ଫୋନ ହ୍ୟାକ କରି ବିଜନେସମ୍ୟାନଙ୍କ ଖାତାରୁ ଉଡାଇନେଲେ ୬୪ ଲକ୍ଷ ଟଙ୍କା, ଅନଲାଇନ ଡକାୟତମାନଙ୍କର କୌଣସି ସନ୍ଧାନ ନାହିଁ

0

Get real time updates directly on you device, subscribe now.

ଆଜିକାଲି ଅନଲାଇନ, ମୋବାଇଲ ଏବଂ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ବଢ଼ିବାରେ ଲାଗିଛି | ଲୋକମାନଙ୍କୁ ମୋବାଇଲରେ ହିଁ ଟ୍ରାଞ୍ଜାକ୍ସନ କରିବା ସହଜ ଦେଖାଯାଏ | କିନ୍ତୁ ପଇସାର ଅନଲାଇନ ଦେବାନେବା ବଢିବା ସହିତ ଅନଲାଇନ ଡକାୟତ ମଧ୍ୟ ସୃଷ୍ଟି ହେଉଛନ୍ତି, ଯେଉଁମାନେ ଅନଲାଇନ ଲୁଟ କରି ଲକ୍ଷ ଲକ୍ଷ ଟଙ୍କା ନେଇ ଯାଉଛନ୍ତି | ଏମିତି ଗୋଟିଏ ମାମଲା ରାଜସ୍ଥାନର ରାଜଧାନୀ ଜୟପୁରରୁ ସାମ୍ନାକୁ ଆସିଛି | ଏଠାରେ ଜଣେ ବିଜନେସମ୍ୟାନଙ୍କ ଆକାଉଣ୍ଟରୁ ୬୪ ଲକ୍ଷ ଟଙ୍କାର ଅନଲାଇନ ଲୁଟ କରାଯାଇଛି | ଏହି ଅନଲାଇନ ଲୁଟକୁ SIM Swapping କିମ୍ବା ଫୋନ ହ୍ୟାକିଙ୍ଗ ମାଧ୍ୟମରେ କରାଯାଇଥିବାର କଥା ସାମ୍ନାକୁ ଆସିଛି |

୨ ଦିନ ଧରି ମୋବାଇଲରେ ଦେଖିଥିଲେ ସନ୍ଦେହଜନକ କାର୍ଯ୍ୟକଳାପ :-

ବିଜନେସ ମ୍ୟାନଙ୍କ ମୋବାଇଲରେ ଦୁଇ ଦିନ ପର୍ଯ୍ୟନ୍ତ ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଯାଇଥିଲା | ଏହା ଉପରେ ଜୟପୁର ପୋଲିସ ଫୋନ ଫୋନ ହ୍ୟାକିଙ୍ଗର ସମ୍ଭାବନାରୁ ମଧ୍ୟ ମନା କରିନାହିଁ | TOI ର ରିପୋର୍ଟ ଅନୁଯାୟୀ ଜୟପୁରର ୬୮ ବର୍ଷୀୟ ରାକେଶ ଟାଟୁକା ସେହି ସମୟରେ ଆଶ୍ଚର୍ଯ୍ୟ ହୋଇଗଲେ, ସେତେବେଳେ ସେ ଅନେକ ଟ୍ରାଞ୍ଜାକ୍ସନ ଫେଲ ହେବାପରେ ନିଜର ବ୍ୟାଙ୍କ ବାଲାନ୍ସ ଚେକ କଲେ |

ଖାତାରେ ଥିଲା ମାତ୍ର ୭୦୦ ଟଙ୍କା :-

ତାଙ୍କୁ ବ୍ୟାଙ୍କ ତରଫରୁ କୁହାଗଲା ଯେ ତାଙ୍କ ଆକାଉଣ୍ଟରେ କେବଳ ୭୦୦ ଟଙ୍କା ଅଛି ଏବଂ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ କେବଳ ୩୦୦ ଟଙ୍କା ହିଁ ଅଛି | ଏହାପରେ ସେ ପୋଲିସ ଠାରେ ଏହାକୁ ନେଇ ରିପୋର୍ଟ ଲେଖାଇଲେ |

