ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାରେ ଏବେ ଦୋକାନୀମାନଙ୍କୁ ମିଳିବ ଏତିକି ଟଙ୍କା ପେନସନ,ଜଲଦି ଜଲଦି ଆବେଦନ କରନ୍ତୁ

0

Get real time updates directly on you device, subscribe now.

କେନ୍ଦ୍ର ସରକାର ଦେଶର ନାଗରିକମାନଙ୍କ ପାଇଁ ଅନେକ ଯୋଜନା ବାହାର କରୁଛନ୍ତି। ଏହାରି ମଧ୍ୟରେ ସରକାର ପିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି ସ୍କିମ ବାହାର କରିଛନ୍ତି। କିନ୍ତୁ ବର୍ତ୍ତମାନ ସରକାର ଦୋକାନୀ ମାନଙ୍କ ପାଇଁ ମଧ୍ୟ ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଯେଉଁଥିରେ ସେମାନଙ୍କୁ ପେନସନ ମିଳିପାରିବ। ବର୍ତ୍ତମାନ ସବୁ ଦୋକାନୀ ମାଲିକ ଏହାର ଲାଭ ଉଠାଇପାରିବେ।

ବର୍ତ୍ତମାନ କେନ୍ଦ୍ର ସରକାର ଦୋକନୀ ବା ଷ୍ଟ୍ରିଟ ଭେଣ୍ଡର୍ସମାନଙ୍କ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାପାଇଁ ଏକ ନୂତନ ଯୋଜନା ବାହାର କରିଛନ୍ତି। ସରକାର ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ନ୍ୟାସନାଲ ପେନସନ ସ୍କିମ ଆଣିବାକୁ ଯାଉଛନ୍ତି। ଏହାକୁ ରେଜିଷ୍ଟ୍ରର କରିବା ମଧ୍ୟ ବହୁତ ସହଜ ଅଟେ। ଏଥିରେ ନିଜର ଆକାଉଣ୍ଟକୁ କେମିତି ଖୋଲିବେ ଜାଣନ୍ତୁ।

ଏନପିଏସ୍‌ ଅନୁସାରେ ଏଥିରେ ରେଜିଷ୍ଟ୍ରେସନ କରିବା ପାଇଁ ଆପଣଙ୍କର ବାର୍ଷିକ ଟର୍ଣ୍ଣଓଭର ଦେଢ଼ କୋଟି ଟଙ୍କାରୁ କମ ହୋଇଥିବା ଆବଶ୍ୟକ। ଏହା ସହିତ ଆବେଦକଙ୍କର ବୟସ ୬୦ ବର୍ଷ କିମ୍ବା ତାଠାରୁ ଉର୍ଦ୍ଧ୍ୱ ହେବା ଦରକାର। ଏହାପରେ ବ୍ୟବସାୟୀମାନେ ରେଜିଷ୍ଟ୍ରେସନ ପାଇଁ ଆବେଦନ କରିପାରିବେ। ପରେ ସେମାନେ ଏହି ସ୍କିମର ଲାଭ ଉଠାଇପାରିବେ।

ତେବେ ଆବେଦକମାନେ ଏଥିପାଇଁ ଏନପିଏସ, ଇଏସଆଇସି କିମ୍ବା ଇପିଏଫଓର ମେମ୍ବର ହୋଇନଥିବା ଆବଶ୍ୟକ। ଆବେଦକ ଇନକମ ଟାକ୍ସ payee ହୋଇନଥିବା ଜରୁରୀ ଅଟେ। ତେବେ ଏହା ଏକ ସ୍ୱଚ୍ଛିକ ଯୋଜନା ଅଟେ, ତେଣୁ ଇଚ୍ଛା ଅନୁସାରେ ଆପଣ ଏହାର ଲାଭ ଉଠାଇପାରିବେ। ଏହି ସ୍କିମ ଅନ୍ତର୍ଗତ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏଁ ପେନସନ ମିଳିବ। ତେବେ ଯୋଜନା ଅନୁସାରେ ୬୦ ବର୍ଷରୁ ଅଧିକ ବୟସ ପରେ ଏହି ନ୍ୟୂନତମ ରାଶି ବ୍ୟବସାୟୀଙ୍କୁ ମିଳିବ। ଆବେଦନ ସମୟରେ ବ୍ୟକ୍ତିଙ୍କୁ ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ।ଏହା ସମ୍ପର୍କରେ ଅଧିକ ତଥ୍ୟସବୁ ଜାଣିବା ପାଇଁ ଏହାର ଅଫିସିଆଲ ୱେବସାଇଟ Labor.gov.in ଏବଂ maandhan.in ରେ ଲଗଇନ କରି ସମସ୍ତ ତଥ୍ୟକୁ ସଂଗ୍ରହ କରିପାରିବେ।

Leave A Reply

Your email address will not be published.