5G ସ୍ପିଡ୍ ର ବଡ କ୍ଷତି ! ଗୋଟିଏ କ୍ଲିକ ଓ ଶେଷ ହୋଇଯିବ ଡାଟା, କ’ଣ ରହିଛି ପୂରା ମାମଲା

ଭାରତରେ 5G ଲଞ୍ଚ ହୋଇଗଲା|ଦେଶର ୮ ଟି ସହରରେ ଏହାର ସର୍ଭିସ ଓ ନେଟୱର୍କ ମିଳୁଛି|ଯଦିଓ ଏହି ସେବା ପୂରାପୂରି ଲାଇଭ ହୋଇନାହିଁ|ଜିଓ ଓ ଏୟାରଟେଲ ଦୁହେଁ 5G ସର୍ଭିସ୍ ଲଞ୍ଚ କରିଛନ୍ତି|ଜିଓର ୪ ଟି ସହରରେ ମିଳୁଥିଲା ବେଳେ ଏୟାରଟେଲ ୮ ସହରରେ ମିଳୁଛି|

ବହୁତ ଲୋକ ନିଜ ସହରରେ 5G ଲାଇଭ୍ ହେବାପାଇଁ ଅପେକ୍ଷା କରିଛନ୍ତି କିନ୍ତୁ ଏହା ଉପରେ କିଛି ଭୁଲ ଭାରୀ ପଡ଼ିପାରେ|ଏହାର କାରଣ ଇଣ୍ଟରନେଟ ସ୍ପିଡ୍|ଏଥିରେ ସୁପରଫାଷ୍ଟ ସ୍ପିଡ ତ ମିଳିବ ଓ ଏଥିପାଇଁ ଭୁଲ ମହଙ୍ଗା ପଡ଼ିପାରେ|

5G ଉପରେ ସ୍ପିଡ ଟେଷ୍ଟରେ ୬୦୦ ଏମବିପିଏସ୍ ପର୍ଯ୍ୟନ୍ତ ସ୍ପିଡ ରେଜିଷ୍ଟର କରାଯାଇଛି|ଯଦି ଆପଣ କୈାଣସି ମୁଭି ଡାଉନଲୋଡ କରନ୍ତି ଓ ଭୁଲରେ ଆଉ କାହା ଉପରେ କ୍ଲିକ କରନ୍ତି ତେଵେ ସେହି କ୍ଲିକ ଫଳରେ ବହୁତ ଏମବି ଚାଲି ଯାଇଥିବ|

ଆପଣଙ୍କ ଗୋଟିଏ ଭୁଲ କ୍ଲିକ ବହୁ ଡାଟା ଶେଷ କରି ପାରେ| ଯଦି ଆପଣ ୨ ଜିବି ବା ୩ ଜିବି ରିଚାର୍ଜ କରନ୍ତି କିଛି ସମୟ ମଧ୍ୟରେ ଶେଷ ହୋଇଯିବ|

ନିକଟରେ ଓକ୍ଲା କରିଥିବା 5G ସ୍ପିଡ ଟେଷ୍ଟରେ ୧୯୭.୯୮ ଏମବିପିଏସ୍ ରହିଛି ଓ ଜିଓ 5G ୫୯୮.୫୮ ସ୍ପିଡ ରହିଛି|କୋଲକାତାରେ ଏୟାରଟେଲ ସ୍ପିଡ୍ ୩୩.୮୩ ଏମବିପିଏସ୍ ବେଳେ ଜିଓର ୪୮୨.୦୨ ଏମବିପିଏସ୍ ରହିଛି|

ମୁମ୍ବାଇରେ ଏୟାରଟେଲ 5G ସ୍ପିଡ୍ ୨୭୧.୦୭ ଏମବିପିଏସ୍ ଓ ଜିଓର ୫୧୫.୩୮ ଏମବିପିଏସ୍ ରହିଛି|ବାରାଣାସୀରେ ଏୟାରଟେଲ 5G ସ୍ପିଡ୍ ୫୧୬.୫୭ ଏମବିପିଏସ୍ ରହିଥିଲା ବେଳେ ଜିଓ 5G ର ୪୮୫.୨୨ ଏମବିପିଏସ୍ ରହିଛି|

odia sambada
Comments (0)
Add Comment