ଆପଣଙ୍କୁ LPG ସବସିଡି ମିଳୁଛି କି ନାହିଁ,ଜାଣିବା ପାଇଁ ଫଲୋ କରନ୍ତୁ ଏହି ସବୁ ଷ୍ଟେପଗୁଡିକୁ

0

Get real time updates directly on you device, subscribe now.

ଏଲପିଜିର ସବସିଡିକୁ ନେଇ ଏକ ବଡ଼ ସୂଚନା ଆସିଲା। ବର୍ତ୍ତମାନ ସମସ୍ତେ ଏଲପିଜି ସିଲିଣ୍ଡରକୁ ବ୍ୟବହାର କରୁଛନ୍ତି। ତେଣୁ ଏହା ସମ୍ବନ୍ଧୀୟ ସମସ୍ତ ଖବର ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଆପଣ ଏଲପିିଜି ଗ୍ୟାସକୁ ବ୍ୟବହାର କରୁଛନ୍ତି ତେବେ ସବସିଡି ସମ୍ପର୍କରେ ଆପଣ ନିଶ୍ଚିତ ଶୁଣିଥିବେ। ବର୍ତ୍ତମାନ ପ୍ରତ୍ୟେକ ଥର ତେଲର ଦର ଓ ଗ୍ୟାସର ଦର ବୃଦ୍ଧି ହେବାରେ ଲାଗିଛି। ତେଣୁ ସ୍ୱଭାବିକ ଭାବରେ ଆପଣଙ୍କୁ ସିଲିଣ୍ଡର ମଧ୍ୟ ଅଧିକ ଦାମରେ କିଣିବାକୁ ପଡ଼ୁଥିବ। ଯଦି ଏହି ସ୍ଥାନରେ ଆପଣଙ୍କର ବ୍ୟାଙ୍କର ଖାତାକୁ ଏଥିପାଇଁ ସବସିଡି ଯାଉଛି ତେବେ ଏହା ନିଶ୍ଚିତ ରୂପରେ ଏହା ଏକ ଆଶ୍ୱସ୍ତିକର କଥା। କିନ୍ତୁ ଯଦି ଏପରିbନହୁଏ ତେବେ ଆପଣ କଣ କରିବେ?

ଯଦି ଘରେ ରୋଷେଇ ପାଇଁ ଏଲପିଜି ଗ୍ୟାସ ବ୍ୟବହାର କରୁଛନ୍ତି ତେବେ ସବସିଡି ବାବଦରେ ଆପଣ ନିଶ୍ଚିତ ଜାଣିଥିବେ। ନିକଟ ଅତୀତରେ ତୈଳର ମୂଲ୍ୟ ବୃଦ୍ଧି ସହ ଗ୍ୟାସ ଦର ମଧ୍ୟ ବୃଦ୍ଧି ହୋଇଥିଲା। ଏଣୁ ବର୍ତ୍ତମାନ ମଧ୍ୟ ଉଚ୍ଚଦରରେ ଆପଣଙ୍କୁ ଏଲପିଜି କିଣିବାକୁ ପଡୁଥିବ। ଏଥିରେ ଯଦି ଆପଣଙ୍କର ବ୍ୟାଙ୍କ ଖାତାକୁ ଏ ବାବଦରେ ସବସିଡି ଆସିଯାଉଛି ତେବେ ଆପଣଙ୍କ ପାଇଁ ଏହା ନିଶ୍ଚିତ ରୂପରେ ଆଶ୍ୱସ୍ତିକର। ଜାଣନ୍ତୁ ନ ଆସୁଥିଲେ ଆପଣ କଣ କରିବେ?

ଆପଣ ଗ୍ୟାସର ବୁକିଂ କରିବା ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବସିଡି ବାବଦରେ ଏକ ରାଶି ଆସିଥାଏ। ଯଦି ଆପଣଙ୍କର ଆକାଉଣ୍ଟରେ ସବସିଡି ଆସୁନଥାଏ ତେବେ ତୁରନ୍ତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରନ୍ତୁ। ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ସହ ସମ୍ପୃକ୍ତ ନଥାଏ ତେବେ ଆପଣଙ୍କୁ ସବସିଡିର ସୁବିଧା ମିଳୁନଥିବ।

ଏଲପିଜିର ସବସିଡି ମିଳୁଛି କି ନା ଏହିପରି ଯାଞ୍ଚ କରନ୍ତୁ:

– ଆପଣଙ୍କୁ ଏଲପିଜି ବାବଦରେ ସବସିଡି ମିଳୁଛି କି ନା ତାହା ପ୍ରଥମେ ଭଲ ଭାବରେ ନିଶ୍ଚିତ କରିନିଅନ୍ତୁ।

– ଆପଣ ଏଥି ପାଇଁ ପ୍ରଥମେ www.mylpg.in ୱେବସାଇଟକୁ ଯାଆନ୍ତୁ।

– ୱେବପେଜର ଡାହାଣ ପଟକୁ ଦେଖନ୍ତୁ।

– ସେଠାରେ ୩ଟି ଏଲପିଜି କମ୍ପାନୀର ସିଲିଣ୍ଡର ଫଟୋ ଥିବ।

– ଏଥିରୁ ଆପଣ ଯେଉଁ ଗ୍ୟାସର ଗ୍ରାହକ ସେହି ସିଲିଣ୍ଡର ଉପରେ କ୍ଲିକ କରନ୍ତୁ।

-ଏଥିରେ ଆପଣଙ୍କ ଆଗରେ ଆଉ ଏକ ୱିଣ୍ଡୋ ଖୋଲିବ। ଏଥିରେ ଆପଣଙ୍କ ସର୍ଭିସ ପ୍ରୋଭାଇଡରଙ୍କର ଡିଟେଲ ଦେଖିବାକୁ ପାଇବେ।

-ଏହି ୱିଣ୍ଡୋର ଡାହାଣ ପଟ ଉପରକୁ ଦେଖନ୍ତୁ। ଏଠାରେ ସାଇନ ଇନ ଓ ନ୍ୟୁ ୟୁଜର ଅପସନ ଦେଖିବାକୁ ପାଇବେ।

– ସାଇନ ଇନ ହେବା ପରେ ଏକ ନୂଆ ୱିଣ୍ଡୋ ଖୋଲିବ। ଏଥିରେ ଡାହାଣ ପଟେ ଭ୍ୟୁ ସିଲିଣ୍ଡର ବୁକିଂ ହିଷ୍ଟ୍ରି ଉପରେ କ୍ଲିକ କରନ୍ତୁ।

– ଏହାପରେ ଆପଣଙ୍କୁ ସବସିଡି ମିଳୁଛି କି ନା ସ୍ପଷ୍ଟ ହୋଇଯିବ।

– ଯଦି ମିଳୁନଥାଏ ତେବେ ଟୋଲ ଫ୍ରି ନମ୍ବର ୧୮୦୦୨୩୩୩୫୫୫ରେ କଲ କରି ଏହି ବିଷୟରେ ମଧ୍ୟ ଅଭିଯୋଗ କରିପାରିବେ।

Leave A Reply

Your email address will not be published.