ଅକ୍ଟୋବର 13 ତାରିଖରେ ପୁରା ଦେଶରେ ମହିଳାମାନେ କରବାଚୌଥ ପର୍ବ ଖୁବ୍ ଧୁମଧାମରେ ପାଳନ କରୁଛନ୍ତି । ଏହି ସମୟରେ ଜଣେ ସ୍ୱାମୀକୁ କରବାଚୌଥରେ ଖୁବ୍ ମାଡ ଖାଇବାକୁ ପଡ଼ିଲା । ତାକୁ ମାଡ ମାରିଥିବା ଲୋକ ଆଉ କେହି ନୁହଁନ୍ତି ବରଂ ତାଙ୍କ ସ୍ତ୍ରୀ ଏବଂ ଶାଶୂ ହିଁ ଥିଲେ । ବାସ୍ତବରେ ଏହି ବ୍ୟକ୍ତି କରବାଚୌଥ ଦିନ ନିଜ ପ୍ରେମିକାକୁ ସପିଙ୍ଗ କରାଉଥିଲେ । ଏହି ମାର୍କେଟରେ ତାଙ୍କ ସ୍ତ୍ରୀ ନିଜ ମା ସହ ଆସିଥିଲେ । ଯେତେବେଳେ ମହିଳା ନିଜ ସ୍ୱାମୀକୁ ତା ପ୍ରେମିକା ସହ ଦେଖିଲା, ସେତେବେଳେ ସେ ରାଗରେ ଲାଲ ହୋଇଗଲା । ତାପରେ ସେ ମାର୍କେଟ ମଝିରେ ନିଜ ସ୍ୱାମୀକୁ ଖୁବ୍ ପିଟିଲା ।
ଗାର୍ଲଫ୍ରେଣ୍ଡ ସହିତ ହିରୋ ହୋଇ ବୁଲୁଥିଲା ସ୍ବାମୀ, ସ୍ତ୍ରୀ ଖୁବ୍ ପିଟିଲା :-
ଏହି ଅନନ୍ୟ ମାମଲା ଗାଜିଆବାଦର ତୁରାବନଗର ମାର୍କେଟର ଅଟେ । ଏଠାରେ ସିହାନି ଚୁଙ୍ଗି ଅଞ୍ଚଳରେ କୌଶଳ ନଗରର ବାସିନ୍ଦା ଜଣେ ମହିଳାଙ୍କ ବିବାହ ମାର୍ଚ୍ଚ 4 ତାରିଖ 2017 ରେ ପ୍ରତାପ ବିହାର ସେକ୍ଟର-12ରେ ରହୁଥିବା ଜଣେ ଯୁବକଙ୍କ ସହ ହୋଇଥିଲା । ବିବାହର କିଛି ବର୍ଷ ପରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେବାକୁ ଲାଗିଲା ଏବଂ ଦୁହେଁ ଅଲଗା ଅଲଗା ରହିବାକୁ ଲାଗିଲେ । ଏହି ମାମଲାରେ କୋର୍ଟରେ ଦୁହିଁଙ୍କର କେସ ମଧ୍ୟ ଚାଲିଛି ।
ଏହା ମଧ୍ୟରେ ଗତ ଗୁରୁବାର ଦିନ ମହିଳା ନିଜ ମାଙ୍କ ସହ କରବାଚୌଥ ସପିଙ୍ଗ କରିବାକୁ ତୁରାବନଗର ମାର୍କେଟ ଯାଇଥିଲେ । ଏଠାରେ ତାଙ୍କ ସ୍ବାମୀ ତା ଗାର୍ଲଫ୍ରେଣ୍ଡ ସହ ସପିଙ୍ଗ କରୁଥିବାର ସେ ଦେଖିଲେ । ତାପରେ ମହିଳା ମଝି ମାର୍କେଟରେ ହିଁ ହଙ୍ଗାମା କରିବାକୁ ଲାଗିଲେ ଏବଂ ନିଜ ସ୍ବାମୀଙ୍କୁ ଖୁବ୍ ପିଟିଲେ । ଯେତେବେଳେ ରାସ୍ତାରେ ଯାଉଥିବା ଅନ୍ୟ ମହିଳା ଏକଥା ଜାଣିଲେ, ସେତେବେଳେ ସେମାନେ ମଧ୍ୟ ସେହି ବ୍ୟକ୍ତିକୁ ମାଡ ମାରିବାକୁ ଲାଗିଲେ ।
ପୋଲିସ କଲା ସ୍ୱାମୀକୁ ଗିରଫ :-
ଯେତେବେଳେ ମହିଳା ନିଜ ସ୍ୱାମୀକୁ ପିଟି ପିଟି ଥକିଗଲେ ସେତେବେଳେ ସେ ପୋଲିସକୁ ସୂଚନା ଦେଲେ । ପୋଲିସ ଘଟଣାସ୍ଥଳକୁ ଆସି ସ୍ବାମୀ ଏବଂ ତାର ଗାର୍ଲଫ୍ରେଣ୍ଡକୁ ଥାନାକୁ ନେଇଗଲା । ଏଠାରେ ପୋଲିସ ସ୍ୱାମୀକୁ ଗିରଫ କରିନେଲା ଏବଂ ପ୍ରେମିକାକୁ ଚେତାବନୀ ଦେଇ ଛାଡ଼ିଦେଲା । ତେବେ ବର୍ତ୍ତମାନ ସ୍ଵାମୀ ପୋଲିସର ହେପାଜତରେ ଅଛି । ତା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଅଛି ।