ଭାରତ ବନାମ ୱେଷ୍ଟ ଇଣ୍ଡିଜ: ଦିନିକିଆ ପରେ T-20 ସିରିଜ ମଧ୍ୟ କବଜା କଲା ଭାରତ, ଏହାସହ T-20 ରେ ହୋଇଗଲା ଏକ ନମ୍ବର

0

Get real time updates directly on you device, subscribe now.

ଭାରତ ୱେଷ୍ଟ ଇଣ୍ଡିଜ ବିପକ୍ଷରେ କୋଲକାତାରେ ଖେଳାଯାଇଥିବା ନିଜର ତୃତୀୟ t-20 ସିରିଜ ଜିତିନେଇଛି। ରବିବାର ଦିନ ତୃତୀୟ ମ୍ୟାଚ ଜିତିସାରି ଭାରତ 3-0 ରେ ସିରିଜ ନିଜ ନାମରେ କଲା। ଦିନିକିଆରେ ମଧ୍ୟ ଭାରତ ଅହମ୍ମଦାବାଦରେ ସିରିଜ ନିଜ ନାମରେ କଲା। ରୋହିତ ଶର୍ମା ଅଧିନାୟକ ହେବାପରେ ଏହା ତାଙ୍କର ତୃତୀୟ କ୍ଲିନ ସ୍ୱିପ ଅଟେ।

ଟିମ ଇଣ୍ଡିଆ ତୃତୀୟ t-20 ରେ ପ୍ରଥମେ ବ୍ୟାଟିଂ କରି 184 ରନ କରିଥିଲା। ଜବାବରେ ୱେଷ୍ଟ ଇଣ୍ଡିଜ ଟିମ 167 ରନ ହିଁ କରିପାରିଲା ଓ ଭାରତ 17 ରନରେ ଏହି ମ୍ୟାଚକୁ ଜିତିନେଲା।

ଭାରତ ଏହି ମ୍ୟାଚ ଜିତି t-20 କ୍ରିକେଟ ଇନ୍ଟରନାଶନାଲରେ ଏକ ନମ୍ବର କ୍ରିକେଟ ଟିମ ହୋଇଗଲା। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳ 268 ପଏଣ୍ଟ ପାଇ ଦ୍ଵିତୀୟ ସ୍ଥାନରେ ଥିଲା ଓ ଇଂଲଣ୍ଡ 269 ପଏଣ୍ଟ ସହିତ ଏକ ନମ୍ବରରେ ଥିଲା। ମ୍ୟାଚକୁ ଜିତିବା ପରେ ଭାରତ ଏକ ନମ୍ବର ହୋଇଗଲା।

ତୃତୀୟ ମ୍ୟାଚ ମଧ୍ୟ ରୋମାଞ୍ଚକର ଥିଲା:-

ଭାରତ ପ୍ରଥମେ ବ୍ୟାଟିଂ କରି ୱେଷ୍ଟ ଇଣ୍ଡିଜକୁ 185 ରନର ଟାର୍ଗେଟ ଦେଇଥିଲା। ଏହି ମ୍ୟାଚରେ ମଧ୍ୟ ୱେଷ୍ଟ ଇଣ୍ଡିଜ ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚକୁ ନେଇଥିଲା। ଦର୍ଶକ ମାନଙ୍କ ଜିଜ୍ଞାସା ବହୁତ ଉତ୍କଣ୍ଠାପୂର୍ଣ ଥିଲା। 18 ବଲରେ 37 ରନ ଥିବାବେଳେ ଭାରତ ଶେଷ ଓଭରରେ ଭଲ ବୋଲିଂ କରିଥିଲା।

18ତମ ଓଭରରେ ଶାର୍ଦୁଲ ଠାକୁର ବୋଲିଂ ଆସି ମାତ୍ର 6 ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ଏହାପରେ 19ତମ ଓଭରରେ ହର୍ଷଲ ପଟେଲ ବୋଲିଂ ଆସି 8 ରନ ଦେଇ ଗୋଟିଏ ଉଇକେଟ ପାଇଥିଲେ। ଶେଷ ଓଭରରେ 23 ରନ ଥିବାବେଳେ ଶାର୍ଦୁଲ ଠାକୁର ବୋଲିଂ ଆସି 5 ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ।

