ବଡ ଖବର : ଦେଶର ବିଭିନ୍ନ ଭାଗରେ ଚିନ୍ତା ବଢ଼ାଇଲା ନୂଆ ଭାଇରସ୍‌ ଏଚ୍‌୩ଏନ୍‌୨ । ସତର୍କ ରହିବାକୁ ବୟସ୍କଙ୍କୁ ପରାମର୍ଶ

ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ କମିଥିବା ବେଳେ ଅନ୍ୟପଟେ ଥଣ୍ଡା, କାଶ ଏବଂ ଜ୍ଵରଜନିତ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଇନଫ୍ଲୁଏଞ୍ଜା ଭାଇରସ୍ କାରଣରୁ ଏହା ହେଉଥିବା କହିଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) । ଦେଶରେ ଭାଇରାଲ୍‌ ସଂକ୍ରମଣ ବଢ଼ିଚାଲିଛି ।

ଏଚ୍‌୩ଏନ୍‌୨ ଭାଇରସ୍‌ ପାଇଁ ବିଶେଷ କରି ଥଣ୍ଡା ଜ୍ବର ବଢ଼ିବାରେ ଲାଗିଛି । ଏହାକୁ ଇନଫ୍ଲୁଏଞ୍ଜା ଜ୍ବର କୁହା ଯାଉଛି । ତେବେ ଏହି ଜ୍ବର ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ଲକ୍ଷଣ ରହୁଛି । ଏ ନେଇ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି କି ଏହା ସାଧାରଣତଃ ଡ୍ରପ୍‌ଲେଟ୍‌ସ (ମୁଖକଣିକା) ଓ ମ୍ୟୁଟେଟ୍‌ସ (ରୁପାନ୍ତର)ରୁ ବ୍ୟାପିଥାଏ । ଏହା କରୋନା ପରି ବ୍ୟାପି ଚାଲିଛି ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ) ଅନୁସାରେ ପାଣିପାଗଜନିତ ଏନଫ୍ଲୁଏଞ୍ଜାରେ ସଂକ୍ରମିତ ହେଲେ ମଣିଷଠାରେ ଜ୍ଵର, ସୁଖିଲା କାଶ, ମୁଣ୍ଡ ବ୍ୟଥା ଏବଂ ଗଣ୍ଠିରେ ଯନ୍ତ୍ରଣା, ଥକ୍କାପଣ, ନାକରୁ ପାଣି ବହିବା ଆଦି ଲକ୍ଷଣ ଦେଖାଯାଏ । ଅଧିକାଂଶ ଲୋକଙ୍କ ଜ୍ଵର ଗୋଟିଏ ସପ୍ତାହରେ ଠିକ୍ ହୋଇ ଯାଉଥିବା ବେଳେ କାଶରୁ ସୁସ୍ଥ ହେବା ପାଇଁ ଦୁଇ ସପ୍ତାହ କିମ୍ବା ସେଥିରୁ ଅଧିକ ସମୟ ଲାଗୁଛି।

ମେଡିକାଲ୍‌ ଏଜୁକେସନର ନିର୍ଦ୍ଦେଶକ ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟର୍‌ନାଲ୍‌ ମେଡିସିନ୍‌ ଆଣ୍ଡ୍‌ ରେସ୍‌ପିରେଟାରି ଆଣ୍ଡ୍‌ ସ୍ଲିପ୍‌ର ଅଧ୍ୟକ୍ଷ ଆହୁରି ମଧ୍ୟ ମତ ରଖିଛନ୍ତି କି ଏହି ପାର୍ବଣ ଋୁତୁରେ ଲୋକମାନେ ଅଧିକ ସତର୍କ ହେବା ଉଚିତ । ବିଶେଷ କରି ବୟସ୍କ ବ୍ୟକ୍ତିମାନେ । ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇକୁ ସୂଚନା ଦେଇ ଗୁଲେରିଆ କହିଛନ୍ତି, ‘ଇନଫ୍ଲୁଏଞ୍ଜାରେ ଜ୍ବର ସହ ଗଳା, କାଶ, ଶରୀରରେ ଯନ୍ତ୍ରଣା ଏବଂ ନାକରୁ ପାଣି ବାହାରିବା ଆଦି ହୋଇଥାଏ ।

ମାମଲା ବୃଦ୍ଧି ପାଇବାର କାରଣ ହେଉଛି ଭୂତାଣୁଟି ରୁପାନ୍ତର ହେଉଛି ଓ ଲୋକଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି । ଏଚ୍‌୧ଏନ୍‌୧ ହେତୁ ବହୁ ବର୍ଷ ପୂର୍ବେ ମହାମାରୀ ହୋଇଥିଲା । ସେହି ଜୀବାଣୁଙ୍କର ରୁପାନ୍ତର ହେଉଛି ଏଚ୍‌୩ଏନ୍‌୨ ।  ଏହା ଏକ ସାଧାରଣ ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍ ଅଟେ ।

କିନ୍ତୁ ଆମେ ଅଧିକ ମାମଲା ଦେଖୁଛୁ କାରଣ ଜୀବାଣୁ ଟିକେ ରୁପାନ୍ତରିତ ହୋଇଛି ଓ ଆମ ଭିତରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି ବୋଲି ଗୁଲେରିଆ ଏଏନ୍ଆଇକୁ କହିଛନ୍ତି । ତେବେ ଏହା ଏକ ଭାଇରାଲ୍ ରୋଗ । ତେଣୁ କୌଣସି ବ୍ୟକ୍ତିଙ୍କଠୁ ଅନ୍ୟ ବ୍ୟକ୍ତିଙ୍କୁ ଏହା ସଜଜରେ ବ୍ୟାପିପାରେ । ହୁ ଅନୁଯାୟୀ, ଜନଗହଳିପୂର୍ଣ୍ଣ ଜାଗାରେ ଏହା ସହଜରେ ବ୍ୟାପିଥାଏ।

odia sambada
Comments (0)
Add Comment