ଇଏ ମଣିଷ ନା ସୁନାର ଖଣି ! ପିନ୍ଧିଛନ୍ତି ଦୁଇ କିଲୋ ସୁନାର ଅଳଙ୍କାର,ଆଉ କାର ଓ ବାଇକ୍ ବି ସୁନାର

0

Get real time updates directly on you device, subscribe now.

ଆଜି ଆମେ ଆପଣଙ୍କୁ ଜଣେ ଏପରି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ସୁନା ଖଣି ବୋଲି କହିପାରିବେ । ପ୍ରକୃତରେ,ଏହି ବ୍ୟକ୍ତିଙ୍କର ସଉକ ବହୁତ ଅଦ୍ଭୁତ ଅଟେ । ଏହି ବ୍ୟକ୍ତି ସବୁ ସମୟରେ ଦୁଇ କିଲୋଗ୍ରାମର ଅଳଙ୍କାର ନିଜ ଶରୀରରେ ପିନ୍ଧନ୍ତି । ଭିଏତନାମରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ଟ୍ରାନ୍ ଡୁକ୍ ଲୋଇ ଅଟେ । ଏହାଙ୍କର ସୁନାର ସଉକ ଉତ୍ସାହର ଶେଷ ପରିଣାମରେ ପହଂଚିସାରିଛି । ଯେତେବେଳେ ଏହି ବ୍ୟକ୍ତି ରାସ୍ତାରେ ଚାଲନ୍ତି ସେତେବେଳେ ଲୋକମାନେ ତାଙ୍କୁ ଦେଖିକି ହିଁ ରହିଯାନ୍ତି ।

ଦୁଇ କିଲୋର ଗହଣା ପିନ୍ଧନ୍ତି ଟ୍ରାନ୍ ।

ଭିଏତନାମ ର ୨୯ ବର୍ଷୀୟ ଟ୍ରାନ୍ ଏହି ଦିନଗୁଡିକରେ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହୋଇସାରିଛନ୍ତି । ଟ୍ରାନ୍ ନିଜର ଅଜବ ସଉକ ସହ ଜଡିତ ଭିଡ଼ିଓ ଟିକ୍-ଟକ୍ ରେ ପୋଷ୍ଟ କରନ୍ତି । ସେ କୁହନ୍ତି କି ଯେତେବେଳେ ସେ ରାସ୍ତାକୁ ବାହାରନ୍ତି ସେତେବେଳେ ଲୋକମାନେ ତାଙ୍କୁ ଲୋଭ ନଜର ରେ ଦେଖନ୍ତି କି ଏହି ବ୍ୟକ୍ତି ପାଖରେ କେତେ ଅଧିକ ସୁନା ଅଛି । ଟ୍ରାନ୍ ଏନ ଗିଆଙ୍ଗ୍ ନାମକ ରାଜ୍ୟରେ ରୁହନ୍ତି । ସୁନା ପ୍ରତି ତାଙ୍କର ଅବିସ୍ମରଣୀୟ ପ୍ରେମ ହେତୁ ସେ କେବଳ ଭିଏତନାମରେ ନୁହେଁ ସମଗ୍ର ବିଶ୍ୱରେ ହେଡଲାଇନ୍ ସୃଷ୍ଟି କରିଛନ୍ତି

ଟ୍ରାନ୍ ସର୍ବଦା ଦୁଇ କିଲୋଗ୍ରାମ ସୁନା ପିନ୍ଧି ନିଜ ଘରୁ ବାହାରକୁ ବାହାରନ୍ତି । କହିରଖୁଛୁ କି ଟ୍ରାନ୍ ଦକ୍ଷିଣ ଆମେରିକୀୟ ଝିଟିପିଟି ଗୁଡିକୁ ବିକ୍ରି କରିବାର କାମ କରନ୍ତି । ଏହି ଝିଟିପିଟି ଗୁଡିକ ବହୁତ ମହଙ୍ଗା ବିକ୍ରି ହୁଏ । ଟ୍ରାନ୍ ଙ୍କ କହିବାନୁଯାୟୀ ତାଙ୍କୁ ବିଜନେସ୍ ରେ ଯେତିକି ସଫଳତା ମିଳିଛି,ତାର କାରଣ ହେଉଛି ସୁନା । ସେ ସୁନାକୁ ନିଜ ପାଇଁ ବହୁତ ଭାଗ୍ୟବାନ ବୋଲି ଭାବନ୍ତି । ଏହି କାରଣରୁ ସେ ସର୍ବଦା ସୁନାର ଗହଣା ପିନ୍ଧିଥାନ୍ତି ।ପ୍ରଥମେ ସେ କିଛି ଗହଣା ପିନ୍ଧୁଥିଲେ,କିନ୍ତୁ ଏବେ ତାଙ୍କ ଶରୀର ସୁନାର ଗହଣାରେ ଲଦା ହୋଇ ରହିଛି ।

ସୁନାରେ ନିର୍ମିତ କାର ଆଉ ବାଇକ ମଧ୍ୟ

ଟ୍ରାନ୍ ଙ୍କ କହୁବାନୁଯାୟୀ କି ସେ ଛୋଟ ଗହଣା ଏଥିପାଇଁ ପିନ୍ଧନ୍ତି ନାହିଁ କାରଣ ତାହା ସହଜରେ ଭାଙ୍ଗିଯାଇ ପାରେ । କିନ୍ତୁ ମୋଟା ଅଳଙ୍କାର ର ଗହଣା ସହଜରେ ଭାଙ୍ଗିନଥାଏ ଆଉ ବହୁତ ଦିନ ଯାଏଁ ରହିଥାଏ । ଟ୍ରାନ୍ ଙ୍କ ବେକରେ ହାରାହାରି ୨୫୦ଗ୍ରାମର ହାର ରହିଥାଏ । ଏହା ଡ୍ରାଗନ୍ ଆକାରର ହୋଇଥାଏ । ଏଥି ସହିତ ତାଙ୍କ ହାତରେ ୧୦ଟି ସୁନାର ମୁଦି,ଗୋଟେ ମୋଟା ବ୍ରେସଲେଟ ଏବଂ ଗୋଟେ ସୁନାର ଘଣ୍ଟା ରହିଥାଏ । ତାଙ୍କ ପାଖରେ ସୁନାରେ ନିର୍ମିତ କାର ଆଉ ବାଇକ ମଧ୍ୟ ଅଛି । ଗାଡି ଗୁଡିକରେ ସୁନାର ପାଣି ଚଢେଇବାରେ ତାଙ୍କର ବହୁତ ଅଧିକ ଖର୍ଚ୍ଚ ହୋଇଛି ।

Leave A Reply

Your email address will not be published.