କୁହନ୍ତି ପ୍ରେମ ମଣିଷକୁ ଯେକୌଣସି ସ୍ଥାନରେ, ଯେକୌଣସି ବ୍ୟକ୍ତି ସହ ମଧ୍ୟ ହୋଇଯାଏ । ମଣିଷ ପ୍ରେମ କରିବା ସମୟରେ ଜାତି, ଧର୍ମ, ଧନୀ ଗରିବ, ସୁନ୍ଦର୍ ଅସୁନ୍ଦର ଭଳି ଜିନିଷ ଦେଖେନାହିଁ । କିନ୍ତୁ ଏସବୁ ପରିସ୍ଥିତିରେ ମଧ୍ୟ ମଣିଷ କୌଣସି ଜଣେ ବ୍ୟକ୍ତିକୁ ହିଁ ପ୍ରକୃତ ପ୍ରେମ କରିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଅନନ୍ୟ ଲଭ୍ ଷ୍ଟୋରୀ କହିବାକୁ ଯାଉଛୁ, ଯେଉଁଠାରେ ଜଣେ ଯୁବତୀ ଦୁଇଜଣ ଭାଇକୁ ଭଲପାଇ ବସିଲା । ଏହାପରେ ଯୁବତୀ ଯାହା କଲେ, ତାକୁ ଦେଖି ସାରା ଗାଁ ଆଶ୍ଚର୍ଯ୍ୟ ହୋଇଗଲା ।
ଦୁଇଭାଇଙ୍କୁ ଭଲପାଇ ବସିଲେ ଯୁବତୀ :-
ବାସ୍ତବରେ ଏହି ପୁରା ମାମଲା ଉତ୍ତରପ୍ରଦେଶର ବରେଲି ଜିଲ୍ଲାର ଶେରଗଢ଼ ଗାଁର ଅଟେ । ଏଠାରେ 25 ବର୍ଷିୟ ଅନାମିକା ଗାଁର ଦୁଇଭାଇ ଅମିତ ଓ ସୁମିତଙ୍କୁ ଭଲପାଇ ବସିଲେ । ଯୁବତୀ ଦୁଇଜଣଙ୍କୁ ହିଁ ଭଲ ପାଉଥିଲେ । ଏହି ଦୁଇଭାଇ ମଧ୍ୟ ଅନାମିକାକୁ ବହୁତ୍ ପ୍ରେମ କରିବାକୁ ଲାଗିଲେ । ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ତିନିଜଣଙ୍କୁ ଏକାଠି ରହିବା ଏବଂ ପ୍ରେମ କରିବାରେ କୌଣସି ଅସୁବିଧା ନଥିଲା । କିନ୍ତୁ ସମାଜ କିପରି ଏପରି ହେବାକୁ ଦେଇଥାନ୍ତା ।
ପ୍ରେମକୁ ବଜାୟ ରଖିବାକୁ ତିନିଜଣ ମିଶି ପଳାଇଲେ :-
ପରିବାର ଏବଂ ସମାଜ ଭୟରେ ତିନିଜଣ ମିଶି ଏକାଠି ପଳାଇଲେ । ଯେତେବେଳେ ଯୁବତୀଙ୍କ ବାପା ଏ ବିଷୟରେ ଜାଣିଲେ, ସେତେବେଳେ ସେ ସିଧା ଥାନାକୁ ଚାଲିଗଲେ ଏବଂ ଦୁଇ ଭାଇଙ୍କ ବିରୋଧରେ ଝିଅର ଅପହରଣ କରିବାର ମାମଲା ରୁଜ୍ଜୁ କରାଇଲେ । ଏହାମଧ୍ୟରେ ଝିଅର ବାପା ଜାଣିଲେ ଯେ ଦୁଇଭାଇ ମିଶି ତାଙ୍କ ଝିଅକୁ ନେଇ ମାମୁଁ ଘର ଯାଇଛନ୍ତି । ଏହାପରେ ସେ ମଧ୍ୟ ସେଠାକୁ ଚାଲିଗଲେ । ତାପରେ ଦୁଇ ପରିବାର ମଧ୍ୟରେ ଖୁବ୍ ହଙ୍ଗାମା ହେଲା । ଏହାମଧ୍ୟରେ ଦୁଇଭାଇ ଯୁବତୀଙ୍କୁ ନେଇ ଆଉ କୁଆଡେ ପଳାଇଗଲେ ।
ଚିନ୍ତିତ ବାପା ପୋଲିସକୁ ମାଗିଲେ ସାହାଯ୍ୟ :-
ଏହାପରେ ବାପା ଝିଅକୁ ନେଇ ପଳାଇ ଯାଇଥିବା ଦୁଇ ଭାଇଙ୍କ ସହିତ ତାଙ୍କ ମାମୁଁଙ୍କ ବିରୋଧରେ ମଧ୍ୟ ପୋଲିସ ଠାରେ ଅଭିଯୋଗ କଲେ । ଥାନା ଅଧିକାରୀ ବିକ୍ରମ ସିଂହ ମିଡ଼ିଆକୁ କହିଛନ୍ତି ଯେ ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ତିନିଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । ବର୍ତ୍ତମାନ ପୋଲିସ ସମସ୍ତଙ୍କୁ ଖୋଜୁଛି । ଅଭିଯୁକ୍ତ ଶିଘ୍ର ଧରା ପଡ଼ିବ ।
ବର୍ତ୍ତମାନ ଏହି ଲଭ୍ ଷ୍ଟୋରୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ଏହି କଥାରେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ପ୍ରକୃତରେ କୌଣସି ଯୁବତୀ ଏକାବେଳେ ଦୁଇଜଣ ଭାଇକୁ କିପରି ଭଲପାଇ ପାରିବ । ଏହାସହିତ ଲୋକମାନେ ଏହା ଭାବି ମଧ୍ୟ ମୁଣ୍ଡ ତଳକୁ କରୁଛନ୍ତି ଯେ ଦୁଇଭାଇ କିପରି ଜଣେ ଯୁବତୀଙ୍କୁ ସେୟାର କରିପାରିବେ । ଯୁବକ ଯୁବତୀଙ୍କ ଗାଁରେ ମଧ୍ୟ ଏହି ମାମଲା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।