାଇଁ ଉଧାରକର୍ତାଙ୍କୁ କୌଣସି ଗ୍ୟାରେଣ୍ଟି ସିକ୍ୟୁରିଟି ଦେବା କିମ୍ବା କିଛି ବନ୍ଧା ପକାଇବା ଆବଶ୍ୟକ ନାହିଁ। ଏହି ଲୋନର ପୂରଣ ସମୟ ଆପଣଙ୍କୁ ମୋଟ 12 ରୁ 60 ମାସ ପର୍ଯ୍ୟନ୍ତ ଦିଆଯାଇଥାଏ। ହୋମ ଲୋନ, କାର୍ଡ଼ ଲୋନ ବିପରୀତ, ଏହି ଲୋନର ବ୍ୟବହାର ଆପଣ ଯେକୌଣସି କାମରେ ଲଗାଇବା ପାଇଁ କରି ପାରନ୍ତି। ଯେମିତି ମେଡ଼ିକାଲ ଏମରଜେନ୍ସି, ପଢ଼ିବା ଖର୍ଚ୍ଚ, ଯାତାୟାତ, ବିବାହ ଓ ଏମିତି ଅନେକ ଖର୍ଚ୍ଚ।

ସରକାରୀ ବ୍ୟାଙ୍କରୁ ଲୋନ ନେବା ସବୁଠାରୁ ବଢ଼ିଆ:-

ଯଦି ଆପଣ ମଧ୍ୟ ଲୋନ ନେବାକୁ ଚାହୁଁଛନ୍ତି ତାହେଲେ ସରକାରୀ ବ୍ୟାଙ୍କରୁ ଲୋନ ନେବା ଆପଣଙ୍କ ପାଇଁ ଫାଇଦାଦାୟକ ସାବ୍ୟସ୍ତ ହୋଇପାରେ। ଆପଣ ନିଜର ବିତ୍ତୀୟ ଆବଶ୍ୟକକୁ ପୂରା କରିବା ପାଇଁ ଲିଉ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯଦି ଲୋନ ନେବାକୁ ଚାହାଁନ୍ତି ତାହେଲେ ଏହି ବ୍ୟାଙ୍କ ଆପଣଙ୍କୁ 10 ପ୍ରତିଶତ ସୁଧରେ ଲୋନ ଦେବ। ଆସନ୍ତୁ ଜାଣିବା ସେହି ସରକାରୀ ବ୍ୟାଙ୍କ ଗୁଡ଼ିକ ବିଷୟରେ ଯିଏକି ଲୋନ ପ୍ରଦାନ କରୁଛି।

ଇଣ୍ଡିଆନ ବ୍ୟାଙ୍କ:-

ସୁଧ ଦର- 8.5 ପ୍ରତିଶତ

EMI- 10,250 ଟଙ୍କା

ୟୁନିୟନ ବ୍ୟାଙ୍କ:-

ସୁଧ ଦର-8.90 ପ୍ରତିଶତ

EMI-10,355 ଟଙ୍କା

ସେଣ୍ଟ୍ରାଲ ବ୍ୟାଙ୍କ:-

ସୁଧ ଦର- 8.90 ପ୍ରତିଶତ

EMI- 10,355 ଟଙ୍କା

ପିଏନବି:-

ସୁଧ ଦର- 8.90 ପ୍ରତିଶତ

EMI- 10,355 ଟଙ୍କା

ବ୍ୟାଙ୍କ ଅଫ ମହାରାଷ୍ଟ୍ର:-

ସୁଧ ଦର- 9.45 ପ୍ରତିଶତ

EMI- 10,489 ଟଙ୍କା

ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ:-

ସୁଧ ଦର-9.50 ପ୍ରତିଶତ

EMI- 10,501 ଟଙ୍କା

ଆଇଡିବିଆଇ ବ୍ୟାଙ୍କ:-

ସୁଧ ଦର- 9.50 ପ୍ରତିଶତ

EMI- 10,501 ଟଙ୍କା

ଏମବିଆଇ:-

ସୁଧ ଦର- 9.60 ପ୍ରତିଶତ

EMI- 10,525 ଟଙ୍କା

ବ୍ୟାଙ୍କ ଅଫ ବଡଦା:-

ସୁଧ ଦର- 10.00 ପ୍ରତିଶତ

EMI- 10,624 ଟଙ୍କା

ଇଣ୍ଡିଆନ ଓଭରସିଜ ବ୍ୟାଙ୍କ:-

ସୁଧ ଦର- 10 ପ୍ରତିଶତ

EMI- 10,624 ଟଙ୍କା

Leave A Reply

Your email address will not be published.