ୱେଷ୍ଟ ଇଣ୍ଡିଜ ତରଫରୁ କେବଳ ନିକୋଲାସ ପୂରଣ ହିଁ ଲଢ଼ିବାର ଦେଖାଯାଇଥିଲା। ସେ 47 ବଲ ରୁ 61 ରନର ପାଳି ଖେଳିଥିଲେ ଯେଉଁଥିରେ 8 ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ପୂରଣଙ୍କ ବ୍ୟତୀତ ରୋମାରିଓ ଶେଫର୍ଡ ଶେଷରେ 29 ରନ ବନାଇଥିଲେ। କିନ୍ତୁ ୱେଷ୍ଟ ଇଣ୍ଡିଜ ଟିମ ଶେଷରେ ବାଜି ମାରି ପାରିଲାନାହିଁ।

ସୂର୍ଯ୍ୟକୁମାର ଓ ଭେଙ୍କଟେଶ୍ କଲେ ଧୁରନ୍ଧର ବ୍ୟାଟିଂ:-

ଭାରତ ଏହି ମ୍ୟାଚରେ 4ଟି ପରିବର୍ତ୍ତନ କରିଥିଲା। ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରେ 4 ନମ୍ବରରେ ବ୍ୟାଟିଂ କରିବାକୁ ନିର୍ଣ୍ଣୟ ନେଇଥିଲେ। ଏହି ମ୍ୟାଚରେ ଋତୁରାଜ ଗାଇକୱାଦ ଓ ଇଶାନ କିଷାନଙ୍କ ଓପନିଂ ଯୋଡ଼ି ଫେଲ ମାରିଥିଲା। ଶ୍ରେୟାସ ଆୟର ଏକ ଭଲ ଇନିଂସ ଖେଳିବାପରେ ଆଉଟ ହୋଇଯାଇଥିଲେ। ଶେଷରେ ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ୍ ଆୟରଙ୍କ ଯୋଡ଼ି କମାଲ ଧମାଲ ମଚାଇ ଥିଲା।

ଉଭୟ ଶେଷ 6 ଓଭରରେ 91 ରନ ବନାଇଥିଲେ। ସୂର୍ଯ୍ୟକୁମାର ଯାଦବ ନିଜର ଶାନଦାର ଅର୍ଧ ଶତକ ହାସଲ କରିଥିଲେ ଓ ଭେଙ୍କଟେଶ ଆୟର ପ୍ରମାଣ କରିଥିଲେ କି, ସେ ଓପନିଂ କରିବା ସହିତ ଫିନିସିଂ ଦାୟିତ୍ୱ ମଧ୍ୟ ନିଭାଇ ପାରିବେ।

ରୋହିତ ଯୁଗର ଶାନଦାର ଆରମ୍ଭ:-

ଟିମ ଇଣ୍ଡିଆର ଫୁଲ ଟାଇମ ଅଧିନାୟକ ହେବାପରେ ରୋହିତ ଶର୍ମା ବର୍ତ୍ତମାନ ସୁଦ୍ଧା ବିଜୟ ରଥରେ ବସିଛନ୍ତି। ପ୍ରଥମେ ତାଙ୍କର ଅଧିନାୟକତାରେ ଦଳ ନ୍ୟୁଜିଲାଣ୍ଡକୁ 3-0 t-20 କ୍ଲିନ ସ୍ୱିପ କରିଥିଲା। ଏହାପରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ମଧ୍ୟ ଦଳ କ୍ଲିନ ସ୍ୱିପ କରିସାରିଛି।

ୱେଷ୍ଟ ଇଣ୍ଡିଜର ଭାରତ ଗସ୍ତ:-

ପ୍ରଥମ T-20- ଭାରତ 6 ଉଇକେଟରେ ଜିତିଲା।

ଦ୍ଵିତୀୟ T-20- ଭାରତ 8 ରନରେ ବିଜୟୀ।

ତୃତୀୟ T-20- ଭାରତ 17 ରନରେ ବିଜୟୀ।

ପ୍ରଥମ ଦିନିକିଆ- ଭାରତ 6 ଉଇକେଟରେ ଜିତିଲା।

ଦ୍ବିତୀୟ ଦିନିକିଆ- ଭାରତ 44 ରନରେ ଜିତିଲା।

ତୃତୀୟ ଦିନିକିଆ- ଭାରତ 96 ରନରେ ଜିତିଲା।

Leave A Reply

Your email address will not be published.