ଅର୍ଚ୍ଚନାକୁ ସାଢେ଼ ୩ ଲକ୍ଷ ଟଙ୍କାର ଭ୍ୟାନିଟି ବ୍ୟାଗ୍ ଦେଇଥିଲେ ବିବାଦୀୟ କ୍ୟାପଟେନ !

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଜଗବନ୍ଧୁ ଓ ଅର୍ଚ୍ଚନା କେତେ ମାତ୍ରାରେ ମଉଜ ମଜଲିଷ କରି ନିଜ ଜୀବନ ଅତିବାହିତ କରିଥିଲେ । କୋଟି କୋଟି ଟଙ୍କାର ମାଲିକିଆଣି ଥିଲେ ଅର୍ଚ୍ଚନା । ନିଜର ସଉକ ମେଣ୍ଟାଇବା ପାଇଁ ମଧ୍ୟ ଅନେକ ଦାମୀ ଦାମୀ ଜିନିଷର ବ୍ୟବହାର ମଧ୍ଯ କରୁଥିଲେ । ବଡ଼ ବଡ଼ ନାମୀ ଦାମୀ ଗାଡ଼ି ମଧ୍ୟ ଚଢ଼ୁଥିଲେ । ଘରର ପ୍ରାୟତଃ ଆସବାପତ୍ର ମଧ୍ୟ ଫରେନରୁ ଆଣୁଥିଲେ । ହେଲେ ତାଙ୍କର ଏବେ ସବୁ ମଉଜ ମଜଲିସ୍ ତାଙ୍କୁ ଭାରି ପଡିଛି ।

ଅର୍ଚ୍ଚନାଙ୍କ ରୂପ ଓ ଯୌବନ ଦେଖି ଅନେକ ନେତା ଓ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ବାୟା ହୋଇ ଯାଉଥିଲେ ଆଉ ଅର୍ଚ୍ଚନାଙ୍କ ସହ ଗୋଟେ ରାତି ବିତେଇବାକୁ ନାମୀ ଦାମୀ ଉପହାର ମଧ୍ୟ ଦେଉଥିଲେ ।ଏପରି ଅର୍ଚ୍ଚନା ରାଜ୍ୟର ଅଧାରୁ ଅଧିକ ନେତାଙ୍କୁ ନିଜ ଆୟତ୍ତରେ ରଖିଥିଲେ । ଯାହା ଇଚ୍ଛା ତାହା କରୁଥିଲେ । ଏହାରି ଭିତରେ ଆଉ ଏକ ନୂଆ ତଥ୍ୟ ପଦାକୁ ଆସିଛି । ପୁଲିସ୍ ଯେତେବେଳେ ଅର୍ଚ୍ଚନାଘରେ ଚଢ଼ଉ କରିଥିଲା ସେତେବେଳେ ଅର୍ଚ୍ଚନାଙ୍କ ଭ୍ୟାନିଟିରୁ ଏକ ପେନ୍ ଡ୍ରାଇଭ୍ ଜବତ କରିଥିଲା । ଏହି ସମୟରେ ପୁଲିସ୍‌ରେ ନଜର ଉକ୍ତ ଭ୍ୟାନିଟି ବ୍ୟାଗ୍ ଉପରେ ପଡିଥିଲା।

ଆଉ ଉକ୍ତ ବ୍ୟାଗ୍ ଟି ଥିଲା ବିଶ୍ୱର ଟପ୍ ବ୍ରାଣ୍ଡ୍ ଭିତରୁ ଗୋଟିଏ । ଯେଉଁ ଭ୍ୟାନିଟିକୁ ଦିବଂଗତ ପ୍ରିନ୍ସେସ୍ ଡାଇନାଙ୍କ ହାତରେ ଦେଖିବାକୁ ମିଳିଥିଲା । ସେ ଭ୍ୟାନିଟି ବ୍ରାଣ୍ଡ୍‌ର ନାଁ ହେଲା ‘ଏଲ୍‌ଭି’ । ଏହି ବ୍ୟାଗ୍ ପୁଲିସ୍ ଦେଖି ଆଖି ତରାଟି ଦେଇଥିଲା । ଭ୍ୟାନିଟି ବ୍ୟାଗ୍ ବିଷୟରେ ପୁଲିସ୍ ତଦନ୍ତ କରି ଜାଣିବାକୁ ପାଇଥିଲା ଜଣେ ପୂର୍ବତନ ମନ୍ତ୍ରୀ ଏହି ଭ୍ୟାନିଟି ବ୍ୟାଗ୍ ଅର୍ଚ୍ଚନାଙ୍କ ଜନ୍ମଦିନରେ ଉପହାର ଦେଇଥିଲେ । ଯାହାର ଦାମ ସାଢ଼େ ୩ ଲକ୍ଷ ଟଙ୍କା ।

କ୍ୟାପଟେନ୍‌ଙ୍କ ଦାମୀ ଉପହାର ପାଇ ଅର୍ଚ୍ଚନା ତାଙ୍କୁ ଉକ୍ତ ଭ୍ୟାନିଟି ବ୍ୟାଗ୍ ସହ ଏକ ସେଲ୍ଫି ଉଠାଇ ପଠାଇବା ସହ ଧନ୍ୟବାଦ ଦେଇଛନ୍ତି । ଏହାର ପ୍ରମାଣ ମଧ୍ୟ ପୁଲିସ୍ ହାତରେ ଲାଗିଛି । ତେବେ ଖାଲି ସେତିକି ନୁହେଁ, ପଟିଆ ଅଞ୍ଚଳରେ ଏକ କଲେଜରେ ଚାକିରି କରିଥିବା ବିକି ଓ ଅର୍ଚ୍ଚନାର ଚାଟିଂ ପୁଲିସ୍ କୁ ହରଡ଼ଘଣାରେ ପକାଇଛି । ବିକି ଅର୍ଚ୍ଚନାକୁ କହୁଛନ୍ତି ଏଥର ୪ ଜଣ ଷ୍ଟୁଡେଣ୍ଟ ରାଜି ହୋଇଛନ୍ତି ତାଙ୍କୁ ଦୁଇ-ଚାରି ହଜାର ଅଧିକା ଦେବାକୁ ପଡିବ । ଅର୍ଚ୍ଚନା ତାଙ୍କୁ ଓକେ ବସ୍ ବୋଲି ଉତ୍ତର ଦେଇଛନ୍ତି ।

odia sambada
Comments (0)
Add Comment