ଏଣିକି ସପ୍ତାହକୁ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି,ଏସବୁ ଦେଶରେ ଲାଗୁ ହେଲା ନୂଆ ଶ୍ରମ ଆଇନ୍

0

Get real time updates directly on you device, subscribe now.

ଲୋକମାନେ କରୋନାରେ ଧନ ଜୀବନ ହରାଇବା ପରେ ମାନସିକ ଚାପରେ ରହୁଛନ୍ତି। ଏହା ସହିତ ଦେଶର ଆର୍ଥିକ ସ୍ଥିତି ମଧ୍ୟ ଦେବାଳିଆ ହୋଇପଡିଛି। ଏପରି ସ୍ଥିତିରେ ମାନବ ସମ୍ବଳକୁ ନେଇ ଦେଶ ଧୀରେ ଧୀରେ ଆଗକୁ ବଢୁଛି ସେମାନଙ୍କର ସ୍ଥିତିକୁ କିଛି ଦେଶ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଅଧିକ ଚାପରେ ନ ରହି ଯେପରି କାମ କରିପାରିବେ ସେଥିପାଇଁ ଏକାଧିକ ଦେଶ ମାନଙ୍କରେ ନୂଆ ଶ୍ରମ ଆଇନ ଗୃହିତ ହୋଇଛି। ଏହି ନିୟମରେ ବେଲଜିୟମ ମଧ୍ୟ ସାମିଲ ଅଛି।

ଏଣିକି ବେଲଜିୟମରେ ସପ୍ତାହରେ ମାତ୍ର ୪ ଦିନ କାମ କରିବାକୁ ପଡିବ। ବାକି ୩ ଦିନ କର୍ମଚାରୀଙ୍କୁ ଛୁଟି ମିଳିବ। ଏହି ଛୁଟି ମଧ୍ୟରେ ଯଦି ଅଫିସ୍ ବସଙ୍କ ଠାରୁ ଯଦି କିଛି କଲ କିମ୍ବା ମ୍ୟାସେଜ୍ ଆସେ ତେବେ କର୍ମଚାରୀ ଏହାକୁ ଅଣଦେଖା କରିପାରିବେ। ବେଲଜିୟମ ପ୍ରଧାନମନ୍ତ୍ରୀ ଆଲେକଜାଣ୍ଡାର୍ ଡି-କ୍ରୁ ଏପରି ଘୋଷଣା କରିଛନ୍ତି। କରୋନା ପରି ମହାମାରୀ ପରେ ଅର୍ଥବ୍ୟବସ୍ଥା ସହିତ କର୍ମଚାରୀଙ୍କ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ଦେଶ ନିଜର ଶ୍ରମ ଆଇନରେ ପରିବର୍ତ୍ତନ କରିଛି ବୋଲି ଡି- କ୍ରୁ କହିଛନ୍ତି। ନିଜ ମନ୍ତ୍ରୀ ପରିଷଦଙ୍କ ସହିତ ଆଲୋଚନା କରିବା ପରେ ଏପରି ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ସେ ମନ୍ତବ୍ୟରେ କହିଛନ୍ତି।

ଏହି ନୂଆ ଶ୍ରମ ଆଇନ ବହୁତ ଆକର୍ଷଣୀୟ ଅଟେ। କାରଣ ଏଥିରେ କାମ କରିବାର ସମୟ ଅବଧି ହ୍ରାସ ପାଇଛି। ସପ୍ତାହକୁ ଦିନେ ଦୁଇ ଦିନ ନୁହେଁ ଏଥର ପୁରା ୩ ଦିନ ଛୁଟି ମିଳିବ। ଏହାସହ କାମ କରିବା ଦିନ ଅଫିସ ପରେ ଆଉ ବସଙ୍କୁ ଡର ମଧ୍ୟ ରହିବ ନାହିଁ। ଅଫିସ ପରେ ବା ଛୁଟି ୩ ଦିନ ବସଙ୍କର କୌଣସି ଫୋନ୍ କଲ ବା ମେସେଜକୁ ଆଟେଣ୍ଡ କରିବାକୁ କର୍ମଚାରୀ ବାଧ୍ୟ ନୁହଁନ୍ତି। ଏପରି କଲେ ବସ ମଧ୍ୟ କର୍ମଚାରୀଙ୍କ ଦରମା କାଟିପାରିବେ ନାହିଁ। ଏହା ଦ୍ୱାରା କର୍ମଚାରୀ ନିଜକୁ ଚାପମୁକ୍ତ କରିପାରିବା ସହିତ ସେମାନଙ୍କର କାର୍ଯ୍ୟଦକ୍ଷତା ବଢିବ ବୋଲି ପ୍ରଧାନମନ୍ତ୍ରୀ ଡି-କ୍ରୁ କହିଛନ୍ତି।

ଏହି ନୂଆ ଶ୍ରମ ଆଇନ ଅନୁସାରେ, କର୍ମଚାରୀମାନେ ଗୋଟିଏ ସପ୍ତାହରେ ନିର୍ଦ୍ଧାରିତ କାର୍ଯ୍ୟ ସମୟଠାରୁ ଅଧିକ କାମ କରି ଆସନ୍ତା ସପ୍ତାହରେ କମ ସମୟ ପାଇଁ କାମ କରିପାରିବେ। ତେବେ ଏହି ସୁବିଧା କେବଳ ବଡ ବଡ କମ୍ପାନୀ ଗୁଡିକରେ ଲାଗୁ କରାଯିବ। ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିକି ସମସ୍ତ କର୍ମଚାରୀ ଗୋଟିଏ ଦିନରେ ୩ ଦିନର ସପ୍ତାହନ୍ତ ଛୁଟିରେ ରହିପାରିବେ ନାହିଁ। ଏଥିପାଇଁ ତାଙ୍କୁ ଅଫିସର ମୁଖ୍ୟଙ୍କୁ ଜଣାଇବାକୁ ପଡିବ। ଫଳରେ ଜଣଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ କର୍ମଚାରୀ କାମ କରିପାରିବେ। ବେଲଜିୟମର ଏହି ନୂଆ ଆଇନ୍ ସେଠିକାର ସଂସଦରେ ପାରିତ ହେବା ପରେ ଏହାକୁ ଆସନ୍ତା ବର୍ଷ ଠାରୁ ଲାଗୁ କରାଯିବ ବୋଲି ଡି- କ୍ରୁ ସୂଚନା ଦେଇଛନ୍ତି।

ଏପରି ଶ୍ରମ ଆଇନ ପୂର୍ବରୁ ସ୍କଟଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ସ୍ପେନ ଓ ଜାପାନରେ ଗତ ବର୍ଷ ଠାରୁ ଲାଗୁ କରାଯାଇଛି। ଏହାସହ ସଂଯୁକ୍ତ ଆରବ ଏମିରାତରେ ମଧ୍ୟ ଡିସେମ୍ବର ପାଖରୁ ଔପଚାରିକ ଭାବରେ ଚାରି ଦିବସୀୟ କାର୍ଯ୍ୟ ସପ୍ତାହ ଆରମ୍ଭ ହୋଇସାରିଛି। ତେବେ କର୍ମଚାରୀମାନଙ୍କୁ ଏପରି ୩ ଦିନ ଛୁୁଟି ଦେବାରେ ପ୍ରଥମ ଦେଶ ହେଉଛି ଆରବ ଏମିରାତ।

Leave A Reply

Your email address will not be published.