‘ରେଡ୍ ହାର୍ଟ’ ଇମୋଜି ପଠାଉଥିଲେ ସାବଧାନ ହୋଇଯାଆନ୍ତୁ ! ନଚେତ ୫ ବର୍ଷ ଜେଲ ସହିତ ୨୦ ଲକ୍ଷ ଟଙ୍କା ଫାଇନ ଗଣିବେ

0

Get real time updates directly on you device, subscribe now.

ଶବ୍ଦ ପରିବର୍ତ୍ତେ ଇମୋଜି ଜରିଆରେ ଯଦି ଭାବନାର ପରିପ୍ରକାଶ କରିବା ବର୍ତ୍ତମାନ ପୁରୁଣା ହୋଇଗଲାଣି। କିନ୍ତୁ ଏହାସହ ଜଡିତ ଏକ ଆଇନ ମଧ୍ୟ ସେତିକି ସୁଦୃଢ ହେବାରେ ଲାଗିଛି। ପର୍ବପର୍ବାଣୀ ହେଉ କି ନିତିଦିନିଆ ହ୍ବାଟସଆପରେ ଇମୋଜି ପଠାଇବା ଏକ ସାଧାରଣ କଥା ହୋଇଗଲାଣି। ନିକଟରେ ଭାଲେଣ୍ଟାଇନ ଡେ ଅବସରରେ ନିଜର ପାର୍ଟନର କିମ୍ବା ବନ୍ଧୁଙ୍କୁ ରେଡ ହାର୍ଟ ଇମୋଜି ନିଶ୍ଚୟ ପଠାଇଥିଲେ।

ଫେସବୁକରେ କାହା ପୋଷ୍ଟର ଜବାବରେ ଏକ ରେଡ ହାର୍ଟ ନିଶ୍ଚୟ ପ୍ରେସ କରିଥିବେ। କିନ୍ତୁ ଯଦି ଆପଣ ପଶ୍ଚିମ ଦେଶ ବ୍ୟତୀତ ସାଉଦି ଆରବରେ ରହୁଛନ୍ତି, ତେବେ ଏହି ରେଡ ହାର୍ଟ ଇମୋଜି କାହାରିକୁ ପଠାଇପାରିବେ ନାହିଁ। ଯଦି ଆପଣ ପଠାଇବେ ତେବେ ଆପଣଙ୍କ ପାଇଁ ତାହା ଏକ ସମସ୍ୟା ସୃଷ୍ଟି କରିପାରେ।

ବାସ୍ତବରେ ସାଉଦି ଆରବରେ ସାଇବର ଆଇନ ବହୁତ କଡାକଡି ଅଟେ। ଏହି ଦେଶରେ ଯଦି ଆପଣ ନିଜର ପରିବାରଲୋକ କିମ୍ବା ବନ୍ଧୁଙ୍କୁ ରେଡ ହାର୍ଟ ଇମୋଜି ପଠାଉଛନ୍ତି ତେବେ ଆପଣଙ୍କୁ ନିଶ୍ଚିତ ଜେଲ ହୋଇପାରେ। ଏହା ସହିତ ୨୦ଲକ୍ଷ ଟଙ୍କା ଜରିମନା ଦେବାକୁ ପଡିବ। ବିଶେଷ ଭାବରେ ଏହି ପରିସ୍ଥିତିରେ ଦୁଇ ବର୍ଷ ଜେଲଦଣ୍ଡ ସହିତ ୨୦ ଲକ୍ଷ ଟଙ୍କା ଜରିମନା ହୋଇପାରେ।

ସାଉଦିର ସାଇବର ଏକ୍ସପର୍ଟଙ୍କ ଅନୁଯାୟୀ, ସାଉଦି ଆଇନ ଅନୁସାରେ ଯଦି ରେଡ ହାର୍ଟ ଇମୋଜି ପଠାଉଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଏନ୍ତି ତେବେ ତାଙ୍କୁ ୨ ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ। ଏହା ବ୍ୟତୀତ ଇମୋଜି ପଠାଉଥିବା ବ୍ୟକ୍ତିଙ୍କ ଉପରେ ଏକ ଲକ୍ଷ ସାଉଦି ରିୟାଲ ଜରିମନା ମଧ୍ୟ ଲଗାଯାଇପାରେ।

ସାଉଦିରେ ରେଡ ହାର୍ଟ ଇମୋଜି ପଠାଇବାକୁ ଉତ୍ପୀଡନ ଆଇନ ଶ୍ରେଣୀରେ ରଖାଯାଇଛି। ନ୍ୟୁଜ୍ ୱେବସାଇଟ୍ ଗଲ୍ଫ୍ ନ୍ୟୁଜ୍ ଡଟ୍ କମ୍ ରେ ପ୍ରକାଶିତ ଖବର ଅନୁସାରେ, ସାଉଦି ଆରବରେ ଆଣ୍ଟି-ଫ୍ରଡ୍ ଆସୋସିଏସନର ସଦସ୍ୟ ଅଲ ମୋଆତାଜ୍ କୁତବି କହିଛନ୍ତିକି, ହ୍ବାଟସଆପରେ ରେଡ ହାର୍ଟ ଇମୋଜି ପଠାଇବା ଏକ ଉତ୍ପୀଡନ ଅପରାଧ ଅଟେ। ସେ କହିଛନ୍ତିଯେ, ଯଦି ଅନଲାଇନ ଚାଟିଂ ସମୟରେ କୌଣସି ଫଟୋ କିମ୍ବା ଇମୋଜିକୁ ନେଇ କେହିବି ମାମଲା ରୁଜୁ କରନ୍ତି, ତେବେ ଏହା ଉତ୍ପୀଡନ ଅପରାଧ ଶ୍ରେଣୀରେ ଆସିବ। ସାଉଦି ଆରବରେ ଏହିଭଳି ଅପରାଧ ପାଇଁ ଜିରୋ ଟଲେରନ୍ସ ନୀତି ଅଛି।

Leave A Reply

Your email address will not be published.