ବାରମ୍ବାର କୋର୍ଟକୁ ଠକୁଛନ୍ତି ବର୍ଷା, ଜରିମାନା ଲଗାଇବା ପାଇଁ ଅପିଲ କଲେ ଅନୁଭବ

ବର୍ଷା ବାରମ୍ବାର ଜାଣିଶୁଣି କୋର୍ଟକୁ ଠକୁଛନ୍ତି|ଦିନ ପରେ ଦିନ ଗଡାଇବାକୁ ଚାହୁଁଛନ୍ତି ବର୍ଷା|ତାଙ୍କୁ କୋର୍ଟର ସମୟ ନଷ୍ଟ କରିବାକୁ ଭଲ ଲାଗେ|ଏହା ପୂର୍ବରୁ ସେ ମଧ୍ୟ ବହୁଥର ଅଦାଲତର ସଭୟ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି|ଏଵେ ପୁଣି ସେଇ ରାସ୍ତା ଆପଣେଇଛନ୍ତି ବର୍ଷା, ତାଙ୍କ ଠାରୁ ଜୋରିମାନା ଆଦାୟ କରାଯାଉ ବୋଲି କହିଛନ୍ତି ଅନୁଭବ|

ସେପଟେ କୋର୍ଟ ଅନୁଭବଙ୍କ ପିଟିସନରେ କିଛି ସଂଶୋଧନ କରି ସାନି ପିଟିସନ ରୁଜୁ କରିଥିଲେ|ଉଭୟ ପିଟିସନ ଉପରେ ଶୁଣାଣି କରି ଅଦାଲତ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି|କିଛି ଦିନ ହେବ ଶାନ୍ତ ପଡିଥିଲେ ବି ଏଵେବି ଭିତରେ ଭିତରେ କୁହୁଳୁଛି ବର୍ଷା ଅନୁଭବଙ୍କ ପାରିବାରିକ କଳହ ମାମଲା|

କୋର୍ଟର ଶୁଣାଣି ପରେ ସୋସିଆଲ ମିଡିଆରେ ଆରୋପ ଲଗାଇବା ଆରମ୍ଭ କରିଛନ୍ତି ଷ୍ଟାର ଦମ୍ପତି|ହେଲେ ଏବେ ଅନୁଭବ ପୁଣିଥରେ ଅଦାଲତକୁ ବର୍ଷା ଠାରୁ ଜୋରିମାନା ଆଦାୟ ପାଇଁ ପ୍ରାର୍ଥନା କରିଛନ୍ତି|ସୂଚନାଯୋଗ୍ୟ ବର୍ଷାକୁ ଜେରା କରିବା ପୂର୍ବରୁ ସେ କିଛି ଡକ୍ୟୁମେଣ୍ଟ ଅଦାଲତରେ ଦାଖଲ କରିଥିଲେ, ଏହାର ଏକ କପି ଅନୁଭବକୁ ଦେଵାକୁ ଅଦାଲତ ବର୍ଷା କୁ ନିର୍ଦ୍ଦେଶ ଦେଇଥିଲେ|ଗତ ମାସ ଶୁଣାଣିରେ ଅନୁଭବକୁ ଏହି କପି ଦିଆଯାଇ ନଥିଲା ଫଳରେ ଗତ ୧୧ ତାରିଖ ସେ ଡକ୍ୟୁମେଣ୍ଟ ଅନୁଭବ ପାଖରେ ଦେବାକୁ ବର୍ଷା କୁ କହିଥିଲେ|ଗଲା କାଲି ଶୁଣାଣି ସମୟରେ ମଧ୍ୟ ଡକ୍ୟୁମେଣ୍ଟ ବର୍ଷାଙ୍କ ଠାରୁ ଦିଆଯାଇ ନଥିଲା|ଏହାକୁ ନେଇ ଅନୁଭବ କହିଛନ୍ତି ଯେ ବର୍ଷାଙ୍କ ଠାରୁ ଜୋରିମାନା ଆଦାୟ କରାଯାଉ ସେ କୋର୍ଟର ସମୟ ବରବାଦ କରୁଛନ୍ତି|

ପୂର୍ବରୁ ମଧ୍ୟ ବର୍ଷା କୋର୍ଟରେ ଭୁଲ ଡକ୍ୟୁମେଣ୍ଟ ଦେଇ ଜୋରିମାନା ଦେଇଥିଲେ|ଏବେ ପୁଣିଥରେ ସେ ସେଭିଳି ରାସ୍ତା ଆପଣେଇଛନ୍ତି|କ’ଣ ପାଇଁ ସେ ଏଭଳି କରୁଛନ୍ତି ଜଣାନାହିଁ କିନ୍ତୁ ସେ ବାରମ୍ବାର କୋର୍ଟ ସମୟକୁ ବରବାଦ କରିବାକୁ ଚାହୁଁଛନ୍ତି|

odia sambada
Comments (0)
Add Comment