ପାର୍ଟନରଙ୍କ ମୋବାଇଲ ଫୋନରେ ମଧ୍ୟ ଆସିଲା ସମସ୍ୟା :-

ପୋଲିସକୁ ସେ କହିଛନ୍ତି ଯେ ତାଙ୍କ ମୋବାଇଲ ଫୋନରେ ଦୁଇ ଦିନ ହେଲାଣି କନେକ୍ଟିଭିଟି ନଥିଲା | ଏହି ସମସ୍ୟା ତାଙ୍କ ବିଜନେସ ପାର୍ଟନରଙ୍କ ଫୋନରେ ମଧ୍ୟ ଆସୁଥିଲା | ଏହାପରେ ଦୁହେଁ ନିଜର ସିମ କାର୍ଡକୁ ବଦଳାଇବା ପାଇଁ ନିଷ୍ପତ୍ତି ନେଲେ | ସେ ଦୁହେଁ ଟେଲିକମ କମ୍ପାନୀର ଅଫିସରୁ ନୁଆଁ ସିମ କାର୍ଡ ନେଲେ |

ଆକ୍ଟିଭେସନରେ ବିଳମ୍ବ କାରଣରୁ ସିମ କାର୍ଡ ୟୁଜ କରିପାରିଲେ ନାହିଁ :-

କିନ୍ତୁ ଆକ୍ଟିଭେସନରେ ବିଳମ୍ବ କାରଣରୁ ସେମାନେ ତୁରନ୍ତ ସିମ କାର୍ଡକୁ ୟୁଜ କରିପାରିଲେ ନାହିଁ ଏବଂ ଏଥିରେ ଡେରି ହେଲା | ଏହା ଉପରେ ଧ୍ୟାନ ନ ଦେଇ ସେମାନେ କମ୍ପାନୀ ବ୍ୟାଙ୍କ ଆକାଉଣ୍ଟରେ ଲଗିନ କରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ବ୍ୟାଙ୍କ ଆକାଉଣ୍ଟକୁ ଆକ୍ସେସ କରିପାରିଲେ ନାହିଁ | ଏହାପରେ ସେମାନେ ନିଜର ପର୍ଶନଲ ଆକାଉଣ୍ଟକୁ ମଧ୍ୟ ଆକ୍ସେସ କରିବାକୁ ଚେଷ୍ଟା କଲେ, କିନ୍ତୁ ସେଥିରେ ମଧ୍ୟ ଲଗିନ ହୋଇପାରିଲା ନାହିଁ | ଏହାପରେ ସେମାନେ ନିଜ ବ୍ୟାଙ୍କକୁ ଏ ବିଷୟରେ ସୂଚନା ଦେଲେ | ବ୍ୟାଙ୍କ ତରଫରୁ କୁହାଗଲା ଯେ ତାଙ୍କ ଆକାଉଣ୍ଟରେ କେବଳ ୭୦୦ ଟଙ୍କା ହିଁ ଅଛି |

ପୋଲିସର ଯାଞ୍ଚ ଜାରି, ଡକାୟତ ମାନଙ୍କର କୌଣସି ସନ୍ଧାନ ନାହିଁ :-

ପୋଲିସ କହିଛି ଯେ ସେମାନେ ଏହି ମାମଲାର ଯାଞ୍ଚ କରୁଛନ୍ତି ଏବଂ ବର୍ତ୍ତମାନ ଏହାର ସଠିକ କାରଣ ଜଣାପଡିନାହିଁ | ପୋଲିସ ବର୍ତ୍ତମାନ ଦୁହିଁଙ୍କ ଫୋନ ଯାଞ୍ଚ କରି ଚେକ କରୁଛି ଯେ କୌଣସି ପ୍ରକାରର ହ୍ୟାକିଙ୍ଗ କରାଯାଇଛି କି ନାହିଁ | ରିପୋର୍ଟରେ ଦାବି କରାଯାଇଛି ଯେ ଦୁହିଁଙ୍କ ଫୋନର କନେକ୍ଟିଭିଟି ଅଚାନକ ଶେଷ ହୋଇଗଲା | ପୋଲିସ ଅନୁଯାୟୀ ଦୁଇଟି ଫୋନକୁ ଏକାବେଳେ ହ୍ୟାକ କରିବା ସହଜ ନୁହେଁ, କିନ୍ତୁ ସେମାନେ ଏହାର ସମ୍ଭାବନାରୁ ମଧ୍ୟ ମନା କରୁନାହାନ୍ତି | ତେବେ ପୋଲିସକୁ ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ଅନଲାଇନ ଡକାୟତଙ୍କର ସନ୍ଧାନ ମିଳିନାହିଁ |

Leave A Reply

Your email address will not be published.